www.samajalive.in
Monday, December 8, 2025
27.1 C
Bhubaneswar

୨୯ ଯାଏଁ ବଢ଼ିଲା ପାକିସ୍ତାନକୁ ଫେରିବା ସମୟସୀମା, ଭାରତ ଛାଡିଲେ ୫୩୭ ପାକିସ୍ତାନୀ

ଡେସ୍କ: ସାର୍କ ଭିସାରେ ଭାରତରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡ଼ିବା ପାଇଁ ଦିଆଯାଇଥିବା ୪୮ ଘଣ୍ଟିଆ ସମୟସୀମା ଆଜି ଶେଷ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅମୃତସରର ଅଟାରି-ୱାଘା ଯୁଗ୍ମ ଚେକ୍ ପୋଷ୍ଟ ଦେଇ ୫୩୭ ଜଣ ପାକିସ୍ତାନୀ ଫ୍ରି ଯାଇଛନ୍ତି। ସେଥିମଧ୍ୟରୁ ଆଜି ୨୩୭ ଜଣ ଫେରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏପ୍ରିଲ ୨୩ ତାରିଖରେ କେନ୍ଦ୍ରୀୟ ସୁରକ୍ଷା କମିଟି ବୈଠକରେ ପାକ୍ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

ଅଟାରିରେ ଅବସ୍ଥାପିତ ପ୍ରୋଟୋକଲ କଲ୍ ଅଫିସର ଅରୁଣ ମାହଲ କହିଛନ୍ତି ଯେ ମେଡିକାଲ ଭିସାରେ ଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ଭିସାଧାରୀଙ୍କ ଫେରିବା ତାରିଖକୁ ଏପ୍ରିଲ ୨୯, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ପାକିସ୍ତାନରୁ ମୋଟ ୧୩୮୭ ଜଣ ଭାରତୀୟ ଫେରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories