ନେହେରୁ ‘ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଥିଲେ: ମନୋହରଲାଲ ଖଟ୍ଟର
ସମାଜ ଡିଜିଟାଲ ଡେସ୍କ: ବିଜେପିର ବରିଷ୍ଠ ନେତା ମନୋହର ଲାଲ ଖଟ୍ଟର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଳ ନେହେରୁଙ୍କୁ ‘ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର(ଆକସ୍ମିକ ପ୍ରଧାନମନ୍ତ୍ରୀ)’ ବୋଲି କହିଛନ୍ତି। ରୋହତକସ୍ଥିତ ମହର୍ଷି ଦୟାନନ୍ଦ ବିଶ୍ଵବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ଖଟ୍ଟର କହିଥିଲେ, ନେହେରୁ ଆକସ୍ମିକ ଭାବେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ସ୍ଥାନରେ ଅନ୍ୟ କେହି ପ୍ରଧାନମନ୍ତ୍ରୀ ହେବାର ଥିଲା, ଯେଉଁମାନେ ଏଥିପାଇଁ ଯୋଗ୍ୟ ଥିଲେ, ଯେପରି କି ସର୍ଦାର ବଲ୍ଲଭଭାଇ ପଟେଲ ଏବଂ ଡ. ବି.ଆର. ଆମ୍ବେଦକର।
ତେବେ ଖଟ୍ଟରଙ୍କ ଏପରି ମନ୍ତବ୍ୟକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ନେତା ଭୁପିନ୍ଦର ସିଂହ ହୁଡା ଖଟ୍ଟରଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ନିଜେ ଜଣେ ‘ଆକ୍ସିଡେଣ୍ଟାଲ ଚିଫ୍ ମିନିଷ୍ଟର’ ଆକସ୍ମିକ ମୁଖ୍ୟମନ୍ତ୍ରୀ ଥିଲେ। ସେଥିପାଇଁ ସେ ଏପରି କହୁଛନ୍ତି।
Comments are closed.