www.samajalive.in
Friday, December 12, 2025
19.1 C
Bhubaneswar

ଏଲନ ମସ୍କଙ୍କୁ ଝଟକା ଦେଲା ଟାଟା ! ଦେଶର ପ୍ରଥମ କମ୍ପାନୀ ଭାବେ ଆଣିଲା ଏମିତି ସୁବିଧା

ନୂଆଦିଲ୍ଲୀ : ଏଣିକି ଆପଣ ଏୟାର ଇଣ୍ଡିଆର ଉଡାଣରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡାଣରେ ଓ୍ବାଇ-ଫାଇ ସେବା ଆରମ୍ଭ ହୋଇଯାଇଛି । ଏହି ସେବା ଏୟାରବସ୍ ଏ୩୫୦, ବୋଇଂ ୭୮୭-୯ ଏବଂ କିଛି ବଛା ବଛା ଏୟାରବସ୍ ଏ୩୨୧ନିଓ ବିମାନରେ ଉପଲବ୍ଧ ହେବ । ଏୟାର ଇଣ୍ଡିଆ ଭାରତରେ ଘରୋଇ ଉଡାଣରେ ଓ୍ବାଇ-ଫାଇ ସେବା ଦେଉଥିବା ପ୍ରଥମ ଏୟାରଲାଇନ୍ ପାଲଟିଛି । କହିରଖୁଛୁ ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍  ଆସିବା ପୂର୍ବରୁ ଏୟାର ଇଣ୍ଡିଆ ଏହି କାରନାମା କରିଦେଖାଇଛି ।

ଏୟାର ଇଣ୍ଡିଆର ଉଡାଣରେ ଯାତ୍ରୀ ଏହି ସେବା ବ୍ୟବହାର କରି ସାମାଜିକ ଗଣମାଧ୍ୟମ ଓ ମେସେଜିଂ ଆପ୍ ପର୍ଯ୍ୟନ୍ତ ପହଞ୍ଚି ପାରିବେ ଏବଂ କନେକ୍ଟେଡ୍ ରହିପାରିବେ । ଓ୍ବାଇ-ଫାଇର ବ୍ୟବହାର ଲାପଟପ୍, ଟାବଲେଟ୍ ଓ ସ୍ମାର୍ଟଫୋନ୍ ଭଳି ଉପକରଣରେ କରାଯାଇହେବ ଯାହା ଆଇଓଏସ୍ ଓ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ଚାଲିଥାଏ । ଏହା ବ୍ୟତୀତ ଯାତ୍ରୀ ୧୦ ହଜାର ଫୁଟ ଉଚ୍ଚତାରେ ଉଡାଣ ଭରିବା ସମୟରେ ଏକାଥରେ ଅନେକ ଉପକରଣ ସହ କନେକ୍ଟ ରହିପାରିବେ । ଧିରେ ଧିରେ ନିଜ ଅନ୍ୟ ବିମାନରେ ମଧ୍ୟ ଏହି ସେବା ଆରମ୍ଭ ହେବ ବୋଲି ଏୟାର ଇଣ୍ଡିଆ ସୂଚନା ଦେଇଛି ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories