www.samajalive.in
Friday, December 5, 2025
27.1 C
Bhubaneswar

୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ୍ ବ୍ୟାନ୍‌, ସୋଏବ ଅଖତରଙ୍କ ଚ୍ୟାନେଲ ବି ସାମିଲ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଆକ୍ସନ ମୋଡ୍‌ରେ ଭାରତ। ପାକ୍‌ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପରେ ଏବେ ଉତ୍ତେଜନାମୂଳକ ଏବଂ ସମ୍ବେଦନଶୀଳ ସାମ୍ପ୍ରଦାୟିକ ବିଷୟବସ୍ତୁ ପ୍ରସାର କରିବାକୁ ନେଇ ଏକାଧିକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ମୋଟ୍‌ ୬୩ ମିଲିୟନ ସବସ୍କ୍ରାଇବର୍ ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁ ଚ୍ୟାନେଲଗୁଡ଼ିକୁ ବ୍ୟାନ୍ କରାଯାଇଛି ସେଥିରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖତରଙ୍କ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଅନ୍ତର୍ଭୁକ୍ତ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକୁ ବ୍ୟାନ୍‌ କରାଯାଇଛି।

ନିଷିଦ୍ଧ ପ୍ଲାଟଫର୍ମଗୁଡ଼ିକରେ ଡନ୍, ସମା ଟିଭି, ଏଆରୱାଇ ନ୍ୟୁଜ୍, ବୋଲ୍ ନ୍ୟୁଜ୍, ରଫତାର, ଜିଓ ନ୍ୟୁଜ୍ ଓ ସୁନୋ ନ୍ୟୁଜ୍, ଦି ପାକିସ୍ତାନ ରେଫରେନ୍ସ, ସମା ସ୍ପୋର୍ଟସ୍, ଉଜୈର କ୍ରିକେଟ୍ ଏବଂ ରଜି ନାମା ଆଦି ଚ୍ୟାନେଲଗୁଡ଼ିକ ଅନ୍ତର୍ଭୁକ୍ତ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories