www.samajalive.in
Sunday, December 14, 2025
23.1 C
Bhubaneswar

କଳାହାଣ୍ଡିରେ ଆଲୋଡନ – ଏକା ନମ୍ୱର ଥିବା ଦୁଇଟି ବସ ଜବତ

ଭବାନୀପାଟଣା: ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟର ଯୁଗରେ ଏକା ନମ୍ୱର୍ ପ୍ଲେଟ ଥାଇ ଦୁଇଟି ଗାଡି ଚାଲିବା ସମ୍ଭବ ନୁହେଁ ବୋଲି ସଂପ୍ରତି ସାଧାରଣରେ ଏକ ଧାରଣା ସୃଷ୍ଟି ହେଇଛି। ଅଥଚ କଳାହାଣ୍ଡିରେ ସମାନ ନମ୍ବର ପ୍ଲେଟ ଥାଇ ଦୁଇଟି ବସ ଚାଲୁଥିବା ଘଟଣା ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ସତ।

ଏକା ନମ୍ୱର୍ ପ୍ଲେଟ ଲାଗିଥିବା ଦୁଇଟି ବସକୁ ପରିବହନ ବିଭାଗ ଜବତ କରିଛି। ମାଣିକେଶ୍ଵରୀ ଟ୍ରାଭେଲସର ଏକାଧିକ ବସ କଳାହାଣ୍ଡିରୁ ଭୁବନେଶ୍ୱର ଓ କଟକ ଚାଲୁଛି। ତେବେ ଓଡି ୦୮ ଜି ୩୧୮୮ ନମ୍ୱର୍ ଥିବା ମାଣିକେଶ୍ଵରୀ ଟ୍ରାଭେଲସର ଦୁଇଟି ବସ ସ୍ଥାନୀୟ ବସଷ୍ଟାଣ୍ଡରେ ଥିବା ପରିବହନ ବିଭାଗ କୌଣସି ସୂତ୍ରରୁ ସୂଚନା ପାଇଥିଲା। ପରେ ପୋଲିସ ଏବଂ ପରିବହନ ଅଧିକାରୀ ମାନେ ବସ ଦୁଇଟିକୁ ଜବତ କରି ରିଜର୍ଭ ବ୍ୟାରେକରେ ରଖିଛନ୍ତି। ଏନେଇ ପରିବହନ ଅଧିକାରୀଙ୍କ ଲିଖିତ ସୂଚନା କ୍ରମେ ଟାଉନଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories