www.samajalive.in
Wednesday, December 10, 2025
23.1 C
Bhubaneswar

କର୍ଣ୍ଣାଟକ ସଙ୍କଟ : ସୋମବାର ଆସ୍ଥାଭୋଟ୍‍ ପାଇଁ ଦାବି କରିବ ବିଜେପି

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‍. ୟେଦୁରପ୍ପା କହିଛନ୍ତି, ସୋମବାର ଦିନ ଆସ୍ଥା ଭୋଟ୍‍ ପ୍ରସ୍ତାବ ଆଗତ ପାଇଁ ତାଙ୍କ ଦଳ ଗୁରୁତ୍ୱ ଦେବେ । ବେଙ୍ଗାଲୁରୁଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ସେ କହିଛନ୍ତି, ସୋମବାର ଦିନ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ଏଚ୍‍.ଡି. କୁମାରସ୍ୱାମୀ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଆସ୍ଥା ଭୋଟ୍‍ ଲୋଡ଼ିବାକୁ ତାଙ୍କ ଦଳ କହିବ ।

ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକମାନଙ୍କୁ ପ୍ରବର୍ତ୍ତାଇବା ଳାଗି କଂଗ୍ରେସର ଉଦ୍ୟମ ସଂକ୍ରାନ୍ତରେ ଶ୍ରୀ ୟେଦୁରପ୍ପା କହିଛନ୍ତି, ଆଉ ୫ ଜଣ ବିଦ୍ରୋହୀ ବିଧାୟକ ସେମାନଙ୍କର ଇସ୍ତଫା ପତ୍ର ବାଚସ୍ପତି ଗ୍ରହଣ କରିବା ବିଷୟ ଲୋଡ଼ି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କହିଛନ୍ତି, ୧୫ ଜଣ ବିଧାୟକ ସୁପ୍ରିମକୋର୍ଟ ଯାଇ ସେମାନଙ୍କର ଇସ୍ତଫା ପତ୍ରଗୁଡ଼ିକୁ ଶୀଘ୍ର ଗ୍ରହଣ କରିବା ଲାଗି ବାଚସ୍ପତିଙ୍କୁ କୋର୍ଟ ନିର୍ଦ୍ଦେଶ ଦେବା ସକାଶେ ଆଫିଡେଭିଟ୍‍ ଦାଖଲ କରିଛନ୍ତି । ୧୬ ଜଣ କଂଗ୍ରେସ ଓ ଜେଡିଏସ୍‍ ବିଧାୟକ ବାଚସ୍ପତିଙ୍କୁ ସେମାନଙ୍କର ଇସ୍ତଫା ପତ୍ର ଦେଇଛନ୍ତି ଓ ୨ ଜଣ ଜେଡିଏସ୍‍ ବିଧାୟକ ବିଜେପି ପ୍ରତି ସମର୍ଥନ ଜଣାଇଛନ୍ତି । ଫଳରେ ରାଜ୍ୟର ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତା ହରାଇଛି ବୋଲି ସେ କହିଛନ୍ତି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories