www.samajalive.in
Monday, December 8, 2025
13.1 C
Bhubaneswar

ହୃଦୟବିଦାରକ .. ଜୟପୁର ଦୁର୍ଘଟଣାରେ ଜଳୁଥିଲେ ଲୋକେ, ଜଳୁଥିଲା ଗାଡି, ଜୀବନ୍ତ ଦଗ୍ଧ ୧୬, ମିଳୁନି ପରିଚୟ..

ଜୟପୁର : ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ମର୍ମନ୍ତୁଦ ଦୁର୍ଘଟଣା ସହ ଭୟଙ୍କର ଅଗ୍ନିକାଣ୍ଡରେ ବଢି ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଏହି ଅଘଟଣ ହଇଚଇ ସୃଷ୍ଟି କରିଛି । ଏଥିରେ ଏଯାଏଁ ୧୬ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସେମାନଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି । ସେହିପରି ୩୫ ଜଣ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ଯେ କେହି ଏହି ଦୃଶ୍ୟ ଦେଖିଲେ ଭୟଭୀତ ସହ ଛାତି ଥରି ଉଠିବ । ଏହି ଦୁର୍ଘଟଣାରେ ଟ୍ରକ ଓ ପେଟ୍ରୋଲିୟମ ଗ୍ୟାସ କମ୍ପାନୀର ଟ୍ୟାଙ୍କର ବ୍ୟତୀତ ୪୦ଟି ଗାଡି ପୋଡି ପାଉଁଶ ହୋଇଯାଇଛି । ଧକ୍କା ହେବା ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଭଳି ହେବା ସହ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଏହା ଶୁଣାଯାଇଥିଲା । ଦୁର୍ଘଟଣାରେ ଗୁରୁତର ଲୋକେ ଚିତ୍କାର କରିବା ସହ ସାହାଯ୍ୟ ପାଇଁ ଗୁହାରି କରୁଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୨୦୦ ମିଟର ଲମ୍ବ ବିଶିଷ୍ଟ ରାସ୍ତାରେ ନିଆଁ ପିଣ୍ଡୁଳା ଭଳି ଦେଖାଯାଇଥିଲା । ଚାରି ଆଡେ କଳା ଧୂଆଁମୟ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଅନେକ ଚେଷ୍ଟା କରି ନିଆଁ ଲିଭାଇଥିଲେ । ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ପେଟ୍ରୋଲିୟମ ଗ୍ୟାସ କମ୍ପାନୀର ଟ୍ୟାଙ୍କର ଅଜମେରରୁ ଜୟପୁର ଆସୁଥିଲା । ଟ୍ୟାଙ୍କରଟି ଅଜମେର ହାଇୱେରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ସାମ୍ନାରେ ବୁଲାଣିରେ ବୁଲିବା ସମୟରେ ଜୟପୁରରୁ ଅଜମେର ଯାଉଥିବା ଟ୍ରକ ସହ ଧକ୍କା ହୋଇଥିଲା ।

ଅବପାତରେ ପରିଣତ ଲଘୁଚାପ ; ରବିବାର ସକାଳ ଯାଏଁ ଏହି ଜିଲାରେ ବର୍ଷିବ..

୧୦୦ ବର୍ଷ ପରେ.. ନୂଆବର୍ଷରେ ଶନି-ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ଯୋଗ ; ଏହି ୩ ରାଶି ହେବେ ମାଲାମାଲ, ବଢିବ ଦରମା, କିଣିବେ ଜମି..

- Advertisement -

 

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories