www.samajalive.in
Saturday, December 6, 2025
14.1 C
Bhubaneswar

ପୋପ୍ ଫ୍ରାନସିସ୍‌ଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋପ୍ ଫ୍ରାନସିସ୍‌ଙ୍କୁ ପ୍ରେସିଡେନ୍ସିଆଲ ମେଡାଲ ଅଫ୍ ଫ୍ରିଡମ୍ ୱିଥ ଡିଷ୍ଟିଙ୍କସନରେ ସମ୍ମାନିତ କରିଛନ୍ତି। ପ୍ରେସିଡେଣ୍ଟ ମେଡାଲ ୱିଥ ଡିଷ୍ଟିଙ୍କସନ ହେଉଛି ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ। ନିଜର ୪ବର୍ଷର ଶାସନ କାଳରେ ବାଇଡେନ ପ୍ରଥମ କରି ଏପରି ସମ୍ମାନ ପ୍ରଦାନ କରିଛନ୍ତି। ୮୨ବର୍ଷୀୟ ବାଇଡେନଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ଆସନ୍ତା ୨୦ ତାରିଖରେ ଶେଷ ହେବ। ପୋପ୍‌ଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ବାଇଡେନ ଚଳିତ ସପ୍ତାହରେ ରୋମ୍ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ସେ ତାଙ୍କ ଗସ୍ତ ବାତିଲ କରିଥିଲେ। ପୋପ୍‌ଙ୍କୁ ସମ୍ମାନ ପ୍ରଦାନ ଅବସରରେ ବାଇଡେନ ତାଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଥିଲେ। ଆମେରିକାର ବିକାଶ, ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ବିଶ୍ବ ଶାନ୍ତି ପାଇଁ ପ୍ରେସିଡେନ୍ସିଆଲ ମେଡାଲ ଅଫ୍ ଫ୍ରିଡମ୍ ପ୍ରଦାନ କରାଯାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories