www.samajalive.in
Saturday, December 6, 2025
26.1 C
Bhubaneswar

ଅନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବ ସମାରୋହ ଆରମ୍ଭ; ଯୋଗଦେଲେ ୧୭ ଦେଶର ବୌଦ୍ଧ ସନ୍ନ୍ୟାସୀ 

ବାଲିଚନ୍ଦ୍ରପୁର: ଯାଜପୁର ଜିଲା ଅନ୍ତର୍ଗତ ବିଶ୍ବପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି ଠାରେ ଆଜିଠାରୁ ଆରମ୍ଭ ହୋଇଛି ୫ ଦିନିଆ ପ୍ରଥମ ଗୁରୁ ପଦ୍ମସମ୍ଭବ ସମାରୋହ। ଏହି ସମାରୋହରେ ୧୭ଟି ଦେଶର ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେଇଥିବା ଜଣାପଡିଛି।

ସିକ୍କିମ ରାଜ୍ୟର ଜନସ୍ବାସ୍ଥ୍ୟ ଓ ଜଳସମ୍ପଦ ମନ୍ତ୍ରୀ ସୋନମ ଲାମା ଏହି ଅନ୍ତର୍ଜାତୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭଗବାନ ବୁଦ୍ଧଙ୍କ ଦ୍ୱିତୀୟ ଅବତାର ଗୁରୁ ପଦ୍ମସମ୍ଭବଙ୍କ ଜନ୍ମ ଓ ଦେହାବସାନ ଓଡ଼ିଶାରେ ହୋଇଥିଲା ବୋଲି କହିଥିଲେ। ତାଙ୍କ ସଂପର୍କରେ ଜାଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ ହେଉଥିବା ଏହି ସମାବେଶକୁ ପ୍ରତ୍ୟେକ ବର୍ଷ ଆୟୋଜନ ପାଇଁ ପ୍ରକାଶ କରିବା ସହ ଏଥିରେ ସିକ୍କିମ ସରକାରଙ୍କ ସହଯୋଗ ରହିବ ବୋଲି କହିଥିଲେ। ଗୁରୁ ରିନୋପୋକ ସମସ୍ତ ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ସାମୂହିକ ପ୍ରାର୍ଥନା କରାଇଥିଲେ। ଆନ୍ତର୍ଜାତିକ ଲାଇଟ ଅଫ ବୁଦ୍ଧ ଧର୍ମ ଫାଉଣ୍ଡେସନର ମୁଖ୍ୟ ୱାଙ୍ଗ ମୋ ଡିକ୍ସେ ବିଭିନ୍ନ ଦେଶରେ ଆୟୋଜିତ ହେଉଥିବା ବୌଦ୍ଧ ସମ୍ମିଳନୀ ଓ ପ୍ରାର୍ଥନା ସଭା ସମ୍ପର୍କରେ ଉଲ୍ଲେଖ କରିବା ସହ ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ଧର୍ମ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। କିରନ ଲାମା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଯାଜପୁର ସାଂସଦ ରବି ନାରାୟଣ ବେହେରା ଓ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଉଦୟଗିରିକୁ ଆସିଥିବା ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ପ୍ରାରମ୍ଭରେ ଶତାଧିକ ବୌଦ୍ଧ ଧର୍ମାବଲମ୍ବୀ ଓ ସ୍ଥାନୀୟ ଶ୍ରଦ୍ଧାଳୁମାନେ ଉଦୟଗିରି ସମ୍ମିଳନୀ କକ୍ଷଠାରୁ ଏକ ଶୋଭାଯାତ୍ରାରେ ବାହାରି ଉଦୟଗିରି ପୀଠର ମାଧବପୁର ମହାବିହାର ନିକଟରେ ଥିବା ଭଗବାନ ବୁଦ୍ଧ ଓ ଗୁରୁ ପଦ୍ମସମ୍ଭବଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରେ ବୌଦ୍ଧ ଧର୍ମାବଲମ୍ବୀମାନେ ବିଶ୍ବ କଲ୍ୟାଣ ନିମନ୍ତେ ସମୂହ ପ୍ରାର୍ଥନା କରିଥିଲେ। ଆନ୍ତର୍ଜାତିକ ଲାଇଟ ଅଫ ବୁଦ୍ଧ ଧର୍ମ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ପ୍ରାର୍ଥନା ସଭାକୁ ସମସ୍ତ ଦେଶର ପ୍ରତିନିଧି ଏକ ସଙ୍ଗେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର‌୍ୟ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଯାଜପୁର ଜିଲାପାଳ ପି ଅନ୍ୱେଷା ରେଡ୍ଡୀ, ଉଦୟଗିରି ବୁଦ୍ଧ ମହୋତ୍ସବ ସମିତିର ଅଧ୍ୟକ୍ଷା ଡ ଅରୁନ୍ଧତୀ ଦେବୀ, ଆବାହକ ମହେଶ୍ବର ବଳ, ଯାଜପୁର ସାଂସଦ ରବି ନାରାୟଣ ବେହେରା ଓ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କୁ ଆନ୍ତର୍ଜାତୀୟ ଲାଇଟ ଅଫ ବୁଦ୍ଧ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories