www.samajalive.in
Saturday, December 13, 2025
27.1 C
Bhubaneswar

ପିଇଓଙ୍କୁ ମାଡ ମାରିବା ମାମଲା; ଜେଲ୍‍ ଗଲା ଗିରଫ ଅଭିଯୁକ୍ତ

ପିପିଲି : ପୁରୀ ଜିଲା ଡେଲାଙ୍ଗ ବ୍ଲକ ଖେଲାଉର ଗ୍ରାମ ପଞ୍ଚାୟତରେ ଫନିି’ ବାତ୍ୟା ଜନିତ ସ୍ୱତନ୍ତ୍ର ଘରଭଙ୍ଗା ତଦନ୍ତ ସମୟରେ ପିଇଓଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରିବା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଶୁକ୍ରବାର ପିପିଲି କୋର୍ଟକୁ ଚାଲାଣ କରିଥିଲା। ତେବେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ୧୪ଦିନ ପାଇଁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ୍‍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଜଣକ ଖେଲାଉର ଗ୍ରାମର ଶିବ କୁମାର ହରିଚନ୍ଦନ(୩୮)।
ସୂଚନା ମୁତାବକ, ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସାମୁଦ୍ରିକ ବାତ୍ୟା ଫନି’ରେ ଡେଲାଙ୍ଗ ତହସିଲରେ ଘରଭଙ୍ଗା ସହାୟତାର ସ୍ୱତନ୍ତ୍ର ତଦନ୍ତ ପାଇଁ ଓଏଏସ୍‍ ଅଫିସରଙ୍କୁ ନେଇ ୪ଟି ଟିମ୍‍ ଗଠନ କରାଯାଇ ଇନ୍‍କ୍ୱାରୀ କରାଯାଉଛି। ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା, ଖେଲାଉର ପଞ୍ଚାୟତର ପିଇଓ ଯଦୁମଣୀ ଦାସ ଓ ଜଣେ ପୁଲିସ କନେଷ୍ଟବଳ ସୂର୍ଯ୍ୟମଣୀ ଦଳାଇ ପ୍ରମୁଖ ଗତ ୧୦ ତାରିଖ ଅପରାହ୍ନ ସାଢେ ୩ଟା ସମୟରେ ଖେଲାଉର ଗ୍ରାମରେ ଇନ୍‍କ୍ୱାରୀ କରୁଥିବା ସମୟରେ ୪ଜଣ ଯୁବକ ପିଇଓଙ୍କୁ ଆକ୍ରମଣ କରିଥିଲେ। ପିଇଓ ଶ୍ରୀଦାସଙ୍କୁ ସେମାନେ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରି ଧମକଚମକ କରିବା ସହ ତାଙ୍କ ମୁଁହ ଉପରକୁ ଛେପ ପକାଇ ଧକ୍କା ମାରିଥିଲେ। ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଉକ୍ତ ଅଧିକାରୀମାନେ ସେଠାରୁ ଭୟରେ ପଳାଇ ଆସିଥିଲେ। ଏ ସମ୍ପର୍କରେ ପିପିଲି ପୁଲିସରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଖେଲାଉର ଗ୍ରାମରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଶିବ କୁମାର ହରିଚନ୍ଦନ(୩୮)କୁ ଗିରଫ କରିଥିଲା। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସନ୍ଦୀପ କୁମାର ଦାସ ସୂଚନା ଦେଇଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories