www.samajalive.in
Saturday, December 6, 2025
26.1 C
Bhubaneswar

ଯାନବାହନ ସ୍କ୍ରାପେଜ ନୀତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ; ଗୁଜରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କଲେ

ନୂଆଦିଲ୍ଲୀ: ଦେଶରେ ଯାନବାହନ ସ୍କ୍ରାପେଜ ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଚଳନ କରିଛନ୍ତି। ଏହାଦ୍ୱାରା ଅଯୋଗ୍ୟ ହୋଇପଡିଥିବା ଏବଂ ପ୍ରଦୂଷଣକାରୀ ଯାନବାହନଗୁଡିକୁ ରାସ୍ତାରୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଇ ତାହାକୁ ପରିବେଶ ଉପଯୋଗୀ ପଦ୍ଧତିରେ ଭାଙ୍ଗି ଦିଆଯିବ। ଗୁଜରାଟରେ ଆୟୋଜିତ ନିବେଶକ ସମ୍ମିଳନୀକୁ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ବିକାଶ ଯାତ୍ରାରେ ଏହି ନୀତି ଏକ ଉଲ୍ଲେଖଯୋଗ୍ୟ ମାଇଲଖୁଣ୍ଟ ହେବ। ଯୁବଗୋଷ୍ଠୀ ଏବଂ ଷ୍ଟାର୍ଟଅପଗୁଡିକ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସୂଚନାଯୋଗ୍ୟ ଯେ ପୁରୁଣା ଯାନବାହନଗୁଡିକୁ ଭାଙ୍ଗିବା ସକାଶେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାକୁ ପୁଞ୍ଜିନିବେଶ ଆହ୍ୱାନ କରିବା ଉଦ୍ଦେଶ୍ୟରେ ଗୁଜରାଟରେ ଏହି ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଏକ ସମର୍ଥ ଓ ଆବର୍ତ୍ତି ଅର୍ଥନୀତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ପରିବେଶଗତ ଦିଗ ପ୍ରତି ଦାୟବଦ୍ଧ ରହିବା ସମୟରେ ସମସ୍ତ ସହଭାଗୀଙ୍କ ପାଇଁ ମୂଲ୍ୟ ଆଣିଦେବାକୁ ମଧ୍ୟ ଉଦ୍ୟମ କରାଯାଉଛି। ଯାନବାହନ ସ୍କ୍ରାପେଜ ନୀତିରେ ସମଗ୍ର ଦେଶରେ ଅଟୋମେଟେଡ ଟେଷ୍ଟିଂ ଷ୍ଟେସନ ଏବଂ ପଞ୍ଜିକୃତ ଯାନବାହନ ସ୍କ୍ରାପିଙ୍ଗ ସୁବିଧା ଆକାରରେ ଭିତ୍ତିଭୂମି ସୃଷ୍ଟି କରାଯିବ। ସେହି କ୍ରମରେ ଦେଶରେ ସ୍ୱେଚ୍ଛାକୃତ ଭାବରେ ଯାନବାହନ ଆଧୁନିକିକରଣ କାର୍ଯ୍ୟକ୍ରମ ଆଗେଇ ନେବାକୁ ଏହି ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories