www.samajalive.in
Saturday, December 13, 2025
23.1 C
Bhubaneswar

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ ତେଲଙ୍ଗାନାର ବହୁ ସ୍ଥାନକୁ ସଂଯୋଗ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ସ୍ବରୂପ ଜୁନାଗଡ଼ଠାରୁ ପାଣ୍ଡୁରଙ୍ଗପୁରମ-ଭଦ୍ରାଚଳମ୍ଭା ଭାୟା – ନବରଙ୍ଗପୁର-ଜୟପୁର-ମାଲକାନଗିରି ରେଳପଥ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରସ୍ତାବିତ ରେଳପଥ ଦ୍ବାରା ରାଜ୍ୟର ନବରଙ୍ଗପୁର ଓ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ସମ୍ଭବ ହୋଇପାରିବ। ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ନୂତନ ରେଳପଥ ପାଇଁ ରାଜ୍ୟ ସରକାର ରେଳ ମନ୍ତ୍ରଣାଳୟ ସହ ୨୦୧୬ ମସିହା ଅକ୍ଟୋବର ୧୦ରେ ଚୁକ୍ତିନାମା କରିଛନ୍ତି। ତେବେ ୯ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରି ପାରୁନି।

ସୂଚନା ଯେ, ଏହି ନୂତନ ରେଳ ପ୍ରକଳ୍ପ ପାଇଁ ମୋଟ ୭୩୮୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପର ଏକ ବୃହତ୍ତର ଅଂଶ ମାଲକାନଗିରି-ପାଣ୍ଡୁରଙ୍ଗାପୁରମ ପାଇଁ ଆନୁମାନିକ ଅଟକଳ ୪, ୧୦୯ କୋଟି ଟଙ୍କା ଏବଂ ଜୁନାଗଡ଼-ନବରଙ୍ଗପୁର ଅଂଶର ନିର୍ମାଣ ମୂଲ୍ୟ ୩୨୭୪ କୋଟି ଟଙ୍କା ରହିଛି। ଜୁନାଗଡ଼ରୁ ପାଣ୍ଡୁରଙ୍ଗାପୁରମ, ଜୁନାଗଡ଼-ନବରଙ୍ଗପୁର, ନବରଙ୍ଗପୁର-ଜୟପୁର, ଜୟପୁର – ମାଲକାନଗିରି ଓ ମାଲକାନଗିରି-ପାଣ୍ଡୁରଙ୍ଗାପୁରମ ନୂତନ ରେଳପଥ ୪ ଭାଗରେ ନିର୍ମାଣ ହେବ। ନବରଙ୍ଗପୁର ଜିଲାରେ ୪.୫୫୮ ଏକର ସନ୍ତୁଳିତ ସରକାରୀ ଜମିର ବିଚ୍ଛିନ୍ନକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ମାର୍ଚ୍ଚ ୨୦୨୨୫ ପର୍ଯ୍ୟନ୍ତ ୧୧.୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

- Advertisement -

୨୦୨୫-୨୬ବର୍ଷରେ ଆଉ ୭୮.୯୮ କୋଟି ବ୍ୟୟ ହେବ। ଏଥିମଧ୍ୟରୁ ନନ୍ଦାହାଣ୍ଡି ତହସିଲରେ ୪.୨୧୦ ଏକର ଏବଂ ନବରଙ୍ଗପୁର ତହସିଲରେ ୦.୩୪୮ ଏକର ଜମି ଅଧିଗ୍ରହଣ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅନୁମୋଦନ ପାଇଁ ପଠାଯାଇଛି। କୋରାପୁଟ ଜିଲାରେ ମୋଟ ୪୫.୮୫୦ ଏକର ସରକାରୀ ଜମିର ବିସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ନବରଙ୍ଗପୁର ଜିଲାର ନନ୍ଦାହାଣ୍ଡି ତହସିଲଦାରଙ୍କ ଦ୍ୱାରା ୬.୪୧୫ ହେକ୍ଟର ସରକାରୀ ଜମି ଏବଂ ୯.୮୦୬ ହେକ୍ଟର ଜମିକୁ ପୁନଃବର୍ଗୀକରଣ କରାଯିବ। ନନ୍ଦାହାଣ୍ଡି ତହସିଲଦାରଙ୍କ ଦ୍ୱାରା ସରକାରୀ ଜମିକୁ ଜଙ୍ଗଲ ଜମିରେ ପୁନଃବର୍ଗୀକରଣ ପରେ ଜଙ୍ଗଲ ଜମି ୯.୦୫୬ ଏକର ( ୩.୬୬୫ହେକ୍ଟର) ହୋଇଛି।

ନନ୍ଦାହାଣ୍ଡି ତହସିଲଦାର ମୋଟ ପ୍ରକଳ୍ପ ପାଇଁ ୩୭.୦୬୫ ଏକର ଜମି ଚିହ୍ନଟ କରିଛନ୍ତି ଏବଂ ଜିଲାପାଳ ଏହାକୁ ଅନୁମୋଦନ କରିଛନ୍ତି। ସେହିପରି ମାଲକାନଗିରି ନୂତନ ରେଳପଥ ପ୍ରକଳ୍ପର ଲମ୍ବ ୧୨୫.୬ କି.ମି ରହିଛି। ପ୍ରାରମ୍ଭିକ ମଞ୍ଜୁର ଖର୍ଚ୍ଚ ୧୨୭୭ କୋଟି ଏବଂ ଚୂଡ଼ାନ୍ତ ମଞ୍ଜୁର ଅର୍ଥ ୨୩୪୩.୬୪ କୋଟି ଟଙ୍କା ରହିଛି। ମୋଟ ବ୍ୟୟ ଅଟକଳ ମୂଲ୍ୟର ରେଳବାଇ କର୍ତ୍ତୃପକ୍ଷ ଶତକଡ଼ା ୭୫ଭାଗ ଏବଂ ରାଜ୍ୟ ସରକାର ଶତକଡ଼ା ୨୫ଭାଗ ବହନ କରିବେ।

ଏହା କୋରାପୁଟ ଜିଲାର ଜୟପୁର (ଉମୁରୀ) ଷ୍ଟେସନର କେକେ ଲାଇନରୁ ଆରମ୍ଭ ହୋଇ ମାଲକାନଗିରି ଜିଲାକୁ ସଂଯୋଗ କରିବ। ଏହି ପ୍ରକଳ୍ପର ମୋଟ ଲମ୍ବ ୧୨୫.୬ କିଲୋମିଟର। ଏହା କୋରାପୁଟର ୩ ତହସିଲ ଏବଂ ମାଲକାନଗିରି ଜିଲାର ୩ ତହସିଲ ଦେଇ ଗତି କରିବ। ଏହି ପ୍ରକଳ୍ପ କାର୍ଯ୍ୟ ମଧ୍ୟ ମନ୍ଥର ଗତିରେ ଚାଲିଛି। ଜୟପୁର-ମାଲକାନଗିରି ରେଳପଥ ପାଇଁ ୨୦୧୬-୧୭ ଡିପିଆର ମୂଲ୍ୟ ଅନୁସାରେ ୨୩୪୩.୬୪ କୋଟି ଟଙ୍କା ରେଳ ବିଭାଗ ଦ୍ୱାରା ମଞ୍ଜୁର ହୋଇଛି। ଏଥିରେ ଓଡ଼ିଶା ସରକାର ୭୫ଭାଗ ଏବଂ ରେଳ ବିଭାଗ ୨୫ଭାଗ ବହନ କରିବେ। ତେବେ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ଅର୍ଥ ଖର୍ଚ୍ଚ ହୋଇନାହିଁ। ଏହି ପ୍ରକଳ୍ପରେ ୧୨ଟି ଷ୍ଟେସନ ନିର୍ମାଣ ହେବ। ଏଥିରେ ୧୨୪୮.୯୨୫ ଏକର ଘରୋଇ ଜମି, ୪୧୫.୨୭୭ ଏକର ସରକାରୀ ଜମି ଓ ୧୧୧୮.୬୩୩ ଏକର ଜଙ୍ଗଲ ଜମି ରହିଛି। ଏହି ପ୍ରକଳ୍ପ ପାଇଁ ରେଳବାଇ ମୋଟ ୨୭୮୬.୮୩୫ ଏକର ଜମି ଅଧିଗ୍ରହଣ କରିବ। ୨୯ ଗ୍ରାମରେ ରାଜ୍ୟ ସରକାରଙ୍କ ଦ୍ୱାରା ୩୦ ଜଣଙ୍କ ବ୍ୟକ୍ତିଗତ ଜମି ଆକଳନ ଓ ରାଜ୍ୟ ସରକାରଙ୍କ ଦ୍ୱାରା ୯ଆକଳନକୁ ମଞ୍ଜୁରୀ ମିଳି ସାରିଛି।

ମାଲକାନଗିରି ଜିଲାରେ ବ୍ୟକ୍ତିଗତ ଜମି ଅଧିଗ୍ରହଣ ପାଇଁ ୩୮ ଗ୍ରାମରେ ରାଜ୍ୟ ସରକାରଙ୍କ ଦ୍ୱାରା ୪୪ ଆକଳନ ସହ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୩୦.୩୭୩ ଏକର ସରକାରୀ ଜମି ମଧ୍ୟରୁ ୨୩୦.୩୭୩ ଏକର ମଞ୍ଜୁର ହୋଇଛି। ଜୟପୁର ଠାରୁ ପ୍ରଥମ ୪୧.୫ କିମି ଶେଷ ମୂଲ୍ୟର ୬୨୪.୦୦ କୋଟି ଟଙ୍କାର ଟେଣ୍ଡର ଖୋଲା ଯାଇଥିଲା। ଘରୋଇ ଜମି ପାଇବାରେ ବିଳମ୍ବ ହେତୁ ଟେକବିଡ୍ ମୂଲ୍ୟାୟନ ବିଳମ୍ବ ହୋଇଛି। ଜୁନାଗଡ଼ରୁ ନବରଙ୍ଗପୁର ଷ୍ଟେସନ ମଧ୍ୟରେ ନୂତନ ଲାଇନ (୧୧୬.୨୧ କିଲୋମିଟର) ୨୦୨୪ ଅଗଷ୍ଟ ୯ରେ ଅନୁଷ୍ଠାନିକ ଭାବେ ଅନୁମୋଦନ ଓ ଘୋଷଣା କରାଯାଇଥିଲା। ଏହି ରେଳପଥ ପାଇଁ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଛି। ଜୁନାଗଡ଼(ପୂର୍ବତଟ)ରୁ ରାୟପୁର ମୁଖ୍ୟ ଲାଇନରୁ ଭଦ୍ରାଚଳମ ମଧ୍ୟରେ ପ୍ରସ୍ତାବିତ ନୂତନ ଲାଇନର ଏକ ଅଂଶ। ଏହାକୁ ଛତିଶଗଡ଼ ରାଜ୍ୟର ରାୟପୁରରୁ ତେଲଙ୍ଗାନା ରାଜ୍ୟର ହାଇଦରାବାଦ ସହିତ ସଂଯୋଗ କରି ଏକ ମୁଖ୍ୟ ଲାଇନରେ ପରିଣତ କରାଯିବ। ଭବିଷ୍ୟତରେ ଏହି ପ୍ରକଳ୍ପ ଦ୍ବାରା ବୈଲାଡିଲା ଖଣି, ସିଙ୍ଗନେରୀ କୋଇଲା ଖଣି, ଏନଏମଡିସି ଇସ୍ପାତ କାରଖାନା, ନାଲକୋ, ଏବଂ ଟିକିରି ଆଲୁମିନିୟମ ପ୍ଲାଣ୍ଟ ସହିତ ବିଭିନ୍ନ ସିମେଣ୍ଟ ଶିଳ୍ପ ଏବଂ ଅନ୍ୟାନ୍ୟ ଶିଳ୍ପକୁ ରେଳ ଲାଇନରେ ସଂଯୋଗ କରାଯିବ।

ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳପଥ ପାଇଁ ୨୦୧୬ରେ ରାଜ୍ୟ ସରକାର ଚୁକ୍ତିନାମା କରିଥିଲେ ହେଁ ଗତ ବିଜେଡି ସରକାର ଗୋଟିଏ ଇଞ୍ଚ ମଧ୍ୟ ଜମି ଅଧିଗ୍ରହଣ କଲେ ନାହିଁ। ରାଜ୍ୟରେ ନୂତନ ବିଜେପି ସରକାର ଆସିବା ପରେ ଜୁନାଗଡ଼ରୁ ନବରଙ୍ଗପୁର-ଜୟପୁର-ମାଲକାନଗିରି-ପାଣ୍ଡୁରଙ୍ଗାପୁରମ ରେଳପଥ କାର୍ଯ୍ୟ ଆରମ୍ଭ ହୋଇଛି। ଜମି ଗ୍ରହଣ କାର୍ଯ୍ୟ ସରିବା ପରେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ନବରଙ୍ଗପୁର ଲୋକସଭା ସାଂସଦ ତଥା ରେଳ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଇଂ. ବଳଭଦ୍ର ମାଝୀ କହନ୍ତି।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories