www.samajalive.in
Sunday, December 7, 2025
16.1 C
Bhubaneswar

ଆଜି କଂଗ୍ରେସର ସମ୍ବିଧାନ ବଞ୍ଚାଅ ଅଭିଯାନ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ତରଫରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ଆଜି (ସୋମବାର) ସମ୍ବିଧାନ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଜି ଛକରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେଠାରୁ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରି କଂଗ୍ରେସ ଭବନ ପର୍ଯ୍ୟନ୍ତ ଯିବେ। କଂଗ୍ରେସ ଭବନ ବାହାରେ ପିସିସି ସଭାପତି ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଚାଲିଛି; କିନ୍ତୁ କେହି ସମ୍ବିଧାନ ମାନୁନାହାନ୍ତି। ଏଥିପାଇଁ ଆସନ୍ତାକାଲି ରାଜ୍ୟ କଂଗ୍ରେସ ତରଫରୁ ସମ୍ବିଧାନ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମ କରାଯିବ। ରାଜ୍ୟରେ ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ। ଜିଲାସ୍ତରରୁ ଆରମ୍ଭ କରି ପଞ୍ଚାୟତ କ୍ଷେତ୍ରରେ ମଧ୍ୟ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ। ଏଥିରେ ସାମିଲ ହୋଇ କଂଗ୍ରେସ ନେତା ଏବଂ କର୍ମୀ ଘରକୁ ଘର ଯାଇ ସମ୍ବିଧାନ ସୁରକ୍ଷା ସମ୍ପର୍କରେ ଜନତାକୁ ଅବଗତ କରାଇବେ। କାରଣ ସମ୍ବିଧାନ ବଞ୍ଚିଲେ ଆମେ ବଞ୍ଚିବା, ତେଣୁ କଂଗ୍ରେସ ସମ୍ବିଧାନର ସୁରକ୍ଷା ପାଇଁ ସର୍ବଦା କାର୍ଯ୍ୟକ୍ରମ ହାତକୁ ନେଇଛି।
ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଶ୍ରୀ କାଡ଼ାମ ଅଭିଯୋଗ ଆଣି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଛି, ହେଲେ ରାଜ୍ୟରେ ସରକାର ନିଦାବିଷ୍ଣୁ ସାଜିଛନ୍ତି। ବିଧାନସଭାରେ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ଥିଲୁ; କିନ୍ତୁ ସରକାର ଦୃଷ୍ଟି ଦେଲେ ନାହିଁ। ନିକଟରେ ସାନଖେମୁଣ୍ଡିରେ ଶିଶୁକୁ ବଳାତ୍କାର ପରେ ହତ୍ୟା କରାଗଲା। ଯାଜପୁରରେ ବଳାତ୍କାର ଏବଂ ରାଜଧାନୀରେ ରାଜନେତାଙ୍କୁ ଧମକ ଦିଆଯାଉଛି। ଏଠାରେ ନା ମାଆ, ନା ଛାତ୍ରୀ କେହି ବି ସୁରକ୍ଷିତ ନୁହନ୍ତି। କଂଗ୍ରେସ ଏକଥା ଉଠାଇବାରୁ ବିଧାନସଭାରୁ ନିଲମ୍ବନ ହେଲୁ।
ଦୁଃଖର କଥା, ରାଜ୍ୟ ସରକାରଙ୍କ ନିଦ ଏପର୍ଯ୍ୟନ୍ତ ଭାଙ୍ଗୁନି। ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାନସଭାରେ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲା; କିନ୍ତୁ ସରକାର ଭୂତାଇବାରେ ଲାଗିଛନ୍ତି। ସେ ସମୟରେ ଶୁଣିଥିଲେ ଆଜି ଏମିତି ପରିସ୍ଥିତି ହୋଇ ନଥାନ୍ତା। ରାଜ୍ୟରେ ନାରୀ ନିର୍ଯାତନା ବଢୁଛି, ଏଥିପାଇଁ କଡ଼ା ଆଇନ ଆଣନ୍ତୁ ସରକାର। ନ ହେଲେ ନାରୀ ନିର୍ଯାତନା ବଢ଼ି ଚାଲିଥିବ। ଯେଉଁମାନେ ଦୋଷୀ, ସେମାନଙ୍କୁ ଦଣ୍ଡ ଶୀଘ୍ର ମିଳିବା ଦରକାର ବୋଲି ସେ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories