www.samajalive.in
Monday, December 8, 2025
24.1 C
Bhubaneswar

ମାଡ଼ ମାରି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

କେନ୍ଦୁଝର ସଦର: ଟାଉନଥାନା ନରଣପୁରଠାରେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌‌ ହୋଇଥିବା ସୂଚନା ମିଳିଛି। ନରଣପୁର ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ତାଙ୍କଠାରୁ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଜଣାପଡ଼ିଛି। ୨ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଆକ୍ରମଣ ପରେ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କେନ୍ଦୁଝର ନରଣପୁର ଠାରେ ସାହୁ ଜୁଏଲାରୀ ୱର୍କସପ ମାଲିକ ଦୀପକ ସାହୁଙ୍କୁ ମାଡ ମାରି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୂପା ଲୁଟି ନେଲେ ଦୁର୍ବୃତ୍ତ । ଦୀପକ ଦୋକାନ ବନ୍ଦ କରି ନିଜ  ନିଜ ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ଘର ନିକଟରେ ୫ ଜଣ ଦୁର୍ବୃତ୍ତ ୨ଟି ମୋଟର ସାଇକେଲରେ ଆସି ତାଙ୍କ ମୁଣ୍ଡକୁ ଓ ହାତକୁ ଆକ୍ରମଣ କରିବା ଫଳରେ ସେ ତଳେ ପଡିଯିଇଥିଲେ।

- Advertisement -

ଦୁର୍ବୃତ୍ତମାନେ ତାଙ୍କ ମୋଟର ସାଇକେଲ ଡିକିରୁ ସୁନା ରୂପା ଭର୍ତ୍ତି ବ୍ୟାଗ ଧରି ଆଖି ପିଛୁଳାକେ ସେଠାରୁ ଚମ୍ପଟ ମାରିଥିଲେ । ଖବର ପାଇ ଟାଉନ ପୋଲିସ ପାଖରେ ଥିବା ତାରିଣୀ ଗେଷ୍ଟ ହାଉସରେ ରାଜିଥିବା ସିସି ଟିଭି ଫୁଟେଜ ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories