www.samajalive.in
Sunday, December 7, 2025
14.1 C
Bhubaneswar

କୋଇଲା ଖଣି ଦୁର୍ଘଟଣା: ୫ଦିନ ପରେ ମିଳିଲା ୪ ମୃତଦେହ

ଗୁଆହାଟୀ : ଚଳିତମାସ ୬ରେ ଆସାମର ଦିମା ହାସାଓ ଜିଲା ଅନ୍ତର୍ଗତ ଉମରାଙ୍ଗ୍‌ସୋ ଅଞ୍ଚଳରେ ଥିବା ଏକ ବେଆଇନ କୋଇଲା ଖଣିରେ ପାଣି ପ୍ରବେଶ କରିବାରୁ ୯ ଜଣ ଶ୍ରମିକ ଫସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ, ସେନା, ଦମକଳ ବାହିନୀକୁ ନିୟୋଜିତ କରାଯାଇଥିଲା। ଦୁର୍ଘଟଣାର ପାଞ୍ଚଦିନ ପରେ ଶନିବାର ଖଣି ଭିତରୁ ୪ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ସକାଳେ ପ୍ରଥମେ ୨୭ ବର୍ଷୀୟ ଲିଜାନ ମଗରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମଧ୍ୟାହ୍ନରେ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ। ଅପରାହ୍ନରେ ଆଉ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଉକ୍ତ କୋଇଲା ଖଣି ୩୧୦ ଫୁଟ ଗଭୀର ହୋଇଥିବାବେଳେ ଶ୍ରମିକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣେ ଶ୍ରମିକଙ୍କ କହିବା ଅନୁଯାୟୀ ଖଣି ଭିତରେ ଥିବା ସୁଡଙ୍ଗ ଗୁଡିକର ଉଚ୍ଚତା ମାତ୍ର ୪ ଫୁଟ। ତେଣୁ ଶ୍ରମିକଙ୍କୁ ନଇଁପଡି ଖନନ କାର୍ଯ୍ୟ କରିବାକୁ ପଡିଥାଏ। ତେବେ ସରକାର ଏହାକୁ ବେଆଇନ ବୋଲି ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ସେ ଖଣ୍ଡନ କରିଛନ୍ତି। ଏହା ଏକ ପରିତ୍ୟକ୍ତ ଖଣି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଗତ ସୋମବାର ଶ୍ରମିକମାନେ ଖନନ କାର୍ଯ୍ୟ ଜାରି ରଖିଥିବାବେଳେ ଅସାବଧାନତା ବଶତଃ ଗୋଟିଏ ଜଳ ଉତ୍ସକୁ ଖୋଳି ଦେଇଥିଲେ। ଫଳରେ ଖଣି ଭିତରକୁ ପାଣି ପ୍ରବେଶ କରିବାରୁ କାର୍ଯ୍ୟରତ ୯ ଜଣ ଶ୍ରମିକ ବାହାରକୁ ବାହାରି ପାରିନଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories