www.samajalive.in
Thursday, December 11, 2025
23.1 C
Bhubaneswar

ଅଚ୍ୟୁତ ସାମନ୍ତଙ୍କୁ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଗୁରୁବାର ୨୦୧୯ ବର୍ଷ ପାଇଁ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ବମୈତ୍ରୀ ସ୍ଥାପନ କ୍ଷେତ୍ରରେ ଡକ୍ଟର ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗାନ୍ଧୀ ଓ ମଣ୍ଡେଲାଙ୍କ ଶାନ୍ତିର ବାର୍ତ୍ତାକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ବିଲିଭ ଫାଉଣ୍ଡେସନ, ଡକ୍ଟର ରମଣ ଭାଇ ପଟେଲ ଫାଉଣ୍ଡେସନ, ଆଫ୍ରିକା ରାଇଜିଂ ଫାଉଣ୍ଡେସନ, ସନଡେ ଗାର୍ଡିୟାନ ଫାଉଣ୍ଡେସନ ଓ ଗୋଦରେଜ ପ୍ରମୁଖ ଏହି ପୁରସ୍କାର ପ୍ରତିଷ୍ଠା କରିଛନ୍ତି। ପୁରସ୍କାର ଗ୍ରହଣ ପରେ ଡକ୍ଟର ସାମନ୍ତ ଟୁଇଟ୍ କରିଛନ୍ତି ‘ପ୍ରଥମ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର ଗ୍ରହଣ କରିବା ମୋ ପାଇଁ ଶ୍ରଦ୍ଧା ଓ ସମ୍ମାନର ବିଷୟ। ତେବେ ଏହି ପୁରସ୍କାରକୁ କ୍ଷୁଧା, ଦାରିଦ୍ର୍ୟ ଓ ନିରକ୍ଷରତା ଦୂର କରିବାରେ ମୋର ଲଢେଇରେ ସାଥ ଦେଉଥିବା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି।’ ସେ କହିଛନ୍ତି ଯେ ସ୍ବାଧୀନତା ଓ ଶାନ୍ତି ପାଇବା ପାଇଁ ମହାତ୍ମା ଗାନ୍ଧୀ ଓ ନେଲସନ ମଣ୍ଡେଲା ଶିକ୍ଷା ଉପରେ ଗୁରୁତ୍ବ ଦେଇ ଆସୁଥିଲେ। ନେଲସନ ମଣ୍ଡେଲାଙ୍କ ଉକ୍ତିକୁ ଉଦ୍ଧାର କରି ଡକ୍ଟର ସାମନ୍ତ କହିଛନ୍ତି ‘ଶିକ୍ଷା ହେଉଛି ଏପରି ଶକ୍ତିଶାଳୀ ଅସ୍ତ୍ର ଯାହାଦ୍ବାରା ତୁମେ ବିଶ୍ବକୁ ପରିବର୍ତ୍ତନ କରିପାରିବ।’ ଓଡିଶା କନ୍ଧମାଳର ଲୋକସଭା ସାଂସଦ ସାମନ୍ତ ତାଙ୍କ ପ୍ରତିଷ୍ଠିତ ଅନୁଷ୍ଠାନ କିଟ୍ ଓ କିସ୍‌ରେ ଗାନ୍ଧୀ ଓ ମଣ୍ଡେଲାଙ୍କ ଆଦର୍ଶକୁ ପ୍ରତିଫଳିତ କରିଆସୁଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories