www.samajalive.in
Wednesday, December 10, 2025
14.1 C
Bhubaneswar

ପ୍ରତିଷ୍ଠାର ୫୫ ବର୍ଷ ପରେ ନାକ୍‌ ଟିମର ଗଞ୍ଜାମ ମହାବିଦ୍ୟାଳୟ ପରିଦର୍ଶନ, ଗ୍ରେଡ୍‌କୁ ଅପେକ୍ଷା

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠାର ଦୀର୍ଘ ୫୫ ବର୍ଷ ପରେ ଏହି କଲେଜକୁ ପରିଦର୍ଶନ ପାଇଁ ଆସିଛନ୍ତି ତିନି ଜଣିଆ ନାକ ଟିମ୍। ଦୁଇ ଦିନ ଧରି ମହାବିଦ୍ୟାଳୟ କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ କରିବା ପରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କିଭଳି ରହିଛି ତାହାକୁ ଟିମ୍ ପରଖି ଥିଲେ। ଦୁଇ ଦିନ ଧରି ଟିମର ପରିଦର୍ଶନ ପରେ ସମସ୍ତଙ୍କ ମନରେ ନୂତନ ଆଶା ସଂଚାର ହୋଇଛି। ମହାବିଦ୍ୟାଳୟକୁ ଭଲ ଗ୍ରେଡ୍‌ ମିଳିବ ବୋଲି ଆଶା ରଖିଛନ୍ତି କଲେଜ କର୍ତ୍ତୃପକ୍ଷ।

ତିନି ଜଣିଆ ପ୍ରତିନିଧି ଦଳରେ ପ୍ରଫେସର ରମେଶ କୁମାର ପାଣ୍ଡେ, ପ୍ରଫେସର ମିନାଲ୍ କାନ୍ତି ଦତ୍ତ, ପ୍ରଫେସର ବିକାଶ ପିଶୁର୍ଲ୍ଲେକର ରହିଛନ୍ତି। ୨ ଦିନ ମଧ୍ୟରେ ମହାବିଦ୍ୟାଳୟର ଏକାଡେମିକ, ଆଡମିନିଷ୍ଟ୍ରେସନ, ଭିତ୍ତିଭୂମି ଯାଞ୍ଚ କରିବା ସହ ବିଭାଗଗୁଡ଼ିକରେ ପାଠପଢା କିଭଳି ହେଉଛି ତାହା ଦେଖିଥିଲେ। ଏହା ସହ ବିଭିନ୍ନ  ବିଭାଗର ଭିତ୍ତିଭୂମି ଉନ୍ନତିକରଣ ବିଷୟ ତଦାରଖ କରିଥିଲେ। ଏହାବ୍ୟତୀତ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ଅଧ୍ୟାପକ, ଅଧ୍ୟାପିକା, ଅଧ୍ୟୟନରତ ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଉନ୍ନତିକରଣ ଲାଗି କ’ଣ ସବୁ ଖସଡ଼ା ପ୍ରସ୍ତୁତ ହୋଇଛି, ଆଗାମୀ ଦିନରେ ଆଉ କଣ ସବୁ ଯୋଜନା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଅଧ୍ୟକ୍ଷ ସୀମାଞ୍ଚଳ ଭୋଳ, ନାକ ସଂଯୋଜକ ପ୍ରାଧ୍ୟାପକ ଅମର ବିଷୋୟୀ, ଆଇକ୍ୟୁଏସି ସଂଯୋଜକ ସ୍ମରଣିକା ହୋତାଙ୍କ ନେତୃତ୍ବରେ କ୍ୟାମ୍ପସରେ ବ୍ୟାପକ ଉନ୍ନତିକରଣ କାର୍ଯ୍ୟ ସମ୍ପାଦନ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories