www.samajalive.in
Sunday, December 7, 2025
15.1 C
Bhubaneswar

ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଅପସାରଣ ନିଷ୍ପତ୍ତି ଚୂଡାନ୍ତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ପରିସ୍ଥିତି ଦିନକୁ ଦିନ ଅଧିକ ଜଟିଳ ଓ ଅଣାୟତ୍ତ ହେବାରେ ଲାଗିଥିବାବେଳେ ସେଠାରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିରେ ରାଷ୍ଟ୍ରପତି ଜୋ ବାଇଡେନ ଅପରିବର୍ତ୍ତିତ ରହିଛନ୍ତି। ଏଭଳି ନିଷ୍ପତ୍ତି ପାଇଁ ତାଙ୍କର ଅନୁଶୋଚନା ନାହିଁ ବୋଲି ବାଇଡେନ କହିଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ସେଠାରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିରେ କିଛି ପରିବର୍ତ୍ତନକୁ ସେ ଅଗ୍ରାହ୍ୟ କରିଦେବା ସହିତ ଆଫଗାନ ନେତାମାନେ ଏକଜୁଟ ହୋଇ ତାଲିବାନ ବିରୋଧରେ ରାଷ୍ଟ୍ର ପାଇଁ ଲଢେଇ କରିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ତାଲିବାନ ଏପର୍ଯ୍ୟନ୍ତ ଆଫଗାନିସ୍ତାନରେ ଆଠଟି ପ୍ରଦେଶ ନିଜ ଦଖଲକୁ ନେଇସାରିଲାଣି।

ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଆଫଗାନ ନେତୃବୃନ୍ଦଙ୍କୁ ଏକତ୍ର ଆଗେଇ ଆସିବାକୁ ହେବ। ସେମାନେ ନିଜପାଇଁ ମିଳିତ ଭାବରେ ଲଢ଼େଇ କରିବାର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ସୁଦ୍ଧା ଆଫାଗାନିସ୍ତାନରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତି ବାଇଡେନ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନରୁ ୯୦%ରୁ ଅଧିକ ସୈନ୍ୟ ପ୍ରତ୍ୟାହାର କରାଯାଇସାରିଲେଣି। ବାଇଡେନ କହିଛନ୍ତି, ଆଫଗାନିସ୍ତାନରେ ଆମେରିକା ୨୦ ବର୍ଷ ମଧ୍ୟରେ ୧ହଜାର କୋଟି ଡଲାରରୁ ଅଧିକ ଖର୍ଚ୍ଚ କରିସାରିଛି। ଏହାର ସୈନ୍ୟମାନେ ସେଠାରେ ପ୍ରାୟ ୩ ଲକ୍ଷ ଆଫଗାନ ସୈନ୍ୟଙ୍କୁ ତାଲିମ ଦେବା ସହିତ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛନ୍ତି। ଏବେ ଆଫଗାନ ନେତାମାନେ ଏକଜୁଟ ହେବା ସମୟ ଆସିଛି। ଆଫଗାନରେ ଆତଙ୍କି ମୁକାବିଲାରେ ଆମେରିକା ନିଜର ହଜାର ହଜାର ସଂଖ୍ୟାରେ ସୈନ୍ୟଙ୍କୁ ହରାଇଛି ଏବଂ ଅନେକ ଆହତ ହୋଇଛନ୍ତି। ତେବେ ସେଠାରୁ ସୈନ୍ୟ ଅପସାରଣ ପରେ ମଧ୍ୟ ଆମେରିକା ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ବୋଲି ବାଇଡେନ ଆଫଗାନ ନେତୃବୃନ୍ଦଙ୍କୁ ଭରସା ଦେଇଛନ୍ତି। ଏହା ଆକାଶମାର୍ଗରୁ ଆକ୍ରମଣ ସମର୍ଥନ ଦେଇ ଆଫଗାନିସ୍ତାନର ବାୟୁସେନା ଯେଭଳି କାର୍ଯ୍ୟକ୍ଷମ ରହିବ, ତାହା ସୁନିଶ୍ଚିତ କରିବ। ଏହାଦ୍ୱାରା ଆଫଗାନ ବାୟୁସେନା ସେମାନଙ୍କ ସୈନ୍ୟଙ୍କ ନିକଟରେ ସାମଗ୍ରୀ ପହଞ୍ଚାଇବା, ଖାଦ୍ୟ ଓ ଅନ୍ୟାନ୍ୟ ଉପକରଣ ଯୋଗାଣ ଜାରି ରଖିପାରିବ। ଏଥିସହିତ ସେମାନଙ୍କୁ ବେତନ ଦେବାରେ ମଧ୍ୟ ଆମେରିକା ସହାୟତା କରିବ। ଏବେ ସେମାନେ ଲଢେଇ କରୁଛନ୍ତି ଏବଂ ତାଲିବାନଙ୍କୁ କଡା ଜବାବ ଦେଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories