ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ

ମେଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମିଳିଥିବା କ୍ଷମତାର ସୁବିନିଯୋଗ କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସୁସ୍ଥ ଓ ନିରାମୟ ରହିବେ।
ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ମଧ୍ୟ କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଦୁଶ୍ଚିନ୍ତା ଦୂର ହେବ। ଧୈର୍ଯ୍ୟର ସହ ଉପୁଜିଥିବା ସମସ୍ୟାର ମୁକାବିଲା କରିପାରନ୍ତି। ସୁଖୀ ରହିବେ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ସେବା କ୍ଷେତ୍ରରେ ନିୟୋଜିତ ହୋଇ ସୁନାମ ଅର୍ଜନ କରିବେ। କର୍ମକ୍ଷେତ୍ରକୁ ସହଜ, ସୁଲଭ ଓ ଶୃଙ୍ଖଳିତ କରିପାରନ୍ତି। ଅନ୍ନପାନାଦି ମିଳିପାରେ।
କର୍କଟ:  ଶତ୍ରୁ ବଳବାନ୍ ଥିବାରୁ ତାକୁ ବିନାଶ କରିବାରେ ଭାଇ, ବନ୍ଧୁ ଓ ପଡ଼ୋଶୀଙ୍କ ସହାୟତା ନେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ସିଂହ: ସକାଳ-ସନ୍ଧ୍ୟାରେ ନିଜେ ପଢ଼ି ଓ ଅନ୍ତେବାସୀଙ୍କୁ ପଢ଼ାଇ ଶିଶୁବତ୍ସଳ ହୋଇପାରନ୍ତି। ସ୍ନେହ, ପ୍ରେମ, କରୁଣାର ମୂଳାଧାର ହୋଇ ସେବକଙ୍କ ନାମକୁ ସାର୍ଥକ କରିପାରନ୍ତି। ଦାନ, ଧର୍ମରେ ବିଶ୍ବାସ ରଖିପାରନ୍ତି।
କନ୍ୟା: ଆପଣଙ୍କ ପରିଶ୍ରମ ବୃଥା ନ ହୋଇ ମୂଲ୍ୟବାନ୍ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ଗୃହ ପରିବେଶ ଉତ୍ତମ ମାନର ହେବ। ଯାନବାହନ ସୁଖ ମିଳିବ।
ତୁଳା: ବ୍ୟବସାୟାଦି ନାନା ଉପାୟ ଅବଲମ୍ବନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଦେବଦର୍ଶନ ପୂର୍ବକ ଆଧ୍ୟାତ୍ମିକ ଚିନ୍ତନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଅଶାନ୍ତି ଦୂର ହେବ। ସହାୟତା ମିଳିବ।
ବିଛା; ନିର୍ଲୋଭ ମନୋବୃତ୍ତିର ହୋଇପାରନ୍ତି। କଠିନ ପରିଶ୍ରମ କରି ସ୍ବଳ୍ପ ଲାଭଯୁକ୍ତ ବ୍ୟବସାୟ କରି ଧନ ଅର୍ଜନ କରିବେ। ମତିଜ୍ଞ ହେବେ। ନୂତନ ଯୋଜନାରେ କାର୍ଯ୍ୟକରି ଧନ ଅର୍ଜନ କରିପାରନ୍ତି। ସୁଖୀ ହେବେ।
ଧନୁ: ଆୟ ଗତାନୁଗତିକ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମକର: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ପୂର୍ବତନ ବନ୍ଧୁଙ୍କ ବିରୋଧାଚରଣ ଅଶାନ୍ତିର କାରଣ ହେବ। ସାଧନାର ସୁଫଳ ସ୍ବରୂପ କଣ୍ଟକିତ ରାସ୍ତାକୁ ଅକ୍ଳେଶରେ ପାର ହୋଇପାରିବେ।
କୁମ୍ଭ:   ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ହୃତ ଗୌରବ ଫେରି ପାଇବାର ମାର୍ଗ ଉନ୍ମୁକ୍ତ ରହିଛି।
ମୀନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଅକ୍ଳାନ୍ତ ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଲାଭବାନ୍‌ ହେବେ।

Comments are closed.