www.samajalive.in
Saturday, December 13, 2025
14.1 C
Bhubaneswar

ଭାରତ-ଆମେରିକା ବେପାର ଲଢ଼େଇ: ଟ୍ରମ୍ପ-ମୋଦୀ ମୁହାଁମୁହିଁ

ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବେପାର ଯୁଦ୍ଧ ଏବେ ଭାରତ ମୁହାଁ। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କ ନିଶାଣରେ କେବଳ ଚୀନ ନୁହେଁ; ଭାରତ ମଧ୍ୟ ରହିଛି। ଟ୍ରମ୍ପଙ୍କ ଏପରି ମନୋଭାବ ଯୋଗୁଁ ବେପାରକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ବର୍ଷେ ହେଲା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ଆମେରିକାର ସାମଗ୍ରୀ ଉପରେ ଭାରତ ଅତ୍ୟଧିକ ଟିକସ ଆଦାୟ କରୁଛି। ଏହାକୁ ଦୀର୍ଘଦିନ ସହିବା ଅସମ୍ଭବ ବୋଲି ଟ୍ରମ୍ପ କହିଛନ୍ତି। ଚୀନ ସହ ବେପାରକୁ ନେଇ ମନାନ୍ତର ସମୟରେ ଟ୍ରମ୍ପ ଏପରି ଧମକ ଦେଇଥିଲେ। ପ୍ରଥମେ
ଆମେରିକା ଭାରତୀୟ ସାମଗ୍ରୀ ଉପରେ ଅଧିକ ଟିକସ ଲଗାଇଥିଲା ା ଜବାବରେ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ପୂର୍ବଠାରୁ ଅଧିକ ଟିକସ ଲଗାଇଛି। ଏହାକୁ ନେଇ ଟ୍ରମ୍ପ ବିଚଳିତ। ବେପାର ପାଇଁ ଆମେରିକା ଭାରତକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିଲା ା ବିନା ଟିକସରେ କେତେକ ଭାରତୀୟ ସାମଗ୍ରୀ ଆମେରିକୀୟ ବଜାରରେ ଉପଲବ୍ଧ ହୋଇ ପାରୁଥିଲା ା ଏହାଦ୍ବାରା ୫.୬ ବିଲିଅନ (ଏକ ବିଲିଅନ=୧୦୦ କୋଟି) ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ବିନା ଟିକସରେ ଭାରତ ଆମେରିକା ବଜାରରେ ବିକ୍ରି କରି ଆସୁଥିଲା। ତେବେ ଟ୍ରମ୍ପ ସରକାର ଜୁନ୍ ପହିଲାରେ ଭାରତକୁ ଦେଇଥିବା ଏହି ବିଶେଷ ମାନ୍ୟତା ପ୍ରତ୍ୟାହାର କରିନେଇଥିଲେ ା ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଭାରତ ଆମେରିକାର କେତେକ ସାମଗ୍ରୀ ଉପରେ ଅଧିକ ଟିକସ ଲାଗୁ କରିଛି ା ଗତବର୍ଷ ମାର୍ଚ୍ଚରେ ଟ୍ରମ୍ପ ସରକାର ଇସ୍ପାତ ଓ ଆଲୁମିନିୟମ ସାମଗ୍ରୀ ଉପରେ ଅଧିକ ଆମଦାନୀ ଶୁଳ୍କ ଲାଗୁ କରିଥିଲେ ା ଏଥିଯୋଗୁଁ ଭାରତ ସମେତ ଆଉ କେତେକ ଦେଶକୁ କ୍ଷତି ସହିବାକୁ ପଡ଼ିଛି।
‘ପିଟରସନ ଇନଷ୍ଟିଚ୍ୟୁଟ ଫର ଇଣ୍ଟରନ୍ୟାସନାଲ ଇକୋନୋମିକ୍ସ’ ନାମକ ଏକ ଆମେରିକୀୟ ଅନୁଷ୍ଠାନର ରିପୋର୍ଟ ଅନୁଯାୟୀ ଭାରତରୁ ଆମଦାନୀ ହେଉଥିବା ୭୬.୧ କୋଟି ଡଲାର ମୂଲ୍ୟର ଆଲୁମିନିୟମ ଉପରେ ସେଠାକାର ସରକାର ୨୫ ପ୍ରତିଶତ ଟିକସ ଲଗାଇଛନ୍ତି। ସେହିପରି ୩୮.୨ କୋଟି ଡଲାର ମୂଲ୍ୟର ଆମଦାନୀ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରାଯାଇଛି। ଟ୍ରେଡ ଆକ୍ଟ-୧୯୭୪ ଅନୁଯାୟୀ ଆମେରିକା ଭାରତର କେତେକ ସମଗ୍ରୀ ଉପରେ ଟିକସ ଲାଗୁ କରି ନଥିଲା ା ତେବେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଟ୍ରମ୍ପ ପ୍ରଶାସନ ଏହି ନିୟମକୁ ନିଷ୍କ୍ରିୟ କରିଦେଇ ଥିଲେ ା ବେପାରରେ ଆମେରିକା ଭାରତକୁ ଯେପରି ସୁଯୋଗ ଦେଇଛି ଅନୁରୂପ ଭାବେ ଭାରତ ମଧ୍ୟ ଆମେରିକାକୁ ଦେବା କଥା, କିନ୍ତୁ ଭାରତ ସରକାର ଆମେରିକୀୟ ସାମଗ୍ରୀ ଉପରୁ ଅଧିକ ଟିକସ ଆଦାୟ କରୁଥିବାରୁ ୧୯୭୪ର ଏହି ନିୟମକୁ ପ୍ରତ୍ୟାହାର କରାଗଲା ବୋଲି ଆମେରିକା କହିଥିଲା ା ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଭାରତ ଆମେରିକୀୟ ସାମଗ୍ରୀ ଆମଦାନୀ ଉପରେ ଅଧିକ ଟିକସ ଲାଗୁ କରିଛି ା ଆମେରିକାରୁ ଆମଦାନୀ ହେଉଥିବା କୃଷିଜାତ ସାମଗ୍ରୀକୁ ଭାରତ ଟାର୍ଗେଟ କରିଛି। ଏପରି ସାମଗ୍ରୀ ଉପରେ ଭାରତ ଅଧିକ ଟିକସ ଲାଗୁ କରିଛି ା ଭାରତର ଏହି ସୁଚିନ୍ତିତ ପଦକ୍ଷେପ ଆମେରିକା ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ା କାରଣ ଆମେରିକା ଭାବିଥିଲା ଭାରତକୁ ଏପରି ଧମକାଇ ନିଜ ସାମଗ୍ରୀ ବିନା ଟିକସରେ ଭାରତୀୟ ବଜାରରେ ପହଞ୍ଚାଇବା ସମ୍ଭବ ା ତେବେ ଆମେରିକା ପାଇଁ ଏହା ବୁମେରାଂ ପାଲଟିଛି ା କାରଣ ଭାରତ ହେଉଛି ବିଶ୍ବର ସର୍ବବୃହତ୍ ବଜାର ା
ଆମେରିକା ଭାରତକୁ ଚୀନ୍ ପରି ବ୍ୟବହାର କରିବା ଅର୍ଥ ସ୍ବୟଂ କ୍ଷତି ସହିବା ା କାରଣ ଉଭୟ ଆମେରିକା ଓ ଚୀନ ନିକଟରେ ଧନ ଅଛି ଓ ଅଧିକ ସାମଗ୍ରୀ ଏହି ଦୁଇ ଦେଶରେ ନିର୍ମାଣ ହେଉଛି। ତେବେ କୌଣସି ଦେଶ ବିତ୍ତଶାଳୀ ହେବା ଅଥବା ଅଧିକ ସାମଗ୍ରୀ ନିର୍ମାଣ କରିବା ଯଥେଷ୍ଟ ନୁହେଁ। ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ନିର୍ମିତ ସାମଗ୍ରୀ ଉଚିତ୍ ମୂଲ୍ୟରେ ବିକ୍ରି ହେବା ଆବଶ୍ୟକ ା ଏହି ସାମଗ୍ରୀ ବିକ୍ରି ପାଇଁ ଉପଯୁକ୍ତ ବଜାର ମଧ୍ୟ ଆବଶ୍ୟକ ା ସମଗ୍ର ବିଶ୍ବରେ ଭାରତ ହେଉଛି ଏକମାତ୍ର ବୃହତ୍ ବଜାର ା ତେଣୁ ବେପାର କ୍ଷେତ୍ରରେ ଭାରତ ସହ ମୁକାବିଲା କରିବା ଅର୍ଥ କ୍ଷତି ସହିବା। ଭାରତ ଆମେରିକାର କାଲିଫର୍ଣ୍ଣିଆରୁ ୬୦ କୋଟି ଡଲାର ମୂଲ୍ୟର ଚିନାବାଦାମ ଓ ୱାଶିଂଟନରୁ ସେଓ ଆମଦାନୀ କରିଥାଏ ା ଏବେ ଏହି ସାମଗ୍ରୀ ଉପରେ ଭାରତ ସରକାର ଦୁଇଗୁଣ ଟିକସ ଲାଗୁ କରିଛନ୍ତି ା ଏହାଦ୍ବାରା ଆମେରିକା ପ୍ରଭାବିତ ହେବ, ଭାରତ ନୁହେଁ ା କାରଣ ଭାରତ ସେଓ ଓ ଚିନା ବାଦାମ ଅନ୍ୟ ଦେଶରୁ ଆମଦାନୀ କରିପାରେ, କିନ୍ତୁ ଆମେରିକାକୁ ଭାରତ ପରି ବଡ଼ ବଜାର ହରାଇବାକୁ ପଡ଼ିବ ା ତେଣୁ ଆମେରିକାର କେତେକ ଅର୍ଥନୀତିଜ୍ଞ ଟ୍ରମ୍ପ ପ୍ରଶାସନର ଭାରତ ବିରୋଧୀ ବାଣିଜ୍ୟିକ ନୀତିକୁ ସମାଲୋଚନା କରିଛନ୍ତି।
ଟ୍ରମ୍ପ ଭାରତକୁ ‘ଟେରିଫ କିଙ୍ଗ’ (ଟିକସ ରାଜା) ଆଖ୍ୟା ଦେଇଛନ୍ତି। ୧୯୯୦ ପୂର୍ବରୁ ଆମେରିକା-ଭାରତ ସମ୍ପର୍କ ସେତେ ଭଲ ନଥିଲା ା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ସମୟରେ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆସିଥିଲା ା ପରବର୍ତ୍ତୀ ସମୟରେ ଉଭୟ ଦେଶର ସରକାର ମୁଖ୍ୟ ସମ୍ପର୍କକୁ ଆଗକୁ ବଢାଇବା ଉପରେ ଜୋର ଦେଇଥିଲେ ା ତେବେ ଟ୍ରମ୍ପଙ୍କ ଏପରି ଭାରତ ବିରୋଧୀ ନୀତି ଉଭୟ ଦେଶର ସମ୍ପର୍କକୁ ଦୁର୍ବଳ କରିପାରେ ା ଆମେରିକା ନିଜ ସ୍ବାର୍ଥ ସାଧନ ପାଇଁ ଯେକୌଣସି ସ୍ତରକୁ ଯାଇପାରେ- ଭାରତ ଏକଥା ଜାଣିଛି। ତେବେ ପୂର୍ବର ଭାରତ ଆଉ ନାହିଁ ା ସରକାର ବଦଳିବା ସହ ଆମେରିକା ପ୍ରତି ଥିବା ନୀତି ମଧ୍ୟ ବଦଳିଛି ା ରୁଷ୍‌ଠାରୁ ଏସ-୪୦୦ ​‌େ​‌କ୍ଷପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ ନକିଣିବା ପାଇଁ ଆମେରିକା ଭାରତକୁ ବାରମ୍ବାର ଚେତାବନୀ ଦେଇ ଚାଲିଛି ା ତେବେ ଆମେରିକାର ଏହି ଧମକକୁ ବେଖାତିର କରି ଭାରତ ରୁଷ୍‌ଠାରୁ ଏପରି ଯୁଦ୍ଧାସ୍ତ୍ର କିଣିବାକୁ ଚୁକ୍ତି କରିଛି ା ପରିବର୍ତ୍ତିତ ବିଶ୍ବରେ ଭାରତ ପାଇଁ ଆମେରିକା ଯେତିକି ଆବଶ୍ୟକ ନୁହେଁ; ଆମେରିକା ପାଇଁ ଭାରତ ନିତାନ୍ତ ଆବଶ୍ୟକ ା ତେଣୁ ଆମେରିକା ନିଜକୁ ବିଶ୍ବ ଅଧିପତି ନଭାବି ଭାରତକୁ ସହଯୋଗୀ ଭାବେ ମାନ୍ୟତା ଦେବା ଏବେକାର ପରିସ୍ଥିତିରେ ଜରୁରୀ ମନେ ହୁଏ।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories