www.samajalive.in
Sunday, December 7, 2025
23.1 C
Bhubaneswar

ସତର୍କ ରୁହନ୍ତୁ: ଅଧିକ ସମୟ ମୋବାଇଲ ଦେଖିଲେ ସୃଷ୍ଟିହେବ ସମୀପ ଦୃଷ୍ଟିଦୋଷ

ଭୁବନେଶ୍ୱର: ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ। ତାହା ପୁଣି ସ୍ମାର୍ଟ ଫୋନ। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଦୈନିକ ଅଧିକ ସମୟ ମୋବାଇଲ ପରଦାକୁ ଦେଖି ସମୟ ବିତାଉଛନ୍ତି। ଗତବର୍ଷ ଠାରୁ କୋଭିଡ ମହାମାରୀ ଆରମ୍ଭ ହେବା ସମୟରୁ ମୋବାଇଲର ଲୋକପ୍ରିୟା ବୃଦ୍ଧିପାଇଛି। ବିଶେଷକରି ଅନ୍‍ ଲାଇନରେ ପାଠପଢା ଯୋଗୁଁ ଅଧିକରୁ ଅଧିକ ପିଲା ଏବେ ଘଣ୍ଟା ଘଣ୍ଟା ମୋବାଇଲ ପରଦାକୁ ଦେଖି ସମୟ ବିତାଉଛନ୍ତି। କିନ୍ତୁ ମୋବାଇଲ ପରଦାକୁ ଅଧିକ ସମୟ ଚାହିଁ ରହିବା ଦ୍ୱାରା ସମୀପ ଦୃଷ୍ଟିଦୋଷ (ମାୟୋପିଆ) ସମସ୍ୟା ବୃଦ୍ଧିପାଇବାରେ ଲାଗିଛି। ୨୦୨୦ରେ କୋଭିଡ ମହାମାରୀର ପ୍ରଥମ ଲହର ଆରମ୍ଭ ହେବାଦିନଠାରୁ ଦେଶରେ ଏହି ସମସ୍ୟା ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଛି ବୋଲି ଚକ୍ଷୁ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିପିଟାଲର ଶିଶୁ ରୋଗ ବିଭାଗର ଡା.ଚନ୍ଦ୍ରଶେଖର ସାହୁ କହିଛନ୍ତି, ମାୟୋପିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦% ବୃଦ୍ଧି ପାଇଛି ଓ ଏହି ମହାମାରୀ ସମୟରେ ବାର୍ଷିକ ‘ଟେରା ଆଖି’ ସମସ୍ୟା ୫-୧୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ପାଂଚ ଗୁଣା ବୃଦ୍ଧି ପାଇଛି। ବିଶେଷକରି ଏହି ବୟସ ବର୍ଗର ପିଲାମାନଙ୍କ ଠାରେ ୨୦୨୦ରେ ତାଲାବନ୍ଦ ଆରମ୍ଭ ହେବା ଦିନଠାରୁ ଏହି ସମସ୍ୟା ଦୁଇ ଗୁଣା ବୃଦ୍ଧି ପାଇଛି। କେବଳ ଭାରତ ନୁହେଁ, ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସମାନ ସମସ୍ୟା ପରିଲକ୍ଷିତ ହେଉଥିବା ସେ କହିଛନ୍ତି। ଡା.ସାହୁ କହିଛନ୍ତି ଯେ, ନିକଟରେ ମହାମାରୀ ସମୟରେ ପିଲାମାନଙ୍କ ଠାରେ ଆକ୍ୟୁଟ୍ ଅନସେଟ୍ କୋମିଟାଂଟ ଏସୋଟ୍ରୋପିଆ ସମସ୍ୟା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories