www.samajalive.in
Monday, December 8, 2025
13.1 C
Bhubaneswar

ମାଡ଼ ମାରି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

କେନ୍ଦୁଝର ସଦର: ଟାଉନଥାନା ନରଣପୁରଠାରେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌‌ ହୋଇଥିବା ସୂଚନା ମିଳିଛି। ନରଣପୁର ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ତାଙ୍କଠାରୁ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଜଣାପଡ଼ିଛି। ୨ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଆକ୍ରମଣ ପରେ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କେନ୍ଦୁଝର ନରଣପୁର ଠାରେ ସାହୁ ଜୁଏଲାରୀ ୱର୍କସପ ମାଲିକ ଦୀପକ ସାହୁଙ୍କୁ ମାଡ ମାରି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୂପା ଲୁଟି ନେଲେ ଦୁର୍ବୃତ୍ତ । ଦୀପକ ଦୋକାନ ବନ୍ଦ କରି ନିଜ  ନିଜ ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ଘର ନିକଟରେ ୫ ଜଣ ଦୁର୍ବୃତ୍ତ ୨ଟି ମୋଟର ସାଇକେଲରେ ଆସି ତାଙ୍କ ମୁଣ୍ଡକୁ ଓ ହାତକୁ ଆକ୍ରମଣ କରିବା ଫଳରେ ସେ ତଳେ ପଡିଯିଇଥିଲେ।

- Advertisement -

ଦୁର୍ବୃତ୍ତମାନେ ତାଙ୍କ ମୋଟର ସାଇକେଲ ଡିକିରୁ ସୁନା ରୂପା ଭର୍ତ୍ତି ବ୍ୟାଗ ଧରି ଆଖି ପିଛୁଳାକେ ସେଠାରୁ ଚମ୍ପଟ ମାରିଥିଲେ । ଖବର ପାଇ ଟାଉନ ପୋଲିସ ପାଖରେ ଥିବା ତାରିଣୀ ଗେଷ୍ଟ ହାଉସରେ ରାଜିଥିବା ସିସି ଟିଭି ଫୁଟେଜ ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories