www.samajalive.in
Sunday, December 7, 2025
14.1 C
Bhubaneswar

ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ନିମ୍ନ ପଦରେ ନିଯୁକ୍ତି ମିଳିବ ନାହିଁ: ମାଡ୍ରାସ ହାଇକୋର୍ଟ

ଚେନ୍ନଇ : ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିମ୍ନ ବର୍ଗର ପଦରେ ଚାକିରି କରିପାରିବେ ନାହିଁ। ମାଡ୍ରାସ ହାଇକୋର୍ଟ ଗୁରୁବାର ଏହି ଗୁରୁତ୍ବପୂର୍ଣ୍ଣ ରୁଲିଂ ଦେଇଛନ୍ତି। କୌଣସି ନିର୍ଦିଷ୍ଟ ପଦ ପାଇଁ ଯେତିକି ଆବଶ୍ୟକ ତା’ଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ସେହି ପଦରେ ନିଯୁକ୍ତି ଦିଆଯାଇପାରିବ ନାହିଁ। ସେ ପରୀକ୍ଷାରେ ଯୋଗ୍ୟ ବିବେଚିତ ହେଲେ ମଧ୍ୟ ଚାକିରି ପାଇବେ ନାହିଁ। ଚେନ୍ନଇ ମେଟ୍ରୋ ରେଲ୍‌ ଲିମିଟେଡରେ ଟ୍ରେନ୍‌ ଅପରେଟର ପଦ ପାଇଁ ଆବେଦନ କରିଥିବା ଲକ୍ଷ୍ମୀପ୍ରଭା ନାମ୍ନୀ ଯୁବତୀଙ୍କ ଆବେଦନପତ୍ରକୁ କର୍ତ୍ତୃପକ୍ଷ ୨୦୧୩ରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଆଳରେ ଖାରଜ କରିଦେଇଥିଲେ। ଏହାର ପ୍ରତିବାଦରେ ଲକ୍ଷ୍ମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ହାଇକୋର୍ଟ ଉପରୋକ୍ତ ରୁଲିଂ ଦେଇଛନ୍ତି। ଟ୍ରେନ୍‌ ଅପରେଟର ପଦ ପାଇଁ ମୂଳ ଯୋଗ୍ୟତା ଡିପ୍ଲୋମା ଇଞ୍ଜିନିୟରିଂ ଥିଲାବେଳେ ଲକ୍ଷ୍ମୀ ବି.ଟେକ୍‌ ଶିକ୍ଷାଲାଭ କରିଥିଲେ।

ଏହି ମାମଲାରେ ମାଡ୍ରାସ ହାଇକୋର୍ଟର ବିଚାରପତି ବୈଦ୍ୟନାଥନ୍‌ କହିଛନ୍ତି ଯେ ଦେଶରେ ବେକାରୀ ସମସ୍ୟା ଉତ୍କଟ ଥିଲେ ମଧ୍ୟ ଯେଉଁ ପଦ ପାଇଁ ଯିଏ ଯୋଗ୍ୟ ସେହିମାନେ ହିଁ ନିଯୁକ୍ତି ପାଇବେ। ଅଧିକ ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀଙ୍କ ଆବେଦନ ଦ୍ବାରା ମୂଳ ଶିକ୍ଷାଗତ ଯୋଗ୍ୟତାଧାରୀମାନେ ଚାକିରିରୁ ବଞ୍ଚିତ ହେଉଛନ୍ତି। ଆବେଦନକାରିଣୀ ମେଟ୍ରୋ ରେଲ୍‌ କର୍ତ୍ତୃପକ୍ଷ ତାଙ୍କ ଅଧିକାର କ୍ଷୁଣ୍ଣ କରୁଛନ୍ତି ବୋଲି ଯେଉଁ ଆପତ୍ତି ଉଠାଇଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଚାରପତି କହିଛନ୍ତି। ଏହି ପରିପ୍ରେକ୍ଷୀରେ ଧାର୍ଯ୍ୟ ଯୋଗ୍ୟତାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତାଧାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବ ବୋଲି ମେଟ୍ରୋ ରେଲ୍‌ ଲିମିଟେଡ ପକ୍ଷରୁ ହାଇକୋର୍ଟରେ ଲିଖିତ ଜବାବ ଦାଖଲ କରାଯାଇଛି। ଏଥିସହିତ ଅନ୍ୟଏକ ମାମଲା ଉଦ୍ଧାର କରି କୌଣସି ଚାକିରି ପାଇଁ ପ୍ରକାଶିତ ବିଜ୍ଞାପନରେ କେବଳ ସର୍ବନିମ୍ନ ନୁହେଁ; ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଉଲ୍ଲେଖ କରିବାକୁ ବିଚାରପତି ତାମିଲନାଡ଼ୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଶେଷ କରି ଗ୍ରୁପ୍‌-୩ ଓ ୪ ବର୍ଗର କର୍ମଚାରୀ ନିଯୁକ୍ତିକ୍ଷେତ୍ରରେ ଏହାକୁ କଡ଼ାକଡ଼ି କରିବାକୁ ହାଇକୋର୍ଟ କହିଛନ୍ତି। କିରାଣୀ ପଦ ପାଇଁ ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀଙ୍କ ଆବେଦନକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।

- Advertisement -

ଏଭଳି ମାମଲା ତାମିଲନାଡୁରେ ନୂଆ ନୁହେଁ। ଫେବୃଆରୀରେ ବିଧାନସଭା ସଚିବାଳୟରେ ସ୍ବିପର ତଥା ପରିମଳ କର୍ମଚାରୀ ନିଯୁକ୍ତି ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପଦ ପାଇଁ ସରକାର କୌଣସି ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରି ନ ଥିଲେ ମଧ୍ୟ ଆବେଦନକାରୀଙ୍କ ନାମ ତାଲିକା ସର୍ବସାଧାରଣରେ ପ୍ରକାଶ କରିବାରେ ବି.ଟେକ୍‌, ବି.ଇ, ଏମ୍‌.ଟେକ୍‌ ଡିଗ୍ରୀଧାରୀମାନେ ଆବେଦନ କରିଥିବା ଜଣାପଡ଼ିଥିଲା। ଅନ୍ୟ କେତେକ କ୍ଷେତ୍ରରେ ଏମ୍‌.ଫିଲ୍‌ ଓ ପିଏଚ୍‌ଡିଧାରୀମାନେ ସାଧାରଣ ଚାକିରି ପାଇଁ ଆବେଦନ କରିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ଗତ ବର୍ଷ ସେପ୍ଟେମ୍ବରରେ ଉତ୍ତରପ୍ରଦେଶ ପୁଲିସ ପ୍ରଶାସନ ଅଧୀନରେ ୬୨ଟି ପିଅନ ପଦ ପାଇଁ ୩୭୦୦ ପିଏଚ୍‌ଡି ଓ ୮୧ହଜାର ୭୦୦ ସ୍ନାତକ ଡିଗ୍ରୀଧାରୀ ଆବେଦନ କରିଥିଲେ। ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories