www.samajalive.in
Wednesday, December 10, 2025
23.1 C
Bhubaneswar

୪ ଅନ୍ତରାଜ୍ୟ କୁଖ୍ୟାତ ଡକାୟତ ଗିରଫ

ଯାଜପୁର : ଯାଜପୁର ଜିଲା ବିଝାଂରପୁର ଥାନା ଅର୍ନ୍ତଗତ ସିଂହପୁର ସେତୁ ନିକଟରେ ଯାଜପୁର ପୁଲିସ ହାତରେ ଶନିବାର ୪ ଆନ୍ତରାଜ୍ୟ କୁଖ୍ୟାତ ଡକାୟତ ଧରା ପଡିଛନ୍ତି। ଏକ ସୁନା ଦୋକାନ ଡକାୟତି କରିବା ଲାଗି ଏକ ଗ୍ୟାଙ୍ଗ ଯୋଜନା କରୁଥିବା ବେଳେ ଯାଜପୁର ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ମାରଣାସ୍ତ୍ର ସହ ଚୋରୀ ସାମଗ୍ରୀ ଓ ଦୁଇଟି ବାଇକ୍ ଓ ୫ ଟି ମୋବାଇଲ ଜବତ କରାଯାଇଛି ।
ସୁଚନା ଅନୁସାରେ, ଏହି ଗ୍ୟାଙ୍ଗ ର ୬ ଜଣ ସଦସ୍ୟ ଜିଲାର ବିଭିନ୍ନ ଅଞ୍ଚଳରେ ଡକାୟତି କରିବାରେ ସଫଳ ହୋଇଥିଲେ । ଏପରିକି ଗତ ପନ୍ଦର ଦିନ ତଳେ ବିଝାଂରପୁର ଥାନା ସୁନ୍ଦରପୁର ଅଞ୍ଚଳରେ ହୋଇଥିବା ସଶସ୍ତ୍ର ଡକାୟତିରେ ଏମାନେ ସଂପୃକ୍ତି ଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ । ଚୋରୀ ଅଳଙ୍କାରକୁ ନେଇ କଟକର ଏକ ସୁନା ଦୋକାନରେ ବିକ୍ରି କରୁଥିଲେ । ସଂପୃକ୍ତ ବ୍ୟବସାୟୀଙ୍କ ଉପରେ ପୁଲିସର ଚଢାଉ ପରେ ବିଭିନ୍ନ ଅଞ୍ଚଳରୁ ଚୋରୀ ହୋଇଥିବା ୨୦୦ ଗ୍ରାମ ସୁନା ଓ ୩୦୦ ଗ୍ରାମ ରୁପା ଜବତ କରାଯାଇଛି । ଏହି ଡକାୟତି ଗ୍ୟାଙ୍ଗର ଦୁଇ ଜଣ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଖୁବଶୀଘ୍ର ଧରାଯିବାକୁ ଉଦ୍ୟମ କରାଯାଉଥିବା ଯାଜପୁର ଏସପି ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories