ବର୍ମିଂହାମ : କ୍ରିକେଟ ବିଶ୍ବକପ ୨୦୧୯ର ଦ୍ବିତୀୟ ସେମିଫାଇନାଲ ଗୁରୁବାର ବର୍ମିଂହାମରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ଫାଇନାଲରେ ରବିବାର ନ୍ୟୁଜିଲାଣ୍ଡକୁ ଭେଟିବ। ଗୁରୁବାରର ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାରେ ଅସମର୍ଥ ହୋଇଥିଲା। ୪୯ ଓଭର ଖେଳି ଅଷ୍ଟ୍ରେଲିଆ ଇଂଲଣ୍ଡ ପାଇଁ ୨୨୪ ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଥିଲା। ଅଷ୍ଟ୍ରେଲିଆର ଲୋ ସ୍କୋରର ପିଛା କରି ଇଂଲଣ୍ଡର ଓପନିଂ ଯୋଡି ବେରଷ୍ଟୋ, ରୟ ଭଲ ବ୍ୟାଟିଂ ପଦର୍ଶନ କରିଥିଲେ। ପରେ ଅଧିନାୟକ ମୋର୍ଗାନ ଏବଂ ଜୋ ରୁଟ୍ ଇଂଲଣ୍ଡକୁ ବିଜୟର ସ୍ବାଦ ଚଖାଇଥିଲେ। ରୟ ସର୍ବାଧିକ ୬୫ ବଲ ଖେଳି ୫ ଟି ଛକା ଏବଂ ୯ ଟି ଚୌକା ସହାୟତାରେ ୮୫ ରନ କରି ଖରାପ ଅମ୍ପାୟାରିଂ କରାରଣରୁ ଆଉଟ ହୋଇ ପାଭିଲିଅନକୁ ଯାଇଥିଲେ।
Popular Categories



