www.samajalive.in
Friday, December 12, 2025
19.1 C
Bhubaneswar

୨ ଦିନିଆ ରାଜ୍ୟସ୍ତରୀୟ ସିପକ ଟାକ୍ର ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟ ଗ୍ରେସିଙ୍ଗିଆଠାରେ ୨୩ ତମ ରଜ୍ୟ ସ୍ତରୀୟ ସିପକ ଟାକ୍ର ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ରେଫରୀ ମହମଦ ଗୁଲଫାମ, ବ୍ରଜ ମୋହନ ସାହୁ, ନିରୋଦ କୁମାର ସ୍ୱାଇଁ, ଜାତୀୟ ସ୍ତରୀୟ ରେଫରି ବ୍ରଜବନ୍ଧୁ କାଣ୍ଡି,  କିରଣଶିଲା ବାର୍ଲା, ରାମ ଚନ୍ଦ୍ର ବାରିକ, ଗୌରାଙ୍ଗ ଚରଣ ନାୟକ, ଅଫିସ ସେକ୍ରେଟେରୀ ଓସ୍ତା ବିଶ୍ୱନାଥ ମିଶ୍ର, ଜାତୀୟ ସ୍ତରୀୟ ରେଫରୀ ତଥା ଜାତୀୟ ପ୍ରଶିକ୍ଷକ ଲଲାଟେନ୍ଦୁ ସ୍ୱାଇଁ ଯୋଗଦେଇ ଖେଳକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟରେ ସୁନ୍ଦରଗଡ଼, ରାୟଗଡା, କେନ୍ଦୁଝର, କଟକ, ଜଗତସିଂହପୁର, କନ୍ଧମାଳ, ପୁରୀ, କିସ ଓ କିଟ ଭୁବେନଶ୍ୱର ୮ ଟି ବାଳକ ଓ ୬ଟି ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ। କନ୍ଧମାଳ ସିପକ ଟାକ୍ର ଆସସୋସିଏସନ ମହମ୍ମଦ ଜ଼ିଆଉଁଦିନ, ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶାଳା ପ୍ରଧାନ, କ୍ରୀଡ଼ାପ୍ରେମୀ ସଚିନ ପ୍ରଧାନଙ୍କ ମିଳିତ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ପ୍ରଶାନ୍ତ ବେହେରା, ସମାଜସେବୀ ପ୍ରସନ୍ନ କୁମାର ସ୍ୱାଇଁ ଦ୍ୱିତୀୟ ପର୍ଯ୍ୟାୟ ଖେଳରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଶନିବାର ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories