କନେଷ୍ଟବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନାର କନେଷ୍ଟବଳ ଦୟାନିଧି ସାହୁଙ୍କୁ ଠେଙ୍ଗାରେ ମାଡ ମରା ଘଟଣାରେ ପାଟଣା ପୁଲିସ ସେମବାର ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ପାଟଣା ଥାନା ରତନପୁର ଗ୍ରାମର ହିରାମୋହନ ନାଏକ ।
ସୂଚନା ମୁତାବକ, ମଲ୍ଲୀପଶି ବାହୁଡା ଯାତ୍ରାରେ ୨୨୦ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ସମୟରେ ଦୁଇ ଜଣ ବାଇକ୍ ଆରୋହୀଙ୍କୁ ବାଇପାସ୍ ରାସ୍ତାରେ ଯିବାପାଇଁ ପରାମର୍ଶ ଦେବାରୁ ଅଭିଯୁକ୍ତ ଦୁଇ ଜଣ କନେଷ୍ଟବଳ ଦୟାନିଧିଙ୍କ ସହ ବଚସା କରିବା ସହ ତାଙ୍କୁ ଠେଙ୍ଗାରେ ମାଡ଼ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ପୁଲିସ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିଥିଲା । ସୋମବାର ଏହି ଘଟଣାରେ ପାଟଣା ଥାନା ରତନପୁର ଗ୍ରାମର ହିରାମୋହନ ନାଏକକୁ ପୁଲିସ ଗିରଫ କରିଥିବା ବେଳେ ଘଟଣାର ମୁଖ୍ୟ ଆସାମୀ କୁହାଯାଉଥିବା ଆନନ୍ଦ ନାଏକ ଫେରାର୍ ଥିବା ଜଣାପଡିଛି ।

Comments are closed.