www.samajalive.in
Thursday, December 11, 2025
14.1 C
Bhubaneswar

ମାଲିକକୁ ସମ୍ପୂର୍ଣ୍ଣ ଖାଇଦେଲେ ୧୮ ପୋଷା କୁକୁର

ଡଲାସ : ଆମେରିକାର ଡଲାସ ସହରରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ୧୮ଟି ପୋଷା କୁକୁର ସମ୍ପୂର୍ଣ୍ଣ ଖାଇଦେଇଛନ୍ତି। ଏପରିକି ମାଲିକର ମାଂସ ସହିତ ହାଡ ଓ ଚୁଟିକୁ ମଧ୍ୟ କୁକୁରମାନେ ଖାଇ ଯାଇଥିଲେ। ମାଲିକ ଫ୍ରେଡିଏ ମାକ (୫୭)କୁ କୁକୁରଗୁଡିକ ଖାଇଯିବା ପରେ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଫଳରେ ମାକଙ୍କ ନିଖୋଜ ନେଇ ପୁଲିସରେ ରିପୋର୍ଟ କରାଯାଇଥିଲା। କିଛି ଦିନ ଖୋଜାଖୋଜି ପରେ ଘରୁ ଏକ ୫ଇଞ୍ଚର ହାଡ ଜବତ କରାଯାଇଥିଲା। କୁକୁରଙ୍କ ଖାଇବା ପରେ ବଳକା ଖାଦ୍ୟ ଫିଙ୍ଗାଯାଉଥିବା ସ୍ଥାନରୁ ଏହି ହାଡ ଜବତ କରାଯାଇଥିଲା। ହାଡର ଡିଏନଏ ପରୀକ୍ଷା ପରେ ଏହା ମାକ୍‌ଙ୍କ ଶରୀର ​‌େ​ବାଲି ଜଣାପଡିଥିଲା। ମାକ୍‌ଙ୍କର ଜଟିଳ ସ୍ବାସ୍ଥ୍ୟ ସମସ୍ୟା ରହିଥିଲା। ତେବେ ମାକଙ୍କ ମୃତ୍ୟୁ ପରେ କୁକୁରଗୁଡିକ ତାଙ୍କୁ ଖାଇଥିଲେ ନା ତାଙ୍କୁ ମାରି ଖାଇଯାଇଥିଲେ ତାହା ଜଣାପଡି ନାହିଁ। ଗୋଟିଏ ଦିନରେ କୁକୁରଗୁଡିକ ତାଙ୍କୁ ସମ୍ପୂର୍ଣ୍ଣ ଖାଇଯାଇଥିଲେ। ତାଙ୍କ ଶରୀରର ରକ୍ତ କିମ୍ବା ଚୁଟି କୌଣସିର ପତ୍ତା ମିଳି ନଥିଲା। କୁକୁରଗୁଡିକ ମିଶ୍ରିତ ପ୍ରଜାତିର ଥିଲେ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories