www.samajalive.in
Tuesday, December 9, 2025
16.1 C
Bhubaneswar

ଆଜିଠୁ ସର୍ବସାଧାରଣଙ୍କ ଲାଗି ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ବର : ରାଜଭବନ ଉଦ୍ୟାନ ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ। କେବଳ ମୋବାଇଲ ଆପ୍ ପଞ୍ଜୀକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍‌ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ। ଓଡ଼ିଶାର ରାଜଭବନ ୱେବ୍‌ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍ କୋଡ୍‌ ମାଧ୍ୟମରେ ମୋବାଇଲ ଆପ୍ ଡାଉନ୍‌ଲୋଡ କରାଯାଇପାରିବ। ଉପରୋକ୍ତ ଧାର୍ଯ୍ୟ ତାରିଖ ଅବଧି ମଧ୍ୟରେ ଅପରାହ୍ଣ ୨ଟା ୩୦ ମିନିଟରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ପରିଦର୍ଶନ ସମୟ ଧାର୍ଯ୍ୟ କରାଯାଇଛି। ସେହିପରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଏଡିସି/ ଚିଫ୍ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ନିମନ୍ତେ ଅନୁରୋଧ ପତ୍ର ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି। ସ୍କୁଲ ପିଲାଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ସକାଳ ୮ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍‌ସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ. ରାଜଭବନଓଡ଼ିଶା.ଗଭ.ଇନ ପରିଦର୍ଶନ କରିପାରିବେ। ସମସ୍ତ ଉଦ୍ୟାନ ପରିଦର୍ଶକଙ୍କ ପାଇଁ ନ୍ୟୁ ଅଭିଷେକ ହଲ ନିକଟସ୍ଥ ୩ ନମ୍ବର ଗେଟ୍‌ରେ ପ୍ରବେଶ ଏବଂ ସିକ୍ୟୁରିଟି ବାରାକ ନିକଟସ୍ଥ ଗେଟ୍‌ରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories