www.samajalive.in
Saturday, December 6, 2025
19.1 C
Bhubaneswar

ବଦଳିବ ସିଇସି ମନୋନୟନ ପ୍ରକ୍ରିୟା

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିସନର (ସିଇସି) ମନୋନୟନ ପ୍ରକ୍ରିୟାରେ ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ ସିଇସି ଭାବେ କାର୍ଯ୍ୟରତ ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ଫେବୃଆରୀ ୧୮ରେ ଶେଷ ହେବ। ନିର୍ବାଚନ ଆୟୋଗରେ ଅନ୍ୟ ଦୁଇ ନିର୍ବାଚନ କମିସନର ଭାବେ ଜ୍ଞାନେନ୍ଦ୍ର କୁମାର ଓ ସୁଖବୀର ସିଂହ ସାନ୍ଧୁ ଅଛନ୍ତି। ପୂର୍ବରୁ ସିଇସିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସବୁଠାରୁ ବରିଷ୍ଠ ନିର୍ବାଚନ କମିସନର ଭାବେ କାର୍ଯ୍ୟରତ ବ୍ୟକ୍ତି ପରବର୍ତ୍ତୀ ସିଇସି ହେବାର ପରମ୍ପରା ରହିଥିଲା। ତେବେ ଏଥିରେ ପରିବର୍ତ୍ତନ କରାଯାଇଛି। ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନର ନିଯୁକ୍ତି ଆଇନ ୨୦୨୩ ଅନୁଯାୟୀ ପରବର୍ତ୍ତୀ ସିଇସିଙ୍କୁ ନିଯୁକ୍ତ କରାଯିବ। ଏହି ଆଇନର ଧାରା ୬ ଓ ୭ ଅନୁଯାୟୀ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ଏକ ୫ଜଣିଆ ମନୋନୟନ କମିଟି ଗଠନ କରାଯିବ। ଏହି କମିଟିରେ ପ୍ରଧାନମନ୍ତ୍ରୀ, ଜଣେ କ୍ୟାବିନେଟ ମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତାଙ୍କ ବ୍ୟତୀତ ଆଉ ୨ଜଣ ସଦସ୍ୟ ଭାବେ ରହିବେ। ଏହି କମିଟି ସିଇସି ଏବଂ ଅନ୍ୟ ନିର୍ବାଚନ କମିସନରଙ୍କୁ ମନୋନୀତ କରିବେ। ବର୍ତ୍ତମାନ ନିର୍ବାଚନ କମିସନର ଭାବେ ଦାୟିତ୍ବ ନିର୍ବାହ କରୁଥିବା ଜ୍ଞାନେନ୍ଦ୍ର କୁମାର ସିଇସି ପଦରେ ନିଯୁକ୍ତି ପାଇବାରେ କୌଣସି ବାଧା ନାହିଁ। ତେବେ ୫ଜଣିଆ ମନୋନୟନ କମିଟି ଚାହିଁଲେ ବାହାରୁ ଅନ୍ୟ ବ୍ୟକ୍ତିଙ୍କୁ ସିଇସି ଭାବେ ନିଯୁକ୍ତ କରିପାରିବ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories