www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାରେ ୯୦ରୁ ଅଧିକ ଜିଓପଏଂଟ ଷ୍ଟୋରରେ ଜିଓମାର୍ଟ ଡିଜିଟାଲ ସେବା ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାମାଞ୍ଚଳ ସହରଗୁଡିକରେ ଶେଷ ମାଇଲ ଗ୍ରାହକ ସ୍ୱାଚ୍ଛନ୍ଦ୍ୟ ସୁନିଶ୍ଚିତ କରିବାକୁ ଏକ ଉଲ୍ଲେଖନୀୟ ପ୍ରୟାସରେ ଜିଓମାର୍ଟ ଡିଜିଟାଲ ସେବା ସମଗ୍ର ଓଡ଼ିଶାରେ ୯୦ରୁ ଅଧିକ ଜିଓପଏଂଟ ଷ୍ଟୋରରେ ପ୍ରଚଳନ କରାଯାଇଛି। ଏହା ଅନେକ ଗ୍ରାମାଞ୍ଚଳ ସହର ଓ ଉପନଗରୀୟ କେନ୍ଦ୍ରଗୁଡିକର ବାସିନ୍ଦାମାନେ ସ୍ମାର୍ଟଫୋନ, ଟେଲିଭିଜନ, ରେଫ୍ରିଜେରେଟର, ୱାଶିଂମେସିନ, ମିକ୍ସର ଗ୍ରାଇଣ୍ଡର, ରାଇସ କୁକର, ସ୍ପିକର ଓ ହେଡ ଫୋନ ଆଦି ସମେତ ବିବିଧ ଇଲେକ୍ଟ୍ରୋନିକ ଉତ୍ପାଦ ଉପରେ ସର୍ବୋତ୍ତମ ଅଫରର ସୁଯୋଗ ଓ ଘରେ ସାମଗ୍ରୀ ପହଞ୍ଚାଇବା ସୁବିଧା ପାଇପାରିବେ।
ଗ୍ରାମାଞ୍ଚଳ କେନ୍ଦ୍ରଗୁଡିକରେ ଇଲେକ୍ଟ୍ରୋନିକ୍ସ ମଲ ଭାବରେ ଜିଓପଏଂଟ ଷ୍ଟୋରଗୁଡିକ ବ୍ୟବହାର ପାଇଁ ସହଜ ମୋବାଇଲ / ଡିଜିଟାଲ ଆପ୍ଲିକେସନରେ ସର୍ବୋତ୍ତମ ଅଫର ସହିତ ସର୍ବାଧୁନିକ ଇଲେକ୍ଟ୍ରୋନିକ୍ସ ଉତ୍ପାଦଗୁଡିକ ପ୍ରଦର୍ଶିତ କରିବ। ସମ୍ପ୍ରତି କମ୍ପାନୀ ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୬୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories