www.samajalive.in
Monday, December 8, 2025
20.1 C
Bhubaneswar

ଆଫଗାନିସ୍ତାନରୁ ମଙ୍ଗଳବାର ଭାରତ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଭାରତକୁ ସ୍ଥାନାନ୍ତରିତ ହେଉଥିବା ଭାରତୀୟ ନାଗରିକଙ୍କ ସମେତ ସେଠାକାର ହିନ୍ଦୁ ଓ ଶିଖ୍‍ ସମୁଦାୟ ତଥା ଅନ୍ୟମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର କୋଭିଡ ନମୁନା ପରୀକ୍ଷା କରାଯାଉଛି। ମଙ୍ଗଳବାର ଦିନ କାବୁଲରୁ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କରୋନରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ଗୁରୁ ଗ୍ରନ୍ଥ ସାହିବ ଆଣି ଆସିଥିବା ଗ୍ରନ୍ଥି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଚିହ୍ନଟ ସଂକ୍ରମିତଙ୍କୁ ଆଟିବିପି ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର କୋଭିଡ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି। ଏଥିସହିତ ଆଫଗାନିସ୍ତାନରୁ ଆସୁଥିବା ସମସ୍ତଙ୍କ ପାଇଁ ଭାରତ ସରକାର ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ କରିଛନ୍ତି।
ଅନ୍ୟ ଏକ ଘଟଣାରେ ଦେଶରେ ମହାରାଷ୍ଟ୍ରରେ କୋଭିଡର ଡେଲଟା ପ୍ରକରଣକୁ ନେଇ ଚିନ୍ତା ବଢିବାରେ ଲାଗିଛି। ଗତ ୬୩ ଦିନ ମଧ୍ୟରେ ଏହି ପ୍ରକରଣରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୯୦% ବୃଦ୍ଧିପାଇଛି। ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଭାରତକୁ ଏତେ ଶୀଘ୍ର କରୋନା ସଂକ୍ରମଣରୁ ମୁକ୍ତି ମିଳିବ ନାହିଁ। ଭାରତର ଜନସାଧାରଣ କରୋନା ମଧ୍ୟରେ ସମସ୍ତ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ବଞ୍ଚି ଶିଖିବାକୁ ହେବ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories