ସ୍ତ୍ରୀଙ୍କ ପ୍ରସବ ସରକାରୀ ଡାକ୍ତରଖାନାରେ କରି ଜିଲାବାସୀଙ୍କୁ ଭିନ୍ନ ବାର୍ତ୍ତା ଦେଲେ ଜିଲାପାଳ
ମାଲକାନଗିରି : ମାଲକାନଗିରି ଜିଲା ସରକାରୀ ଡ଼ାକ୍ତରଖାନା ଉପରେ ଲୋକଙ୍କ ଆସ୍ଥା ତୁଟି ଯାଉଥିବା ବେଳେ ମାଲକାନଗିରି ଜିଲାପାଳ ମନିଷ ଅଗ୍ରୱାଲ ସରକାରୀ ଡ଼ାକ୍ତରଖାନାରେ ନିଜ ସ୍ତ୍ରୀଙ୍କର ପ୍ରସବ କରାଇ ଜିଲାବାସୀଙ୍କୁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି। ଗତ ୪ ତାରିଖ ରଥଯାତ୍ରା ଦିନ ଜିଲାପାଳ ନିଜ ତ୍ସୀଙ୍କ ପ୍ରସବ ପାଇଁ ଜିଲା ସଦର ଚିକିତ୍ସାଳୟ ଯାଇଥିଲେ। ଡ଼ାକ୍ତରଖାନାରେ ଅତ୍ସୋପଚାର ପରେ ଜିଲାପାଳଙ୍କ ତ୍ସୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।
Comments are closed.