ଅନ୍‌ଲାଇନ୍‌ରେ ମିଳିବ କଏଦୀଙ୍କ ପ୍ରସ୍ତୁତ ଖାଦ୍ୟ

-‘ସ୍ବିଗି’ ସହ କେରଳ କାରାଗାର କର୍ତ୍ତୃପକ୍ଷଙ୍କ ବୁଝାମଣା
-୧୧ରୁ ଆରମ୍ଭ, ଲଞ୍ଚ ପ୍ୟାକେଟ୍‌ର ଦାମ ୧୨୭ ଟଙ୍କା
-ପ୍ୟାକେଟ୍‌ରେ ରହିବ ବିରିୟାନି, ରୋଷ୍ଟେଡ୍‌ ଚିକେନ
ତ୍ରିସୁର : କେରଳର ତ୍ରିସୁରସ୍ଥିତ ଭିୟୁର କେନ୍ଦ୍ରୀୟ କାରାଗାରର କଏଦୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଏଣିକି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଏହାର ନାମ ରଖାଯାଇଛି ‘ଫ୍ରିଡମ୍‌ କମ୍ବୋ ଲଞ୍ଚ’। ଅନ୍‌ଲାଇନ୍‌ ଖାଦ୍ୟ ବିତରଣକାରୀ ‘ସ୍ବିଗି’ ମାଧ୍ୟମରେ ବରାଦ ଦେଲେ ଗ୍ରାହକଙ୍କୁ ଖାଦ୍ୟ ମିଳିବ। ପତ୍ରରେ ପ୍ରସ୍ତୁତ ପ୍ରତି ଖାଦ୍ୟ ପ୍ୟାକେଟରେ ୩୦୦ଗ୍ରାମ ବିରିୟାନି, ଗୋଟିଏ ରୋ​‌େ​‌ଷ୍ଟଡ୍‌ ଚିକେନ୍‌ ଲେଗ୍‌ ପିସ୍‌, ୩ ପଟ ରୁଟି, ଗୋଟିଏ ପ୍ଲେଟ ଚି​‌େ​‌କନ୍‌ ତରକାରୀ, ସାଲାଡ, ଆଚାର, ଗୋଟିଏ କପ୍‌ କେକ୍‌ ଓ ଗୋଟିଏ ପାଣି ବୋତଲ ମିଳିବ। ଏହାର ମୂଲ୍ୟ ୧୨୭ ଟଙ୍କା ରଖାଯାଇଛି। ଆସନ୍ତା ୧୧ରୁ ଏହାର ବିକ୍ରୟ ଆରମ୍ଭ ହେବ। କଏଦୀଙ୍କୁ ନେଇ କାରାଗାର କର୍ତ୍ତୃପକ୍ଷ ‘ଫ୍ରିଡମ୍ ଫୁଡ୍‌ ଫ୍ରାକ୍ଟ୍ରି’ ପରିଚାଳନା କରିବେ।

prayash

ଆଧୁନିକ ସମାଜରେ ଅନ୍‌ଲାଇନ୍‌ ଖାଦ୍ୟର ଚାହିଦା ବୃଦ୍ଧି ପରିପ୍ରେକ୍ଷୀରେ କାରାଗାର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସମ୍ପ୍ରତି ଭିୟୁର କାରାଗାର ସମ୍ପୁଖରେ ଏକ କାଉଣ୍ଟର ଖୋଲାଯାଇ କଏଦୀଙ୍କ ଦ୍ବାରା ପ୍ରସ୍ତୁତ ବିରିୟାନି, ଚିକେନ୍‌ ତରକାରୀ, ରୁଟି ଆଦି ବିକ୍ରୟ କରାଯାଉଛି ଓ ଏହାର ଚାହିଦା ବୃଦ୍ଧି ପାଇବାରେ କର୍ତ୍ତୃପକ୍ଷ ଉତ୍ସାହିତ ହୋଇ ଅନ୍‌ଲାଇନ୍‌ ବ୍ୟବସାୟ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ‘ସ୍ବିଗି’ ସହିତ ବୁଝାମଣା ହୋଇଛି। ଏଥିରୁ ସଫଳତା ମିଳିଲେ ଭବିଷ୍ୟତରେ ଅନ୍ୟ କାରାଗାରରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ ବୋଲି କର୍ତ୍ତୃପକ୍ଷ ପରିକଳ୍ପନା କରିଛନ୍ତି। ପ୍ରଥମେ କାରାଗାରଠାରୁ ୬/୭ବର୍ଗ କିଲୋମିଟର ଅଞ୍ଚଳରେ ପ୍ରତ୍ୟହ ଅନ୍‌ଲାଇନ୍‌ରେ ଅନ୍ୟୂନ ୧୦୦ ପୁଡ଼ିଆ ଖାଦ୍ୟ ବିକ୍ରୟ କରାଯିବା ଯୋଜନା ରହିଛି; ତେବେ ଚାହିଦା ଅନୁସାରେ ଏହା ଯୋଗାଇ ଦିଆଯିବ।
ଭିୟୁର କାରାଗାର ଅଧୀକ୍ଷକ ନିର୍ମଳା ନନ୍ଦନ ନାୟାରଙ୍କ କହିବାନୁଯାୟୀ, କାରାଗାର ବିଭାଗ ଦାୟିତ୍ବରେ ଥିବା ପୁଲିସ ଡିଜି ଋଷିରାଜ ସିଂହ କଏଦୀ ସୁଧାର ଯୋଜନାରେ ଏହି ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟର ପରିକଳ୍ପନା କରିଥିଲେ। କଏଦୀଙ୍କ ଦ୍ବାରା ପ୍ରସ୍ତୁତ ଅନ୍ୟାନ୍ୟ ସାମଗ୍ରୀ ଲୋକପ୍ରିୟତା ରହିଥିବାରୁ ସେ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟ ପ୍ରତି ଧ୍ୟାନ ଦେଇଥିଲେ। କଏଦୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟର ମାନ ଓ ସ୍ବାଦ ଉନ୍ନତ ଥିବାରୁ ଏବଂ ମୂଲ୍ୟ ସ୍ବଳ୍ପ ଥିବାରୁ ଅଳ୍ପକାଳ ମଧ୍ୟରେ ଏହାର ଚାହିଦା ବୃଦ୍ଧି ପାଇଲା। ପରବର୍ତ୍ତୀ ସମୟରେ ଲୋକେ ଘରେ ବସି କିପରି ଏହି ଖାଦ୍ୟ ପାଇପାରିବେ ସେ ନେଇ ଚିନ୍ତା କରାଗଲା। ନିୟମିତ କାଉଣ୍ଟର ବିକ୍ରି ବଳବତ୍ତର ରହିବା ସହ ଅନ୍‌ଲାଇନ୍‌ରେ ଅଧିକ କିଛି ଖାଦ୍ୟ ଯୋଗାଯିିବା ବ୍ୟବସ୍ଥା ହୋଇଥିବା ନାୟାର କହିଛନ୍ତି। ସମ୍ପ୍ରତି କାଉଣ୍ଟର ମାଧ୍ୟମରେ କଏଦୀଙ୍କ ଦ୍ବାରା ପ୍ରସ୍ତୁତ ୨୫ରୁ ୩୦ହଜାର ରୁଟି, ୫୦୦ରୁ ୬୦୦ ଚିକେନ୍‌ ବିରିୟାନି ପ୍ୟାକେଟ, ୩୦୦ ପ୍ଲେଟ୍‌ ସାଦା ଓ ଚିକେନ୍‌ ତରକାରୀ ବିକ୍ରି ହେଉଛି। ଏହି ଖାଦ୍ୟ ପ୍ରସ୍ତୁତିରେ ୧୦୦ କଏଦୀ ନିୟୋଜିତ ଅଛନ୍ତି। ସେମାନଙ୍କ ଦୈନିକ ମଜୁରି ୧୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିପାଇଁ ୫୦ଲକ୍ଷ ଟଙ୍କା ବିନିଯୋଗରେ ଅତ୍ୟାଧୁନିକ ​ରୋଷେଇ ଘର ନିର୍ମାଣ କରାଯାଇଛି। ଖାଦ୍ୟ ବିକ୍ରିରୁ ଲବ୍ଧ ଅର୍ଥ କଏଦୀଙ୍କର ଓ କାରାଗାରର ବିକାଶ ଦିଗରେ ବିନିଯୋଗ ହେଉଛି ବୋଲି ନାୟାର କହିଛନ୍ତି।

kalyan agarbati

Comments are closed.