www.samajalive.in
Sunday, December 14, 2025
23.1 C
Bhubaneswar

ଭାରତରେ ଥିବା ପାକିସ୍ତାନୀଙ୍କ ପାଖରେ ୫୨ ଘଣ୍ଟା, ନଜର ଆସିଲେ ୩ ବର୍ଷ ଜେଲ୍

ନୂଆଦିଲ୍ଲୀ : ଭାରତ ସରକାର ପାକିସ୍ତାନୀ ନାଗରିକଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭାରତ ଛାଡିବାକୁ ଆଦେଶ ଦେଇଛନ୍ତି । ଆଦେଶ ନମାନିଲେ ୩ ବର୍ଷ ଜେଲ୍ ଦଣ୍ଡ କିମ୍ବା ୩ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଜେଲ୍ ଓ ଜୋରିମାନା ହୋଇପାରେ । ପହଲଗାମରେ ପାକିସ୍ତାନୀ ଆତଙ୍କୀ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ ସରକାର ସ୍ପଷ୍ଟ କରିଛନ୍ତି କି ପାକିସ୍ତାନୀ ନାଗରିକ ନିର୍ଦ୍ଧାରିତ ସମୟ ପରେ ନଜର ଆସିଲେ ଗିରଫ ହେବେ । ୩ ବର୍ଷ ଜେଲ୍ ଦଣ୍ଡ କିମ୍ବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ହୋଇପାରେ । ସାର୍କ ଭିସା ଧାରୀଙ୍କୁ ୨୬ ଏପ୍ରିଲ ମଧ୍ୟରେ ଭାରତ ଛାଡିବାକୁ ଆଦେଶ ହୋଇଥିଲା ଏବଂ ମେଡିକାଲ ଭିସାଧାରୀଙ୍କୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ତେବେ ବିଜନେସ୍, ଫିଲ୍ମ, ସମ୍ମିଳନୀ, ପର୍ବତାରୋହଣ, ଛାତ୍ର, ଗ୍ରୁପ୍ ଟୁରିଷ୍ଟ, ତୀର୍ଥଯାତ୍ରୀ ଭିସାରେ ଆସିଥିବା ପାକିସ୍ତାନୀ ନାଗରିକ ଭାରତ ଛାଡିସାରିଲେଣି । ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନିର୍ଦ୍ଧାରିତ ସମୟ ପରେ ଭାରତରେ ଯେପରି କୌଣସି ବି ପାକିସ୍ତାନୀ ନଜର ନଆସନ୍ତି ତାହା ସୁନିଶ୍ଚିତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories