କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିରେ ବାହୁଡ଼ାଯାତ୍ରା ଚାଲୁଥିବାବେଳେ ଅଘଟଣ ଘଟି ୧୨ ଜଣ ସ୍କୁଲ ଛାତ୍ରୀ ଆହତ ହୋଇଛନ୍ତି। ସୂଚନା ମୁତାବକ, ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ୧୨ ଜଣ ଛାତ୍ରୀ ଛାତ୍ରୀବାସ ସିଡିରେ ବସି ବାହୁଡାଯାତ୍ରା ଦେଖୁଥିଲାବେଳେ ହଠାତ୍ ସିଡିଟିର ବାଡ଼ା ଭୁଶୁଡି ପଡ଼ିଥିଲା। ୧୦ ଜଣ ଛାତ୍ରୀଙ୍କୁ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ଦୁଇ ଜଣ ଛାତ୍ରୀଙ୍କୁ କେରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
Popular Categories



