ରାଜ୍ୟରେ ଦିନକରେ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୨୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଜଗତସିଂହପୁର ଜିଲାରେ ୨୧ ଜଣ କରୋନା…
Read More...

ଆଫଗାନିସ୍ତାନରୁ ମଙ୍ଗଳବାର ଭାରତ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଭାରତକୁ ସ୍ଥାନାନ୍ତରିତ ହେଉଥିବା ଭାରତୀୟ ନାଗରିକଙ୍କ ସମେତ ସେଠାକାର ହିନ୍ଦୁ ଓ ଶିଖ୍‍ ସମୁଦାୟ ତଥା ଅନ୍ୟମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର କୋଭିଡ ନମୁନା ପରୀକ୍ଷା…
Read More...

ଆଫଗାନ ନାଗରିକଙ୍କ ପାଇଁ କାବୁଲ ବିମାନ ବନ୍ଦରକୁ ବାଟ ବନ୍ଦ

କାବୁଲ: ଦେଶ ଛାଡି ଚାଲିଯିବାକୁ ଉଦ୍ୟମ କରୁଥିବା ଆଫଗାନିସ୍ତାନ ନାଗରିକଙ୍କୁ କଡା ଚେତାବନୀ ଦେଇଛନ୍ତି ତାଲିବାନ ଆତଙ୍କି। ଆଫଗାନିସ୍ତାନ ସହିତ ଯୋଗାଯୋଗ ପାଇଁ ସଂପ୍ରତି ଖୋଲାଥିବା ଏକମାତ୍ର ରାସ୍ତା କାବୁଲ ବିମାନ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୮୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୧୩୧ ଜଣ ରହିଛନ୍ତି। ଏଥିସହିତ ସଂଗରୋଧରୁ ୫୧୫ ଏବଂ ସ୍ଥାନୀୟ ସଂକ୍ରମିତ ୩୭୨…
Read More...

୧.୫ କୋଟି ମୋବାଇଲ ଗ୍ରାହକଙ୍କ ସହିତ ଓଡ଼ିଶାରେ ଜିଓ ୧ ନମ୍ବର ସ୍ଥାନରେ

ଭୁବନେଶ୍ୱର,୨୪ା୮: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଏବଂ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ରାଜ୍ୟରେ ୨୦୨୧ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ…
Read More...

ସେପ୍ଟେମ୍ବରରୁ ପୁନଃ ଖୋଲିବ କର୍ତ୍ତାରପୁର ସାହିବ

ଇସଲାମାବାଦ: ପାକିସ୍ତାନର କର୍ତ୍ତାରପୁରସ୍ଥିତ ଗୁରୁଦ୍ୱାରା ଦରବାର ସାହିବ ଶ୍ରଦ୍ଧାଳୁଙ୍କ ନିମନ୍ତେ ଆସନ୍ତା ମାସରୁ ପୁନର୍ବାର ଖୋଲାଯିବ। କୋଭିଡ ସଂକ୍ରମଣ ବ୍ୟାପିବା ପରେ ୨୦୨୦ ମାର୍ଚ୍ଚରୁ ଏହି ଧର୍ମସ୍ଥଳକୁ ବନ୍ଦ…
Read More...

କାବୁଲରୁ ୟୁକ୍ରେନ ବିମାନ ଅପହରଣ

କାବୁଲ: ତାଲିବାନ ଆତଙ୍କିଙ୍କ ଭୟରେ ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ନେବାକୁ ଆସିଥିବା ୟୁକ୍ରେନର ଏକ ବିମାନକୁ ଅପହରଣ କରିନିଆଯାଇଛି। ସଶସ୍ତ୍ର ବ୍ୟକ୍ତିମାନେ ବିମାନକୁ ରବିବାର ଠାରୁ ଅପହରଣ କରିନେଇଛନ୍ତି। ୟୁକ୍ରେନର…
Read More...

ତାଲିବାନ ସହିତ ନିରବଚ୍ଛିନ୍ନ ଆଲୋଚନା ଜାରି ରଖିଛି ଆମେରିକା

ୱାଶିଂଟନ: ତାଲିବାନ ଆତଙ୍କି ଗୋଷ୍ଠୀ ସହିତ ଆମେରିକା ସରକାର ପ୍ରତିଦିନ ନିରବଚ୍ଛିନ୍ନ ଭାବରେ ଆଲୋଚନା ଜାରି ରଖିଛନ୍ତି। ତାଲିବାନକୁ ନେଇ ଆମେରିକାର କୌଣସି ଭ୍ରମ ନାହିଁ। ଅଗଷ୍ଟ ୩୧ ପୂର୍ବରୁ ଆଫଗାନିସ୍ତାନରୁ ହଜାର ହଜାର…
Read More...

ଓଡ଼ିଶା ପୁଲିସର ଜରୁରିକାଳୀନ ସହାୟତା ନମ୍ବର ୧୧୨

ଭୁବନେଶ୍ୱର: ଓଡ଼ିଶା ପୁଲିସର ଜରୁରିକାଳୀନ ସହାୟତା ଟେଲିଫୋନ ନମ୍ବର ବଦଳିଛି। ପୂର୍ବରୁ ରାଜ୍ୟବାସୀ ଜରୁରୀ ଆବଶ୍ୟକତା ସମୟରେ ପୁଲିସ ସହାୟତା ପାଇଁ ‘୧୦୦’କୁ ଡାଏଲ କରୁଥିଲେ। ଆଜିଠାରୁ ସେହି ନମ୍ବର ପରିବର୍ତ୍ତନ କରାଯାଇ…
Read More...

ତାଲିବାନକୁ ଆର୍ଥିକ ସହାୟତା ଯୋଗାଇବ ଚୀନ

କାବୁଲ/ବେଜିଂ: ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ସଂପ୍ରତି ପ୍ରତି ମୁହୂର୍ତ୍ତରେ ହତ୍ୟା, ଅତ୍ୟାଚାର, ଶୋଷଣ, ବିସ୍ଫୋରଣ ଭଳି ଘଟଣା ଘଟିଚାଲିଥିବାବେଳେ ଦେଶକୁ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଦଖଲ କରିଥିବା ତାଲିବାନ…
Read More...

ଦେଶରେ ଚିହ୍ନଟ ହେଲେ ଆଉ ୨୫,୪୬୭ କରୋନା ଆକ୍ରାନ୍ତ; ୩୫୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫,୪୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ଦେଶରେ ୩୯,୪୮୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩୫୪ କରୋନା…
Read More...

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବିରୁଦ୍ଧରେ ଏତଲା ଦାଏର ସହ ଗିରଫ ପରୱାନା ଜାରି

ନାସିକ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଆପତ୍ତିଜନ ମନ୍ତବ୍ୟ ଦେବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୁଦ୍ଧରେ ଏତଲା ଦାଏର କରାଯିବା ସହିତ ନାସିକ ପୁଲିସ ପକ୍ଷରୁ…
Read More...

ରାଜ୍ୟରେ ଆଉ ୬୭ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୨୦ ଜଣ ରହିଛନ୍ତି। ସେହିଭଳି ଜଗତସିଂହପୁର ଜିଲାରେ ୧୪ ଓ ଢେଙ୍କାନାଳରେ ୮ ଜଣଙ୍କର…
Read More...

ରାଜ୍ୟରେ ୬୨୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ସୋମବାର ଦିନ ରାଜ୍ୟରେ ୬୨୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୮୦ ଜଣ ରହିଛନ୍ତି। ତାହାସହିତ ସଂଗରୋଧରୁ ୩୬୬ ଓ ସ୍ଥାନୀୟ ସଂକ୍ରମିତ ୨୫୯ ରହିଛନ୍ତି।…
Read More...

ତାଲିବାନର ଆଫଗାନିସ୍ତାନ ଦଖଲ ପଛରେ ପାକିସ୍ତାନ ଆଇଏସଆଇର ମୁଖ୍ୟ ଭୂମିକା

ୱାଶିଂଟନ: ତାଲିବାନକୁ ପୃଷ୍ଠପୋଷକତା ଯୋଗାଇବା କ୍ଷେତ୍ରରେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା (ଆଇଏସଆଇ) ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତାଲିବାନର ଆଫଗାନିସ୍ତାନ ଦଖଲ ପଛରେ ମଧ୍ୟ ସେମାନଙ୍କର ମୁଖ୍ୟ ଭୂମିକା…
Read More...

କାବୁଲ ବିମାନ ବନ୍ଦରରେ ଭୀଷଣ ଗୁଳିଚାଳନା; ତାଲିବାନକୁ କଡା ଜବାବ ଦେଉଛନ୍ତି ଆମେରିକା ଓ ପାଶ୍ଚାତ୍ୟ ସୈନ୍ୟ

କାବୁଲ: କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ସୋମବାର ସକାଳେ ଭୀଷଣ ଗୁଳିଚାଳନା ଘଟିଥିବା ଖବର ହସ୍ତଗତ ହୋଇଛି। ଏଥିରେ ଜଣେ ତାଲିବାନି ଆତଙ୍କିର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣ ଆହତ…
Read More...

ଡାଲ ହ୍ରଦରେ ଏସବିଆଇ ଖୋଲିଲା ଭାସମାନ ଏଟିଏମ

ଶ୍ରୀନଗର: ଭାରତର ସର୍ବବୃହତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଶ୍ରୀନଗରସ୍ଥିତ ଡାଲ ହ୍ରଦରେ ଭାସମାନ ଏଟିଏମ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ପୂର୍ବରୁ ଏହା ୨୦୦୪ରେ କେରଳରେ ପ୍ରଥମ କରି ଏହିଭଳି ଭାସମାନ ଏଟିଏମ…
Read More...

ଶତାଧିକ ତାଲିବାନି ପଞ୍ଜଶିର ମୁହାଁ; କଡା ଜବାବ ଦେବାକୁ ପ୍ରସ୍ତୁତ ଅହମଦ ମାସୁଦ

କାବୁଲ: ତାଲିବାନ ଆତଙ୍କି ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇସାରିଥିଲେ ମଧ୍ୟ ଦେଶର ପଞ୍ଚଶିର ପ୍ରଦେଶ ଏବେ ମଧ୍ୟ ସେମାନଙ୍କ ପାଇଁ ଅପହଞ୍ଚ ରହିଯାଇଛି। ଦେଶର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶିରରେ…
Read More...

ଅଗଷ୍ଟ ୩୧ ସୁଦ୍ଧା ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରୁ ଫେରିବା ନେଇ ବାଇଡେନ ଆଶାବାଦୀ

ୱାଶିଂଟନ: ଏବେ ବି ଆଫଗାନିସ୍ତାନରେ ପ୍ରାୟ ୧୫ ହଜାର ଆମେରିକୀୟ ନାଗରିକ ଏବଂ ସେମାନଙ୍କୁ ସହଯୋଗ କରୁଥିବା ୫୦ ହଜାର ଆଫଗାନ ନାଗରିକ ରହିଛନ୍ତି। ସେମାନଙ୍କୁ କାବୁଲ ବିମାନ ବନ୍ଦର ଦେଇ ସ୍ଥାନାନ୍ତର କରିବାକୁ ହେବ।…
Read More...

ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ଜଗତସିଂହପୁର ଜିଲାରେ ୧୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ…
Read More...

ରାଜ୍ୟରେ ୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ରବିବାର ଗୋଟିଏ ଦିନରେ ୭୬୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୧୦୧ ଜଣ ରହିଛନ୍ତି। ଏଥିସହିତ ସଂଗରୋଧରୁ ୪୪୩ ଓ ସ୍ଥାନୀୟ ସଂକ୍ରମିତ ୩୧୮…
Read More...

ଗୁପଚୁପ ଭିତରେ ନିର୍ବନ୍ଧ ମୁଦି

ନୂଆଦିଲ୍ଲୀ: ଗୁପଚୁପ / ଗୋଲଗପ୍ପା / ପାନିପୁରି/ ପୁଚକା ଏହିଭଳି କେତେ ନାମରେ ପରିଚିତ ଏହି ଖାଦ୍ୟ। ପିଲାଠାରୁ ବୟସ୍କଙ୍କ ଯାଏ ସମସ୍ତଙ୍କ ପାଟିରୁ ଲାଳ ବହିଯାଏ ଗୁପଚୁପ କଥା କହିଲେ। ସେଥିପାଇଁ ତ ଅନେକ ଭୋଜିର ଷ୍ଟାର୍ଟର…
Read More...

ଗୁଗଲ ମ୍ୟାପରେ ବିବାହ ପ୍ରସ୍ତାବ

ବର୍ଲିନ: ସାଧାରଣତଃ ଫୋନ କରି, ହ୍ୱାଟସଆପ ଅଥବା ବ୍ୟକ୍ତିଗତ ଭାବରେ ସାମନାସାମନି ଜଣେ ଜଣକୁ ବିବାହ ପ୍ରସ୍ତାବ ଦେଇପାରନ୍ତି। କିନ୍ତୁ ଗୁଗଲ ମ୍ୟାପରେ ବିବାହ ପ୍ରସ୍ତାବ!! ଏକଥା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ରୋଚକ…
Read More...

ସତର୍କ ରୁହନ୍ତୁ: ଅଧିକ ସମୟ ମୋବାଇଲ ଦେଖିଲେ ସୃଷ୍ଟିହେବ ସମୀପ ଦୃଷ୍ଟିଦୋଷ

ଭୁବନେଶ୍ୱର: ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ। ତାହା ପୁଣି ସ୍ମାର୍ଟ ଫୋନ। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଦୈନିକ ଅଧିକ ସମୟ ମୋବାଇଲ ପରଦାକୁ ଦେଖି ସମୟ ବିତାଉଛନ୍ତି। ଗତବର୍ଷ ଠାରୁ କୋଭିଡ ମହାମାରୀ ଆରମ୍ଭ…
Read More...

ନିମ୍ନ ଆୟକାରୀ ମହିଳାଙ୍କୁ ଆର୍ଥିକ ସାଧନର ସୁଯୋଗ ଉପଲବ୍ଧ କରାଗଲେ ସେମାନଙ୍କର ଆର୍ଥିକ ନିରାପତ୍ତା ଓ ସମୃଦ୍ଧି ସମ୍ଭବ…

ଭୁବନେଶ୍ୱର: ନିମ୍ନ ଆୟକାରୀ ମହିଳାମାନଙ୍କୁ ଆର୍ଥିକ ସାଧନ ଯୋଗାଇ ଦିଆଗଲେ ସେମାନଙ୍କର ଆର୍ଥିକ ନିରାପତ୍ତା ଓ ସମୃଦ୍ଧି ସମ୍ଭବ ହୋଇପାରିବ। ଏହି ଲକ୍ଷ୍ୟ ନେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ ବରୋଦା ଏବଂ ବିଶ୍ୱର ଅନ୍ୟତମ…
Read More...

ଦୈନନ୍ଦିନ କାର୍ଯ୍ୟ ଡିଜିଟାଲରେ ପରିଚାଳନା ପାଇଁ ଆଗ୍ରହୀ କ୍ଷୁଦ୍ର ବ୍ୟବସାୟୀ

ବେଙ୍ଗାଲୁରୁ/ ଭୁବନେଶ୍ୱର: ଦେଶରେ ଥିବା ନିୟୁତାଧିକ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ସଂପ୍ରତି ସେମାନଙ୍କର ଦୈନନ୍ଦିନ ବ୍ୟବସାୟିକ କାର୍ଯ୍ୟ ଡିଜିଟାଲ ପଦ୍ଧତିରେ ପରିଚାଳନା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।…
Read More...

ଅଲିମ୍ପିକ ପଦକ ବିଜୟିନୀ ସାଇଖୋମ ମୀରାବାଇ ଚାନୁ ଆମୱେ ଇଣ୍ଡିଆର ବ୍ରାଣ୍ଡ୍‍ ଆମ୍ବାସାଡର

ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ, ଏମାନୁଏଲ ଗ୍ଲୋବାଲ କନସଲଟାନ୍ସିଜ ଜରିଆରେ ଆମୱେ ଏବଂ ଏହାର ନ୍ୟୁଟ୍ରିଲାଇଟ ବର୍ଗର ଉତ୍ପାଦସମୂହ ପାଇଁ ଅଲିମ୍ପିକ ପଦକ…
Read More...

ଚାଷୀଙ୍କ ପାଇଁ ଆସିଲା ପରିବହନକ୍ଷମ ବୁନ୍ଦା ଜଳସେଚନ ଉପକରଣ

ଭୁବନେଶ୍ୱର: ଏକ ଅଗ୍ରଣୀ ସ୍ମାର୍ଟ ଜଳସେଚନ ସମାଧାନ ଯୋଗାଣକାରୀ ନେଟାଫିମ୍ ଇଣ୍ଡିଆ ବୈପ୍ଳବିକ (ପୋର୍ଟେବଲ) ଉଠା ବୁନ୍ଦା ଜଳସେଚନ ଉପକରଣର ଶୁଭାରମ୍ଭ କରିଛି, ଯାହା ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଥିବା ସମସ୍ତ ଜଳସେଚନ…
Read More...

ଦେଶଛାଡି ଚାଲିଯାଉଥିବା ଆଫଗାନଙ୍କୁ ରୋକୁଛନ୍ତି ତାଲିବାନ; ବିମାନବନ୍ଦରରେ ଗଡୁଛି ମୃତଦେହ

କାବୁଲ: ଗଣମାଧ୍ୟମରେ ଶାନ୍ତିର ଦ୍ୱାହି ଦେଉଥିବା ତାଲିବାନ ଆତଙ୍କିମାନେ ସେମାନଙ୍କ ଭୟରେ ଦେଶ ଛାଡୁଥିବା ଆଫଗାନ ଜନସାଧାରଣଙ୍କୁ ସେଥିପାଇଁ ସୁଯୋଗ ଦେଉନାହାନ୍ତି। ରାସ୍ତାଘାଟ, ଗଳିକନ୍ଦି, ଛକମାନଙ୍କରେ ହାତରେ…
Read More...

ଆଫଗାନିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କଲା ଆନ୍ତର୍ଜାତିକ ଆଇଏମଏଫ

କାବୁଲ: ଅସ୍ତ୍ର ବଳରେ ତାଲିବାନ ଆତଙ୍କି ଗୋଷ୍ଠୀ କ୍ଷମତା ଦଖଲ କରିବା ପରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଆଫଗାନିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେଇଛି। ଏଥିସହିତ ଆଇଏମଏଫରେ ଗଚ୍ଛିତ ଥିବା ଦେଶର ମୁଦ୍ରା…
Read More...

ଆମେରିକାର ସାମରିକ ବାୟୋମେଟ୍ରିକ ଉପକରଣକୁ ଜବତ କଲା ତାଲିବାନ

ୱାଶିଂଟନ: ଆଫଗାନିସ୍ତାନରେ ଆମେରିକାର ବାୟୋମେଟ୍ରିକ ଉପକରଣକୁ ତାଲିବାନ ଜବତ କରିଛି। ଏହି ଏଚଆଇଆଇଡିଇ ଯନ୍ତ୍ରକୁ ଆମେରିକାର ସୈନ୍ୟବାହିନୀ ବିଶ୍ୱବ୍ୟାପୀ ଆତଙ୍କ ବିରୋଧୀ ଲଢେଇରେ ବ୍ୟବହାର କରିଆସୁଛନ୍ତି। ଏହାକୁ ସେମାନେ…
Read More...

ଭାରତରୁ ରପ୍ତାନି ଆମଦାନୀ ବନ୍ଦ କଲା ତାଲିବାନ

କାବୁଲ: ଭାରତ ସହିତ ସମସ୍ତ ବ୍ୟବସାୟିକ କାରବାରକୁ ତାଲିବାନ ଆତଙ୍କି ଗୋଷ୍ଠୀ ବନ୍ଦ କରିଦେଇଛନ୍ତି। ଆଫଗାନିସ୍ତାନକୁ ବଳପୂର୍ବକ ଦଖଲ କରିଥିବା ଏହି ଆତଙ୍କି ଗୋଷ୍ଠୀ ପାକିସ୍ତାନ ବାଟ ଦେଇ ସେହି ଦେଶ ସହିତ ଭାରତର ହେଉଥିବା…
Read More...

ଡେଲଟା ପ୍ରକରଣ ଉଭୟ ଟିକା ନେଇନଥିବା ଓ ନେଇଥିବା ଲୋକଙ୍କୁ ସଂକ୍ରମିତ କରୁଛି: ରିପୋର୍ଟ

ଚେନ୍ନଇ: କୋଭିଡ-୧୯ର ଡେଲଟା ପ୍ରକରଣ କୋଭିଡ ଟିକା ନେଇ ନଥିବା ଏବଂ ନେଇଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାଯାଇଛି।…
Read More...

ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଜଗତସିଂହପୁରରେ ୧୦ ଓ ଖୋର୍ଦ୍ଧା ଜିଲାରେ ୭…
Read More...

ମୁଁ ଦେଶରୁ ଟଙ୍କା ନେଇ ପଳାଇ ଆସିଥିବା ଖବର ମିଛ, ରହିଥିଲେ ତାଲିବାନ ମୋତେ ହତ୍ୟା କରିଥାନ୍ତେ- ଘନି

ଆବୁଧାବି: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶଛାଡି ପଳାଇଯାଇଥିବା ଦେଶର ରାଷ୍ଟ୍ରପତି ଆସରଫ ଘନି ସଂପ୍ରତି ସଂଯୁକ୍ତ ଆରବ ଏମିରେଟସରେ ଶରଣ ନେଇଛନ୍ତି। ସେ ନିଜ ସହିତ ବିପୁଳ ପରିମାଣର ଅର୍ଥ ନେଇ ପଳାଇଥିବା…
Read More...

ପୁଣି ମୁଣ୍ଡ ଟେକିଲା କୋଭିଡ ସଂକ୍ରମଣ; ଦିନକରେ ରାଜ୍ୟରେ ୧୦୪୧ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦୁଇଦିନ ୧ ହଜାର ତଳେ ରହିବା ପରେ ବୁଧବାର ଦିନ ପୁଣି ହଜାରେ ପାର କରିଛି। ଏହି ଦିନ ରାଜ୍ୟରେ ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ…
Read More...

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରୁ ମୁକ୍ତ ହେଲେ ଶଶି ଥରୁର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଅଦାଲତ ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କିତ ଏକ ମାମଲାରୁ ମୁକ୍ତ କରିଛନ୍ତି। ମାମଲାର ଶେଷ ଶୁଣାଣି ସମୟରେ ପୁଲିସ…
Read More...

ଆସାମ-ମିଜୋରାମ ସୀମାରେ ପୁଣି ଗୁଳି ଚାଳନା: ବଢିଲା ଉତ୍ତେଜନା

ଦିଶପୁର / ଆଇଜଲ: ଆସାମ ଓ ମିଜୋରାମ ସୀମାନ୍ତରେ ପୁଣି ଗୁଳି ଫୁଟିଛି। ଏଥିସହିତ ଦୁଇ ରାଜ୍ୟରେ ଥମି ଆସୁଥିବା ଉତ୍ତେଜନା ପୁନଶ୍ଚ ବୃଦ୍ଧିପାଇଛି। ମିଜୋରାମ ଅଭିଯୋଗ କରିଛି ଯେ ଆସାମ ପୁଲିସ କର୍ମଚାରୀମାନେ ମିଜୋରାମ…
Read More...

ସିବିଆଇକୁ ସ୍ୱାୟତ୍ତତା ପ୍ରଦାନ କର: କେନ୍ଦ୍ରକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମଦୁରାଇ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆି)କୁ ଅଧିକ ସ୍ୱାୟତ୍ତତା ପ୍ରଦାନ କରିବାକୁ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ସିବିଆଇ ସଂପ୍ରତି ଏକ…
Read More...

ଦେଶରେ ଆଉ ୩୫,୧୭୮ କରୋନା ଆକ୍ରାନ୍ତ ଚିହ୍ନଟ; ୪୪୦ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ଦେଶରେ ୪୪୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଗୋଟିଏ ଦିନରେ ୩୭,୧୬୯ ଜଣ…
Read More...

ମହିଳାଙ୍କୁ ନିର୍ବାଚିତ କରାଇବା ପ୍ରଶ୍ନରେ ହସିଲେ ତାଲିବାନ ଆତଙ୍କବାଦୀ

କାବୁଲ: ଆଫଗାନିସ୍ତାନକୁ ସଂପୂର୍ଣ୍ଣ ଭାବରେ ନିଜ ନିୟନ୍ତ୍ରଣକୁ ନେଇସାରିଥିବା ତାଲିବାନ ଆତଙ୍କି ଗୋଷ୍ଠୀ ସଂପ୍ରତି ସେଠାରେ କଠୋର ଇସଲାମୀୟ ଆଇନ ଲାଗୁ କରିବାରେ ଲାଗିଛନ୍ତି। କଥା ଓ କାମରେ ସଂପୂଣ୍ଣଁ ଭିନ୍ନ କରୁଥିବା…
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଜନିତ ୬୫ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ୬୫ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୫ ଜଣ ରହିଛନ୍ତି। ଏଥିସହିତ ଜଗତସିଂହପୁରରୁ ୧୧ ଏବଂ କେନ୍ଦ୍ରାପଡାରୁ ୯ ଜଣଙ୍କର…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯୩ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୩୮ ଜଣ ରହିଛନ୍ତି। ଏଥିସହିତ ସଂଗରୋଧରୁ ୫୭୮ ଓ ସ୍ଥାନୀୟ ସଂକ୍ରମିତ ୪୧୫ ଜଣ ରହିଥିବା…
Read More...

ପେଗାସସ୍‍ ଗୁଇନ୍ଦାଗିରି ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କେତେକ ରାଜନୈତିକ ବ୍ୟକ୍ତିବିଶେଷ, ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସାମ୍ବାଦିକ, ବରିଷ୍ଠ ଅଧିକାରୀ ଆଦିଙ୍କ ପଛରେ ଇସ୍ରାଏଲି ସଂସ୍ଥା ପେଗାସସକୁ ଗୁଇନ୍ଦାଗିରି ପାଇଁ କେନ୍ଦ୍ର ସରକାର ଲଗାଇଥିବା ଅଭିଯୋଗ ଉପରେ…
Read More...

ମହିଳାଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ତାଲିବାନର ଆହ୍ୱାନ

କାବୁଲ: ସମୁଦାୟ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶର ସରକାରୀ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିଆସିବାକୁ ତାଲିବାନ ଆତଙ୍କି ଗୋଷ୍ଠୀ ଆହ୍ୱାନ ଦେଇଛି। ଏପରିକି ସରକାରୀ ଚାକିରି କରିଥିବା ମହିଳାମାନେ…
Read More...

ଦେଶରେ ଗୋଟିଏ ଦିନରେ ରେକର୍ଡ ପାନ କୋଭିଡ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ ଟିକାକରଣ କରାଯାଇଛି। ସୋମବାର ଦିନକ ମଧ୍ୟରେ ୮୮,୧୩,୯୧୯ ପାନ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୂଚନା ଦେଇଛନ୍ତି। ଦିନକରେ…
Read More...

ଆମେରିକା ସମର୍ଥକଙ୍କୁ ଖୋଜୁଛନ୍ତି ତାଲିବାନ ଆତଙ୍କି

କାବୁଲ: ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ରହଣି ସମୟରେ ସେମାନଙ୍କୁ ସହଯୋଗ ଓ ସମର୍ଥନ କରୁଥିବା ଆଫଗାନ ନାଗରିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ତାଲିବାନ ଆତଙ୍କିମାନେ ଖୋଜିବା ଆରମ୍ଭ କରିଦେଇଛନ୍ତି। ସୋମବାର…
Read More...

ଆଫଗାନିସ୍ତାନରୁ ୧୨୦ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଫେରିଲା ବାୟୁସେନା ବିମାନ

କାବୁଲ: ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଥିବା ଧ୍ୱସ୍ତ ବିଧ୍ୱସ୍ତ ଆଫଗାନିସ୍ତାନରୁ ୧୨୦ ଜଣ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଭାରତୀୟ ବାୟୁସେନାର ସି-୧୭ ବିମାନ ସ୍ୱଦେଶ ଫେରିଆସିଛି। ଇତିମଧ୍ୟରେ ଜାତିସଂଘର ମୁଖ୍ୟ…
Read More...

ଏକ ରାଷ୍ଟ୍ରର ନେତୃବୃନ୍ଦ ପଛଘୁଞ୍ଚା ଦେଉଥିବାବେଳେ ସେହି ରାଷ୍ଟ୍ରକୁ ସୁରକ୍ଷା ଦେଇହେବ ନାହିଁ- ବାଇଡେନ

ୱାଶିଂଟନ: ଆଫଗାନିସ୍ତାନ ସଙ୍କଟକୁ ନେଇ ବିଣ୍ୱବାସୀଙ୍କ ନିକଟରେ ନିଜର ପକ୍ଷ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଭାରତୀୟ ସମୟ ସୋମବାର ରାତି ପ୍ରାୟ ୧.୩୦ରେ ହ୍ୱାଇଟହାଉସରୁ ଉଦବୋଧନ ଦେଇ ବାଇଡେନ କହିଛନ୍ତି,…
Read More...

ଦିନକ ମଧ୍ୟରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ସୋମବାର ଦିନ ରାଜ୍ୟରେ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୪ ଜଣ ରହିଛନ୍ତି। ସେହିଭଳି ଅନୁଗୁଳ ଓ ଜଗତସିଂହପୁର ଜିଲାରେ ୮ ଜଣ ଲେଖାଏଁ କରୋନା…
Read More...

ରାଜ୍ୟରେ ଦିନକରେ ୭୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବ୍ରସର ୯୬ ଜଣ, ସଂଗରୋଧରୁ ୪୨୧ ଏବଂ ସ୍ଥାନୀୟ ସଂକ୍ରମିତ ୨୯୯ ଜଣ ରହିଛନ୍ତି। ଚିହ୍ନଟ…
Read More...

ଆଫଗାନ ଆକାଶ ସୀମା ଏଡାଇଯିବାକୁ ସମସ୍ତ ବିମାନ ଚାଳକଙ୍କୁ ସତର୍କ ସୂଚନା ଜାରି

କାବୁଲ: ଆଫଗାନିସ୍ତାନ ପରିସ୍ଥିତି ଅଣାୟତ୍ତ ହୋଇପଡିଥିବାବେଳେ କୌଣସି ଯାତ୍ରୀବାହୀ ବିମାନ ଆଫଗାନ ଆକାଶ ସୀମା ମଧ୍ୟରେ ଉଡାଣ ନକରିବାକୁ ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ…
Read More...

ଅନ୍‍ ଲାଇନରେ ଆସିଥିବା ରେଫ୍ରିଜେରେଟର ଭିତରୁ ମିଳିଲା ୯୬ ଲକ୍ଷ ଟଙ୍କା

ଜେଜୁ ଦ୍ୱୀପ (ଉତ୍ତର କୋରିଆ): ଉତ୍ତର କୋରିଆର ଜଣେ ବ୍ୟକ୍ତି ଅନ୍‍ ଲାଇନରେ ଏକ ରେଫ୍ରିଜେରେଟର ପସନ୍ଦ କରିବା ପରେ ତାହା କିଣିବାକୁ ବରାଦ ଦେଇଥିଲେ। ରେଫ୍ରିଜେରେଟର ତାଙ୍କ ଘରେ ଆସି ପହଞ୍ଚିଲା। ତେବେ ତାହାକୁ ଖୋଲିି…
Read More...

ଓଡ଼ିଶାରେ ୯୦ରୁ ଅଧିକ ଜିଓପଏଂଟ ଷ୍ଟୋରରେ ଜିଓମାର୍ଟ ଡିଜିଟାଲ ସେବା ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାମାଞ୍ଚଳ ସହରଗୁଡିକରେ ଶେଷ ମାଇଲ ଗ୍ରାହକ ସ୍ୱାଚ୍ଛନ୍ଦ୍ୟ ସୁନିଶ୍ଚିତ କରିବାକୁ ଏକ ଉଲ୍ଲେଖନୀୟ ପ୍ରୟାସରେ ଜିଓମାର୍ଟ ଡିଜିଟାଲ ସେବା ସମଗ୍ର ଓଡ଼ିଶାରେ ୯୦ରୁ ଅଧିକ ଜିଓପଏଂଟ ଷ୍ଟୋରରେ ପ୍ରଚଳନ…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ; ତିନି ଦଶନ୍ଧିର ସମ୍ପର୍କ ତୁଟାଇଲେ

ନୂଆଦିଲ୍ଲୀ: କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ସେ ଅଖିଳ ଭାରତ ମହିଳା କଂଗ୍ରେସର ପ୍ରାଥମିକ ସଦସ୍ୟା ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ…
Read More...

‘ବିନା ବାଧାରେ ତାଲିବାନଙ୍କର କାବୁଲ ଦଖଲ ଆମେରିକା ଇତିହାସରେ ଅନ୍ୟତମ ସର୍ବବୃହତ ପରାଜୟ ଭାବେ ରହିବ’

ୱାଶିଂଟନ: ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଭିନ୍ନ ମହଲରେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ନିଜ ଦେଶରେ ମଧ୍ୟ ତାଙ୍କୁ ଏଥିପାଇଁ ଅନେକ ନିନ୍ଦା କରିଛନ୍ତି।…
Read More...

ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ସମ୍ବଲପୁର ଜିଲାରୁ ସର୍ବାଧିକ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି କଟକ ଜିଲାରେ ୮ ଓ ଅନୁଗୁଳ ଜିଲାରେ ୭…
Read More...

ଆମେରିକା ସୈନ୍ୟଙ୍କ ସୁରକ୍ଷା ଘେରରେ କାବୁଲ ବିମାନ ବନ୍ଦର

କାବୁଲ: ଆଫଗାନିସ୍ତାନ ସଂପ୍ରତି ସଂପୂର୍ଣ୍ଣ ଭାବରେ ତାଲିବାନ ଆତଙ୍କିଙ୍କ ନିୟନ୍ତ୍ରଣରେ। ଦେଶର ରାଷ୍ଟ୍ରପତି ଆସରଫ ଘନି ଦେଶଛାଡି ଚାଲିଯିବା ପରେ ଏବେ ତାଲିବାନ ନିଜର ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ରବିବାର…
Read More...

ହାଇତି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୨୦୦କୁ ବୃଦ୍ଧି

ପୋର୍ଟ ଅଫ ପ୍ରିନ୍ସ: ହାଇତିରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ରବିବାର ଦିନ ୧୨୦୦କୁ ବୃଦ୍ଧିପାଇଛି। ଉଦ୍ଧାରକାରୀ ଦଳ ଧ୍ୱଂସ ସ୍ତୁପ ମଧ୍ୟରୁ ମୃତାହତକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ମୃତକଙ୍କ…
Read More...

ରାଜ୍ୟରେ ଖସିଲା ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୮୬୮ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଦୀର୍ଘ ଦିନ ବ୍ୟବଧାନ ପରେ ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣରେ ଆଶ୍ୱସ୍ତିଜନକ ହ୍ରାସ ପରିଲକ୍ଷିତ ହୋଇଛି। ଏଥିସହିତ ଦୈନିକ ସଂକ୍ରମଣ ସଂଖ୍ୟା ୧ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬୮ ନୂଆ…
Read More...

ଜାତୀୟ କୌଶଳ ବିକାଶ ଯୋଜନାରେ ଓଡ଼ିଶାରେ ୧୯୬ ଗ୍ରାମୀଣ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ)…
Read More...

ଏସଏମବିଗୁଡିକର ଡିଜିଟାଇଜେସନରେ ଦ୍ରୁତ ଅଭିବୃଦ୍ଧି

ବେଙ୍ଗାଲୁରୁ: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଏସଏମବି କୈନ୍ଦ୍ରିକ ଫିନ୍‍ଟେକ ଷ୍ଟାର୍ଟଅପ ଫ୍ଲୋବିଜ୍‍ ଏହାର ମାସିକ ସକ୍ରିୟ ବ୍ୟବହାରକାରୀରେ ୨୫୦% ଅଭିବୃଦ୍ଧି ହାସଲ କରୁଛି ଏବଂ ଡିଜିଟାଇଜେସନ ଜରିଆରେ ଏସଏମ୍‍ବିଗୁଡିକର…
Read More...

ଏସଟିପିଆଇ ଭୁବନେଶ୍ୱର ପକ୍ଷରୁ ଆଉଟରିଚ ୱେବିନାର: ଅଧିକରୁ ଅଧିକ ମହିଳା ଔଦ୍ୟୋଗିକ କ୍ଷେତ୍ରକୁ ପ୍ରବେଶ କରିବା ଉପରେ…

ଭୁବନେଶ୍ୱର: ଏସଟିପିଆଇ ଭୁବନେଶ୍ୱର ପକ୍ଷରୁ ଚଳିତ ମାସ ୧୩ ତାରିଖରେ ସମଗ୍ର ଓଡ଼ିଶାରେ ଏକ ଅନ୍‍ଲାଇନ ଆଉଟରିଚ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ନୂଆ ପିଢିର ଉଦ୍‍ଭବନ ଯୋଜନା (ଏନଜିଆଇଏସ) ଅଧୀନରେ…
Read More...

କ୍ୟୁଆର କୋଡ ଆଧାରିତ ୟୁପିଆଇ ସମାଧାନ ପି୨ଏମ୍‍ ଡିଜିଟାଲ ଅର୍ଥପୈଠକୁ ଆଗେଇନେବ

ମୁମ୍ବଇ: ଡିଜିଟାଲ ଅର୍ଥ ପୈଠ ଗ୍ରହଣୀୟତାକୁ ଆଉ ପାଦେ ଆଗେଇ ନେଇ ଫିନୋ ପେମେଣ୍ଟ୍‍ସ ବ୍ୟାଙ୍କ କ୍ୟୁଆର କୋଡ ଭିତ୍ତିକ ୟୁପିଆଇ ସମାଧାନ ଜରିଆରେ ବ୍ୟକ୍ତି-ରୁ-ବ୍ୟବସାୟୀ (ପି୨ଏମ) ଅର୍ଥ ପୈଠ ବ୍ୟବସ୍ଥାକୁ ସୁଗମ କରାଉଛି।…
Read More...

ମୃତ ସ୍ୱାମୀଙ୍କ ପାଇଁ ମନ୍ଦିର ତୋଳିଲେ ଆନ୍ଧ୍ର ମହିଳା

ବିଜୟୱାଡା: ଆନ୍ଧ୍ରପ୍ରଦେଶର ଜଣେ ମହିଳା ତାଙ୍କ ମୃତ ସ୍ୱାମୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି। ତାହାସହିତ ପ୍ରତିଦିନ ସେଠାରେ ସ୍ଥାପନ କରାଯାଇଥିବା ସ୍ୱାମୀଙ୍କର ମୂର୍ତ୍ତିକୁ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି।…
Read More...

‘ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ’- ଚଳିତ ବର୍ଷ ସ୍ୱାଧୀନତା ଦିବସର ଶୀର୍ଷକ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତ ତାହାର ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି। ୧୯୪୭ ଅଗଷ୍ଟ ୧୫ରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ପରିଚିତ ହୋଇଥିଲା ଭାରତ। ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ…
Read More...

ଦେଶରେ ୩୮,୬୬୭ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୬୬୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୩୫,୭୪୩ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଛି। ଏହାକୁ ମିଶାଇ ଦେଶରେ ମୋଟ…
Read More...

ଆଫଗାନ ଜନସାଧାରଣଙ୍କୁ ସହାୟତା ପାଇଁ ଭାରତର କାର୍ଯ୍ୟକୁ ତାରିଫ କଲେ ତାଲିବାନ ମୁଖପାତ୍ର

ନୂଆଦିଲ୍ଲୀ: ଆଫଗାନିସ୍ତାନ ଜନସାଧାରଣଙ୍କୁ ଭାରତ ସହାୟତା କରିଆସୁଛି। ଏଥିସହିତ ଭାରତ ଆଫଗାନିସ୍ତାନରେ ବହୁ ଜାତୀୟ ପ୍ରକଳ୍ପରେ ଅଂଶଗ୍ରହଣ କରୁଛି। ଏହାକୁ ତାଲିବାନ ପ୍ରଶଂସା କରିଛି। ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ…
Read More...

ରାଜ୍ୟରେ ଦିନକରେ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନକ ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୨୩କୁ ବୃଦ୍ଧିପାଇଛି। କଟକ ଜିଲାରେ ସର୍ବାଧିକ ୧୫ ଜଣଙ୍କର ମୃତ୍ୟୁ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଓ ସ୍ଥାନୀୟ ସଂକ୍ରମିତ ୪୭୫ ରହିଛନ୍ତି। ଅନୁଗୁଳ ଜିଲାରୁ ୨୫, ବାଲେଶ୍ୱର ୭୦, ବରଗଡ…
Read More...

ରିଲାଏନ୍ସ ଫାଉଣ୍ଡେସନ କେରଳକୁ ୨.୫ ଲକ୍ଷ ପାନ କୋଭିଡ-୧୯ ଟିକା ମାଗଣାରେ ଦେଲା

ତିରୁଅନନ୍ତପୁରମ: କେରଳ ସରକାରଙ୍କ ଟିକାକରଣ ଅଭିଯାନକୁ ଅଧିକ ଆଗେଇ ନେବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ରାଜ୍ୟ ପାଇଁ ୨.୫ ଲକ୍ଷ ମାଗଣା କୋଭିଡ-୧୯ ଟିକା ଡୋଜ ଯୋଗାଇ ଦେଇଛି। ଏ ସମ୍ପର୍କିତ ପ୍ରତିବଦ୍ଧତା ପତ୍ର କେରଳ…
Read More...

ଯାନବାହନ ସ୍କ୍ରାପେଜ ନୀତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ; ଗୁଜରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କଲେ

ନୂଆଦିଲ୍ଲୀ: ଦେଶରେ ଯାନବାହନ ସ୍କ୍ରାପେଜ ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଚଳନ କରିଛନ୍ତି। ଏହାଦ୍ୱାରା ଅଯୋଗ୍ୟ ହୋଇପଡିଥିବା ଏବଂ ପ୍ରଦୂଷଣକାରୀ ଯାନବାହନଗୁଡିକୁ ରାସ୍ତାରୁ ପର୍ଯ୍ୟାୟକ୍ରମେ…
Read More...

ରାଜୌରୀରେ ଭାଜପା ନେତାଙ୍କ ଘର ଉପରେ ଗ୍ରେନେଡ ଆକ୍ରମଣ, ଜଣେ ଶିଶୁ ମୃତ, ୬ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀରେ ଜଣେ ଭାଜପା ନେତାଙ୍କ ଘର ଉପରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଚାରିବର୍ଷ ବୟସ୍କ ଶିଶୁର ମୃତ୍ୟୁ ଘଟିବା ସହିତ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏହି…
Read More...

ଖୋର୍ଦ୍ଧାରୁ ଜବତ ହେଲା ୧ କିଲୋଗ୍ରାମ ୩୨0 ଗ୍ରାମ ବାଉନସୁଗର; ୩ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୁଲିସ ଗୁରୁବାର ସଂଧ୍ୟାରେ ଖୋର୍ଦ୍ଧାରୁ ୧ କିଲୋଗ୍ରାମ ୩୨0 ଗ୍ରାମ ବାଉନସୁଗର ଜବତ କରିଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି।…
Read More...

ଆବୁଧାବି ସି ୱାର୍ଲଡରେ ସ୍ଥାନ ପାଇବ ବିଶ୍ୱର ସର୍ବବୃହତ ଆକ୍ୱାରିୟମ

ଆବୁଧାବି: ଏଠାରେ ନିର୍ମାଣ ଚାଲିଥିବା ଥିବା ସି ୱାର୍ଲଡରେ ତିଆରି ହେଉଛି ଜଳଜୀବ ମାନଙ୍କୁ ନେଇ ପରବର୍ତ୍ତୀ ପିଢିର ଥିମ୍‍ ପାର୍କ। ସେଠାରେ ବିଶ୍ୱର ସର୍ବବୃହତ ଏବଂ ସବୁଠାରୁ ବ୍ୟୟବହୁଳ ସାମୁଦ୍ରିକ ଆକ୍ୱାରିୟମ ସ୍ଥାନ…
Read More...

ମୁମ୍ବଇରେ ଡେଲଟା ପ୍ଲସ ପ୍ରକରଣରେ ପ୍ରଥମ ମୃତ୍ୟୁ; ଦୁଇଟି ଟିକା ନେଇସାରିଥିଲେ ମୃତ ମହିଳା

ମୁମ୍ବଇ: ଏଠାରେ କୋଭିଡ-୧୯ର ଡେଲଟା ପ୍ଲସ୍‍ ପ୍ରକରଣରେ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହି ପ୍ରକରଣଜନିତ ଏହା ପ୍ରଥମ ମୃତ୍ୟୁ ବୋଲି ଜଣାଯାଇଛି। ତେବେ ମହିଳା ଜଣକ କୋଭିଡର ଦୁଇଟିଯାନ ପାନ ଟିକା ନେଇସାରିଥିଲେ…
Read More...

ଦେଶରେ ଚିହ୍ନଟ ହେଲେ ଆଉ ୪୦,୧୨୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକ ମଧ୍ୟରେ ୪୨,୨୯୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ୩,୧୩,୦୨,୩୪୫ ଜଣ…
Read More...

ଜଟିଳ ହେଉଛି ଆଫଗାନିସ୍ତାନ ପରିସ୍ଥିତି; ବଳପୂର୍ବକ କ୍ଷମତାସୀନ ସରକାରକୁ ସ୍ୱୀକୃତି ଦେବନାହିଁ ଭାରତ

ନୂଆଦିଲ୍ଲୀ: ତାଲିବାନ ଆତଙ୍କିମାନେ ଗୋଟିଏ ପରେ ଗୋଟିଏ ପ୍ରଦେଶ ଓ ସହର ଅକ୍ତିଆର କରିବା ସହିତ କ୍ରୁର ଆଚରଣର ଚରମ ସୀମାରେ ପହଞ୍ଚିଛନ୍ତି। ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ବାଛିବାଛି ତାଲିବାନ ଆତଙ୍କିମାନେ ହତ୍ୟା…
Read More...

ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ବରଗଡ ଜିଲାରୁ ସର୍ବାଧିକ ୧୩ ମୃତକ ରହିଛନ୍ତି। ଏଥିସହିତ କଟକ ଜିଲାରୁ ୧୧ ଓ ବଲାଙ୍ଗିରରୁ ୬ ଜଣ କରୋନା…
Read More...

ରାଜ୍ୟରେ ଚିନ୍ତା ବଢାଉଛି କରୋନା; ଦିନକରେ ୧୧୯୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପୁଣି ସମସ୍ତଙ୍କ ପାଇଁ ଚିନ୍ତା ବଢାଇଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୧୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୯୫ ଓ…
Read More...

ଏୟୁ ଆରମ୍ଭକଲା ପରବର୍ତ୍ତୀ ପିଢ଼ିର ବ୍ୟାଙ୍କିଙ୍ଗ ଅଭିଯାନ

ମୁମ୍ବଇ: ଡିଜିଟାଲ ବ୍ୟାଙ୍କିଙ୍ଗ କାର୍ଯ୍ୟଧାରାରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବା ପ୍ରତିଶ୍ରୁତି ଦେଇ ଭାରତର ସର୍ବବୃହତ ଏସଏଫ୍ବି ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ‘ବଦଲାଓହମ୍‍ସେହୈ’ ଶୀର୍ଷକରେ ଏକ ବୃହତ ବ୍ରାଣ୍ଡ୍‍…
Read More...

‘ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ନିଜର ଏକ ବ୍ରାଣ୍ଡ୍‍ ତିଆରି କରିବାକୁ ପଡିବ’

ଭୁବନେଶ୍ୱର: ସଂପ୍ରତି ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ବିଭିନ୍ନ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଏଥିରୁ ସେମାନେ ଆନ୍ତର୍ଜାତୀୟ ମାନ୍ୟତା ହାସଲ କରିବାକୁ ଦୃଷ୍ଟି ରଖିଥିବା ସୂଚନା ମିଳୁଛି। କିନ୍ତୁ…
Read More...

ଦିଲ୍ଲୀରେ ଗଡିଲା ବିଦ୍ୟୁତ ଚାଳିତ ବସ

ନୂଆଦିଲ୍ଲୀ: ଗୁରୁବାର ଠାରୁ ଦିଲ୍ଲୀରେ ବିଦ୍ୟୁତ ଚାଳିତ ବସ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପକ୍ଷରୁ ଏହି ବସ ସେବା ପ୍ରଚଳନ କରାଯାଇଛି। ଡିଏମଆରସି ମୋଟ ୧୫୦ ବିଦ୍ୟୁତ ଚାଳିତ ବସ…
Read More...

ଆଫଗାନ ସରକାରଙ୍କୁ ଭାରତ ଦାନ କରିଥିବା ହେଲିକପ୍ଟରକୁ ତାଲିବାନ ନେଇଗଲା

କାବୁଲ: ଭାରତ ସରକାରଙ୍କ ପକ୍ଷରୁ ଆଫଗାନିସ୍ତାନ ସରକାରଙ୍କୁ ଦାନ କରାଯାଇଥିବା ଏକ ଏମଆଇ-୩୫ ହେଲିକପ୍ଟର ଏବେ ତାଲିବାନ ଦଖଲକୁ ଚାଲିଯାଇଥିବା ଜଣାଯାଇଛି। କୁନ୍ଦୁଜ ବିମାନ ବନ୍ଦରରେ ଉକ୍ତ ହେଲିକପ୍ଟର ଛିଡା ହୋଇଥିବାବେଳେ…
Read More...

କିନ୍ନାଉର ଭୂସ୍ଖଳନ: ୧୫ ମୃତଦେହ ଉଦ୍ଧାର, ଆଉ ୨୦ ଏବେ ବି ନିଖୋଜ

ଶିମଳା: ହିମାଚଳପ୍ରଦେଶର କିନ୍ନାଉରଠାରେ ବୁଧବାର ଦିନ ଘଟିଥିବା ଭୂସ୍ଖଳନ ଜନିତ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ଟି ମୃତଦେହ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଆଉ ୨୦ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଖୋଳିବା କାର୍ଯ୍ୟ ଜାରି…
Read More...

ଦେଶରେ ଚିହ୍ନଟ ହେଲେ ଆଉ ୪୧,୧୯୫ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ…
Read More...

ଇଓଏସ-୦୩ ଉପଗ୍ରହ ଅଭିଯାନ ବିଫଳ; ଭୂସ୍ଥିର କକ୍ଷପଥରେ ପହଞ୍ଚିପାରିଲା ନାହିଁ

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଇଓଏସ-୦୩ କୃତ୍ରିମ ଉପଗ୍ରହ ଅଭିଯାନ ବିଫଳ ହୋଇଛି। ଗୁରୁବାର ପ୍ରତ୍ୟୁଷରେ ଏହାକୁ ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ…
Read More...

ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆୁ ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯୭କୁ ବୃଦ୍ଧିପାଇଛି। ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୮ ଜଣ…
Read More...

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୧୧୦୭ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୪୬ ଏବଂ ସ୍ଥାନୀୟ ସଂକ୍ରମିତ ୪୬୧ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ…
Read More...

ନିଲମ୍ବନ ପରେ ମଧ୍ୟ ବିଦ୍ୟାଳୟ ମୋହ ତୁଟୁନି; ଛାତ୍ରୀଙ୍କୁ ନେଇ ଷଡଯନ୍ତ୍ର କରୁଥିବା ଅଭିଯୋଗ

ମାଲକାନଗିରି (ଆପ୍ର): ସିନ୍ଧ୍ରିମାଳ ଗ୍ରାମ ପଂଚାୟତର କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ନିଲମ୍ବନ ହେବା ପରେ ଏବେ ନିଜେ ଛାତ୍ରୀମାନଙ୍କୁ…
Read More...

ଉତ୍ତର ପ୍ରଦେଶରେ କୁଖ୍ୟାତ ଅପରାଧୀଙ୍କ ୧୮୪୯ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତ

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପୁଲିସ ରାଜ୍ୟରେ ଗତ ଚାରିବର୍ଷ ମଧ୍ୟରେ ୪୩,୨୯୪ ଜଣ କୁଖ୍ୟାତ ଅପରାଧୀଙ୍କର ୧୮୪୮ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଗୁଣ୍ଡାଗିରି ନିରୋଧ ଆଇନ ବଳରେ…
Read More...

କାରଗାରରୁ ପ୍ରେମିକଙ୍କୁ ଛାଡିଦେଇ ନିଜେ କାରାଦଣ୍ଡ ପାଇଲେ ମହିଳା କାରା ଅଧିକାରୀ

ଲଣ୍ଡନ: ବ୍ରିଟେନର ଜଣେ କାରା ଅଧିକାରୀ ଉକ୍ତ କାରାଗାରରେ ବନ୍ଦି ଥିବା ନିଜ ପ୍ରେମିକଙ୍କୁ ଗୋପନରେ ଛାଡିଦେବା ଅଭିଯୋଗରେ ନିଜେ କାରାଦଣ୍ଡରେ ଦଣ୍ଡିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ମାଇକେଲ ସେଡନ ନାମକ ଏହି…
Read More...

ଇଓଏସ-୦୩ କୃତ୍ରିମ ଉପଗ୍ରହ ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ

ନୂଆଦିଲ୍ଲୀ: ଭାରତର ଜିଓସିଙ୍କ୍ରୋନସ ସାଟେଲାଇଟ ଉତକ୍ଷେପଣ ଯାନ ଏଫ୧୦ ସହାୟତାରେ ଇଓଏସ-୦୩ କୃତ୍ରିମ ଉପଗ୍ରହ ମହାକାଶକୁ ପ୍ରେରଣ କରିବା ପାଇଁ ଅବଗଣନା ଆରମ୍ଭ ହୋଇଛି। ବୁଧବାର ସକାଳୁ ଏହି ଅବଗଣନା ଆରମ୍ଭ ହୋଇଥିବା…
Read More...

ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଅପସାରଣ ନିଷ୍ପତ୍ତି ଚୂଡାନ୍ତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ପରିସ୍ଥିତି ଦିନକୁ ଦିନ ଅଧିକ ଜଟିଳ ଓ ଅଣାୟତ୍ତ ହେବାରେ ଲାଗିଥିବାବେଳେ ସେଠାରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିରେ ରାଷ୍ଟ୍ରପତି ଜୋ ବାଇଡେନ ଅପରିବର୍ତ୍ତିତ ରହିଛନ୍ତି। ଏଭଳି ନିଷ୍ପତ୍ତି…
Read More...

ଦେଶରେ ୩୮,୩୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ୪୦,୦୧୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୪୫% ହୋଇଛି।…
Read More...

ସରିଲା ଆଇଏଏସ ପ୍ରେମ କାହାଣୀ: ଛାଡପତ୍ର ନେଲେ ଟିନା ଡାବି ଓ ଆତହାର ଖାଁ

ନୂଆଦିଲ୍ଲୀ: ଆଇଏଏସ ଦମ୍ପତି ଟିନା ଡାବି ଏବଂ ଆତହାର ଖାଁ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିଛି। ଏଥିସହିତ ସେମାନଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବରେ ବିବାହ ବିଚ୍ଛେଦ ଘଟିଛି। ଜୟପୁରର ପରିବାର ଅଦାଲତ ସେମାନଙ୍କ…
Read More...

୨୪ ଘଣ୍ଟାରେ ରାଜ୍ୟରେ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୩୦କୁ ବୃଦ୍ଧିପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦…
Read More...

ଦିନକରେ ୧୦୭୮ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଗୋଟିଏ ଦିନରେ ୧୦୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୨୬ ଓ ସ୍ଥାନୀୟ ସଂକ୍ରମିତ ୪୫୨ ଜଣ ରହିଛନ୍ତି। ଅନୁଗୁଳ ଜିଲାରୁ ୨୬, ବାଲେଶ୍ୱର ୪୫, ବରଗଡ ୬,…
Read More...

ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ ପକ୍ଷରୁ ଆମ୍ବ୍ରି ଆଇଏନସିରେ ନିବେଶ ଘୋଷଣା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ (ଆରଏନଇଏସଏଲ) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ ଆଣ୍ଡ କୋ…
Read More...

ହସ୍ତତନ୍ତ ଉତ୍ପାଦର ପ୍ରଚାର ପ୍ରସାର ପ୍ରୟାସ

ଭୁବନେଶ୍ୱର: ସମୟ ଥିଲା ଯେତେବେଳେ ହସ୍ତତନ୍ତ ତାର ସତ୍ତା ଧରି ରଖିବା ଏତେ ସହଜ ନଥିଲା । ହସ୍ତତନ୍ତ କପଡ଼ା କିମ୍ବା ହସ୍ତତନ୍ତ ବସ୍ତ୍ର ପାଇଁ ଚାହିଦା ତ ଥିଲା, କିନ୍ତୁ ତାହା ସୀମିତ ରହିଥିଲା। ଏହାର ପ୍ରଚାର ପ୍ରସାର ବି…
Read More...