www.samajalive.in
Friday, December 12, 2025
26.1 C
Bhubaneswar

ପାଟଣାରେ ସୁନାମୁଖି ଠାକୁରାଣୀ ମେଳା, ଗାଁ ଦାଣ୍ଡରେ ବୋଦା ଓ କୁକୁଡ଼ା ବଳି 

ପାଟଣା : ପାଟଣା ବ୍ଲକ୍ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ସୁଆମଶାସନ ନାଏକ ସାହିର ଆରାଧ୍ୟା ଗ୍ରାମ୍ୟ ଦେବୀ ମା’ସୁନାମୁଖୀ ଠାକୁରାଣୀଙ୍କ ମେଳା ଆଜି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ନିକଟରେ ଉଖୁଡା, ମୁଆଁ, କଦଳୀ, ନଡ଼ିଆ ବିଭିନ୍ନ ପ୍ରକାରର ଫଳ ଭୋଗ ଲାଗି କରାଯିବା ସହ ଗ୍ରାମ ଦାଣ୍ଡରେ କାଳିସୀମାନେ କଣ୍ଟା ପିଢ଼ାରେ ଚାଲିବା, ଶ୍ରଦ୍ଧାଳୁଙ୍କଠାରୁ ଚାବୁକ ମାଡ଼ ଖାଇବା ସହ ଗାଁ ପଡ଼ିଆରେ ୧୨ ଫୁଟ ଲମ୍ବର ନିଆଁ କୁଣ୍ଡରେ ଚାଲି ନିଜ ଭକ୍ତିର ଶକ୍ତି ପରୀକ୍ଷା ପ୍ରଦର୍ଶନ କରିଥିଲେ। ମାନସିକଧାରୀମାନେ ମନସ୍କାମନା ପୂରଣ ପାଇଁ ଗାଁ ଦାଣ୍ଡରେ ବୋଦା, ଗଞ୍ଜା ଆଦି ବଳି ପକାଇଥିଲେ। ଦେହୁରୀ ରାମ ନାଏକ ପୂଜାର୍ଚ୍ଚନା କରିଥିବା ବେଳେ ଗାହାଣି ଭାବେ ରାଜନ ପଲେଇ, ଜଗଦୀଶ ନାଏକ, କାଳିସୀ ଫକୀର ନାଏକ, କନ୍ଦର୍ପ ନାଏକ, ତ୍ରିଲୋଚନ ନାଏକ, ଅଜୟ ନାଏକ, ବିଚିତ୍ର ନାଏକ, ପ୍ରଶାନ୍ତ ନାଏକ, ଦୀନବନ୍ଧୁ ନାଏକ, କ୍ଷେତ୍ରମୋହନ ନାଏକ, ସହଯୋଗୀ କୈଳାସ ନାଏକ, ମାନସ ନାଏକ, ପିଣ୍ଟୁ ନାଏକ, ଶ୍ରୀକାନ୍ତ ନାଏକ ଓ ନବ ଘନ ନାଏକ ପ୍ରମୁଖଙ୍କ ସହ ନାଏକ ସାହିର ଅନ୍ୟମାନେ ଠାକୁରାଣୀ ମେଳା ପରିଚାଳନାରେ ସାମିଲ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories