www.samajalive.in
Saturday, December 6, 2025
23.1 C
Bhubaneswar

ଦିଲ୍ଲୀରେ ଘନ କୁହୁଡ଼ି : ବିମାନ ଓ ଟ୍ରେନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ଓ ଏନ୍‌ସିଆରରେ ପ୍ରବଳ ଶୀତ ଯୋଗୁଁ ଘନ କୁହୁଡି ଦେଖିବାକୁ ମିଳୁଛି। ଶନିବାର ସକାଳେ ସମଗ୍ର ଦିଲ୍ଲୀ ସହର କୁହୁଡିରେ ଆଚ୍ଛାଦିତ ହୋଇପଡିଥିବାବେଳେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫ ଫୁଟ ରହିଥିବା କୁହାଯାଇଛି। ଏଥିଯୋଗୁଁ ବିମାନ ଓ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ଘରୋଇ ଓ ଆନ୍ତର୍ଜାତିକ ଏୟାରଲାଇନ୍ସ ବିମାନ ଚଳାଚଳରେ ବାଧା ଉପୁଜିଛି। ଶନିବାର ସକାଳେ ପ୍ରାୟ ଘଣ୍ଟାଏ ଧରି ଏକାଧିକ ବିମାନର ଉଡାଣ ଓ ଅବତରଣ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ଦିଲ୍ଲୀରୁ ବାହାରୁଥିବା ଏବଂ ଦିଲ୍ଲୀରେ ପହଞ୍ଚୁଥିବା ୪୫ଟି ଟ୍ରେନ୍‌ର ସମୟ ନିର୍ଘଣ୍ଟରେ ମଧ୍ୟ ବିଳମ୍ବ ଘଟିଛି। କୁହୁଡି ଯୋଗୁଁ ଦିଲ୍ଲୀ ଆକାଶରେ ପୁଣି ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥିବା ଜଣାପଡିଛି। ଶୁକ୍ରବାର ଦିଲ୍ଲୀର ଏକ୍ୟୁଆଇ (ବାୟୁ ମାନକ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବାବେ​‌ଳେ ଶନିବାର ସ୍ଥିତିରେ ସାମାନ୍ୟ ସୁଧାର ଘଟିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories