www.samajalive.in
Sunday, December 14, 2025
23.1 C
Bhubaneswar

ତିନିଦିନିଆ ଜୁନିୟର ରେଡକ୍ରସ୍ ଅଣତାଲିମପ୍ରାପ୍ତ ପରାମର୍ଶଦାତା ଶିବିର ଉଦଯାପିତ

କଲ୍ୟାଣସିଂହପୁର: ଭାକୁରଗୁଡ଼ା ନିକଟସ୍ଥ ସେଣ୍ଟ ଜାଭିୟର ଉଚ୍ଚ ମାଧ୍ୟମିକ ସ୍କୁଲ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝି ଓ ସେଣ୍ଟ ଜାଭିଅର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ଵଜିତ୍ ଶିକା ତତ୍ତ୍ଵାବଧାନରେ ତିନି ଦିନିଆ ଜୁନିୟର ରେଡ଼କ୍ରସର ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଷାଠିଏ ଜଣ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ଅଗ୍ନି ନିର୍ବାପନା, ସାଇବର ସୁରକ୍ଷା, ରକ୍ତଦାନ ଆଦି ବିଭିନ୍ନ ବିଷୟରେ ତାଲିମ୍ ଦିଆଯାଇଥିଲା। ଏଥିରେ ସମସ୍ତ ପ୍ରଶିକ୍ଷଣ ଦେଇଥିବା ଶିକ୍ଷକ ତାପସ କୁମାର ଦଳାଇ, ପ୍ରଶନ୍ନ କୁମାର ଦାସ, ଭେଙ୍କଟ ରାବଣା, ଗୋପିନାଥ ପାଦକା, ରବୀନ୍ଦ୍ର ତାମରାପୁ, ଅଞ୍ଜନା ସାହୁ ଶିକ୍ଷାଦାନ କରିଥିଲେ। ଏହି ଶିବିରରେ ଭୁବନେଶ୍ୱରରୁ ଓଡ଼ିଶା ରାଜ୍ୟ ଶାଖାର ଜାତୀୟ ପ୍ରଶିକ୍ଷକ ଲକ୍ଷ୍ମଣ କୁମାର ସ୍ୱାଇଁ, ଗଜପତୀ ଜିଲ୍ଲାର ଜିଲ୍ଲା ରେଡ଼କ୍ରସ ଅଧିକାରୀ ସଞ୍ଜୀବ ଦାସ, ରାୟଗଡ଼ା ଜିଲ୍ଲାର ଜିଲ୍ଲା ରେଡ଼କ୍ରସ୍ ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ, ରାୟଗଡ଼ା ଜିଲ୍ଲାର ଜିଲ୍ଲା ସଂପାଦକ ହରିହର ପାତ୍ର ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories