www.samajalive.in
Saturday, December 6, 2025
23.1 C
Bhubaneswar

ନନ୍ଦନକାନନ ବୁଲିଲେ ୩୪ ପ୍ରବାସୀ ଭାରତୀୟ

ନନ୍ଦନକାନନ : ପ୍ରବାସୀ ଭାରତୀୟ ଦିବସ ଶୁକ୍ରବାର ଉଦଯାପିତ ହୋଇଯାଇଛି। କିନ୍ତୁ ପ୍ରବାସୀ ଭାରତୀୟ ରାଜ୍ୟ ଛାଡ଼ି ନାହାନ୍ତି। ଏବେବି ଅନେକ ଏଠାରେ ରହି ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରିବା ସହିତ କାରୁକାର୍ଯ୍ୟ ଦେଖି ଅଭିଭୂତ ହେଉଛନ୍ତି। ଶନିବାର ପ୍ରାୟ ୫ ଦେଶରୁ ୩୪ ପ୍ରବାସୀ ଭାରତୀୟ ନନ୍ଦନକାନନ ପରିଦର୍ଶନରେ ଯାଇଥିଲେ। ନନ୍ଦନକାନନ ପ୍ରାଣୀଉଦ୍ୟାନ ଉପନିର୍ଦେଶକ ସନଥ କୁମାର ନାରାୟଣ, ନନ୍ଦନକାନନ ଥାନା ଆଇଆଇସି ସମିତା ମିଶ୍ରଙ୍କ ତତ୍ତ୍ବାବଧାନରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ବ୍ୟାଟେରିଚାଳିତ ଗାଡ଼ିରେ ଜୀବଜନ୍ତୁ ଖୁଆଡ଼ ବୁଲିଥିଲେ। ପ୍ରସ୍ଥାନ ପଥରେ ଓରମାସ ତରଫରୁ ହୋଇଥିବା ୪ଟି ଷ୍ଟଲରୁ ବିଭିନ୍ନ ସାମଗ୍ରୀ କ୍ରୟ କରିଥିଲେ। ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ମଜା ନେଇଥିଲେ। ଦୁବାଇରୁ ୧୦ଜଣ, ମରିସସ୍ରୁ ୮, ଋଷିଆରୁ ୩, ଓମାନରୁ ୨ ଓ ଦେଶ ଭିତରୁ ୧୧ଜଣ ପ୍ରବାସୀ ନନ୍ଦନକାନନ ବୁଲିଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories