www.samajalive.in
Sunday, December 7, 2025
26.1 C
Bhubaneswar

ତିନି ଜିଏଫପି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ

ପାଣାଜୀ : ବିଜେପି ନେତୃତ୍ବ ଗୋଆର ମେଣ୍ଟ ସରକାରରୁ ସହଯୋଗୀ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି)ର ତିନି ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ଜିଏଫପିରୁ ଉପମୁଖ୍ୟମନ୍ତ୍ରୀ ଥିବା ବିଜୟ ସରଦେଶାଇଙ୍କୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଇଛି। ତାଙ୍କ ସ୍ଥାନରେ ବିଜେପିରେ ନୂଆ କରି ଯୋଗ ଦେଇଥିବା କଂଗ୍ରେସ ନେତା ଚନ୍ଦ୍ରକାନ୍ତ କାଭଲେକରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। ଜିଏଫପିର ତିନି ମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଥିବା ସ୍ବାଧୀନ ବିଧାୟକ ରୋହନ ଖାଉନ୍ତେଙ୍କୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଇଛି। ଏହି ମନ୍ତ୍ରୀଙ୍କ ସ୍ଥାନରେ କଂଗ୍ରେସରୁ ଆସି ବିଜେପିରେ ଯୋଗଦେଇଥିବା ୪ ବିଧାୟକଙ୍କୁ ମନ୍ତ୍ରୀ କରାଯିବ। ଶନିବାର ଅପରାହ୍ଣ ୩ଟାରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ତେବେ ଏ ସମ୍ପର୍କରେ ଜିଏଫପି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଜବାବ ଦିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ସରକାରୀ ଭାବେ ସେମାନେ କୌଣସି ନିର୍ଦେଶ ପାଇ ନାହାନ୍ତି ବୋଲି ସମ୍ପୃକ୍ତ ମନ୍ତ୍ରୀମାନେ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ସରଦେଶାଇ କହିଛନ୍ତି ଯେ ଜିଏଫପି ବିଜେପି ନେତୃତ୍ବ ଏନଡିଏର ଅଂଶୀଦାର ରହିଛି। ବିଜେପିର କେନ୍ଦ୍ରୀୟ ନେତାଙ୍କ ସହିତ ଆଲୋଚନା ପରେ ଜିଏଫପି ଗୋଆ ରାଜ୍ୟ ସରକାରରେ ସାମିଲ ହୋଇଥିଲା। ବର୍ତ୍ତମାନ ପରିସ୍ଥିତି ବାବଦରେ ବିଜେପି କେନ୍ଦ୍ରୀୟ ନେତାଙ୍କ ସହିତ କୌଣସି ଆଲୋଚନା ହୋଇ ନାହିଁ। ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ। ଦୁଇଦିନ ତଳେ ଗୋଆ କଂଗ୍ରେସର ୧୦ ବିଧାୟକ ବିଜେପିରେ ଯୋଗ ଦେଇଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories