www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରବାସୀଙ୍କ ମନ ଜିଣିଲା ବୟନିକାର ସୂତା ଶାଢି : ୪ ଦିନରେ ୨ କୋଟିର କାରବାର

ଭୁବନେଶ୍ବର : ପ୍ରବାସୀଙ୍କ ମନଜିଣିଛି ଓଡ଼ିଶାର ଶାଢ଼ି। ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେଇଥିବା ବିଭିନ୍ନ ଦେଶର ପ୍ରବାସୀ ବୟନିକାରୁ ଲକ୍ଷ ଲକ୍ଷ ଟଙ୍କାର ଶାଢ଼ି କିଣି ନେଇଛନ୍ତି। ଗତ ୪ ଦିନ ମଧ୍ୟରେ ବୟନିକାରେ ଦୁଇକୋଟି ଟଙ୍କାର କାରବାର ହୋଇଥିବା ଜଣାପଡିଛି। ୭୦ ହଜାର ଟଙ୍କିଆ ସୂତା ଶାଢ଼ି ଅଧିକ ସଂଖ୍ୟାରେ ବିକ୍ରି ହୋଇଛି। ଏସବୁ ଶାଢ଼ିରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଝଲକ ରହିଥିଲା। ସେହିଭଳି ରାଜ୍ୟର ଭୌ‌େ‌ଗାଳିକ ସୂଚକ ତଥା ଜିଆଇ ମାନ୍ୟତା ଥିବା ଶାଢ଼ି ପ୍ରବାସୀଙ୍କୁ ଆକୃଷ୍ଟ କରିଥିଲା। ଏଠାରେ ଉପଲବ୍ଧ ସାରେଗାମା ଶାଢ଼ିକୁ ପସନ୍ଦ କରିଥିଲେ ପ୍ରବାସୀ। ସୋନ୍‌ପୁରୀ, ସମ୍ବଲପୁରୀ ଏବଂ ଖଣ୍ଡୁଆ ସହ ବାନ୍ଧକଳା ଶାଢ଼ି ଦେଖି ଖୁସିବ୍ୟକ୍ତ କରିଥିଲେ। ଓଡ଼ିଶାର କଳା କାରିଗରୀର ସ୍ମୃତିବହନ କରୁଥିବା ଶାଢ଼ି ପ୍ରବାସୀଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଜଣେ ଜଣେ ପ୍ରବାସୀ ୫ ଲକ୍ଷ ଟଙ୍କାର ଶାଢ଼ି କିଣି ନେଇଛନ୍ତି। ତାଞ୍ଜାନିଆରୁ ଆସିଥିବା ଡ.କୌଶିକ ଲକ୍ଷ୍ମୀ ଦାସ କହନ୍ତି ଯେ, ଓଡ଼ିଶାର ଶାଢ଼ି ପ୍ରତି ବିଦେଶରେ ଆଦର ରହିଛି। ସୁଯୋଗ ମିଳିଲେ ଆମେ ଶାଢ଼ି କିଣିବାକୁ ଭୁଲି ନଥାଉ। ମିଆଁମାରର ଡ.ରାମ ନିବାସ କହନ୍ତି ଯେ, ଓଡ଼ିଶାର ଶାଢ଼ି ଦେଖି ଆମେ ବିସ୍ମିତ। ଆମ ପାଇଁ ଶାଢ଼ି କିଣିବାକୁ ଏହା ଏକ ସ୍ମୃତିର ଦିନ ହୋଇ ରହିବ। ଡ.ପ୍ରେମ କୁମାର ଏବଂ ଲେଖାରାଜଙ୍କ ଭଳି ଅନ୍ୟ ପ୍ରବାସୀମାନେ ଶାଢ଼ି କିଣିଛନ୍ତି । ବୟନିକା ପରିଚାଳନା ନିର୍ଦେଶିକା ପ୍ରଣତୀ ଛୋଟରାୟ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସରେ ଆମ ରାଜ୍ୟର ଶାଢ଼ି ବିଶ୍ବର ବିଭିନ୍ନ ଦେଶର ପ୍ରବାସୀ କିଣିଛନ୍ତି। ଏହା ଆମ ପାଇଁ ସୌଭାଗ୍ୟର କଥା। ସେମାନେ ଆମ ଶାଢ଼ିକୁ ଦେଖି ବହୁତ ଖୁସି ହୋଇଛନ୍ତି। ବିଭିନ୍ନ ପ୍ରକାର ଶାଢ଼ି କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରବାସୀ ଭାରତୀୟ ଦିବସ ଅବସରରେ ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ପକ୍ଷରୁ ଶାଢ଼ି ବିକ୍ରି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବୟନିକା ପକ୍ଷରୁ ଭୁବନେଶ୍ବରରେ ରାତ୍ର ବଜାର ଖୋଲାଯାଇଛି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories