www.samajalive.in
Sunday, December 14, 2025
26.1 C
Bhubaneswar

୪ର୍ଥ ପର୍ଯ୍ୟାୟ କର୍କଟକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଏମିତି ଥିଲା ଖାଦ୍ୟଶୈଳୀ…

ସମାଜ ଡିଜିଟାଲ ଡେସ୍କ: କ୍ରିକେଟରରୁ ରାଜନେତା ପାଲଟିଥିବା ନଭଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ କର୍କଟକୁ ହରାଇ ନୂଆ ଜୀବନ ପାଇଛନ୍ତି। ତାହା ପୁଣି ୪ର୍ଥ ଷ୍ଟେଜରେ ଥିବା କର୍କଟଠାରୁ। ଖୋଦ ସିଦ୍ଧୁ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି। ଏହି ସମୟରେ​‌ ସେ ଭାବବିହ୍ବଳ ହୋଇପଡ଼ିଥିଲେ।

ନଭଜୋତ କୌର ସିଦ୍ଧୁ ଗତ ୧ ବର୍ଷ ହେବ କର୍କଟର ୪ର୍ଥ ଷ୍ଟେଜରେ ରହି ଚିକିତ୍ସିତ ହେଉଥିଲେ। ସାଧାରଣତଃ ଏହି ପର୍ଯ୍ୟାୟ କର୍କଟରୁ ଜୀବନ ଫେରିପାଇବା ସମ୍ଭବ ହୋଇ ନ ଥାଏ। କିନ୍ତୁ ଏଥିରେ ବିଜୟୀ ହୋଇଛନ୍ତି ନଭଜୋତ କୌର। ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତାଙ୍କ ସ୍ତ୍ରୀ ଏବେ କର୍କଟମୁକ୍ତ। ଆଜି ଏହା ଘୋଷଣା କରି ସେ ବହୁତ ଖୁସି ଅନୁଭବ କରୁଛନ୍ତି। ଏହା କୌଣସି ଚମତ୍କାରଠାରୁ କମ ନୁହେଁ। କାରଣ ଡାକ୍ତର କହିଥିଲେ ତାଙ୍କର ବଞ୍ଚିବା ସୁଯୋଗ ମାତ୍ର ୩ ପ୍ରତିଶତ।

- Advertisement -

ପୂର୍ବରୁ ସିଦ୍ଧୁ ଏକ ଶୋ’ରେ କହିଥିଲେ, ଯେତେବେଳେ ତାଙ୍କ ସ୍ତ୍ରୀ କର୍କଟରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ ସେତେବେଳେ ସେ ନିଜ ଶୋଇବା ଘର ବାହାରକୁ ଯାଇ ବହୁତ କାନ୍ଦିଥିଲେ। ଯଦି ତାଙ୍କୁ କିଛି ହୋଇଯାଏ, ତେବେ ସେ ବଞ୍ଚିପାରିବେ ନାହିଁ। ସେ ନିଜ ପତ୍ନୀଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କୁ ସର୍ବଦା ପ୍ରାର୍ଥନା କରୁଥିଲେ।

ସିଦ୍ଧୁ କହିଛନ୍ତି, ତାଙ୍କ ନିକଟରେ ବହୁତ ପଇସା ଥିବାରୁ ତାଙ୍କ ପତ୍ନୀ କର୍କଟକୁ ହରାଇ ନାହାନ୍ତି। ବରଂ ଏକ ଗୁପ୍ତ ରୁଟିନ୍‌କୁ ସେ ଅନୁଧାବନ କରିବାରୁ ଆଜି ସେ ୪ର୍ଥ ପର୍ଯ୍ୟାୟ କର୍କଟରୁ ମୁକ୍ତି ପାଇପାରିଛନ୍ତି। ଗୁପ୍ତ ଶୃଙ୍ଖଳିତ ଖାଦ୍ୟଶୈଳୀ ତାଙ୍କୁ ବହୁମାତ୍ରାରେ ସହଯୋଗ କରିଛି। ତାଙ୍କ ପତ୍ନୀ ପ୍ରତିଦିନ ଲେମ୍ବୁ ପାଣି, କଞ୍ଚା ହଳଦୀ, ଆପଲ ସାଇଡର ଭିନେଗାର, ରସୁଣ, ନିମ୍ବ ପତ୍ର ଏବଂ ତୁଳସୀ ଖାଉଥିଲେ। ଏହା ସହିତ ବେଦେନା, ଅଁଳା, ଅଖରୋଟ, ଲାଉ ସହିତ ଖଟା ଫଳ ଏବଂ ଜୁସ ତାଙ୍କୁ ନିୟମିତ ଖାଦ୍ୟଶୈଳୀ ରହିଥିଲା। ଦିନର ଆରମ୍ଭ ସେ ଡାଲଚିନି, ଲବଙ୍ଗ, ଗୁଡ଼ ଏବଂ ଅଳେଇଚ ମିଶ୍ରିତ ଚା’ରୁ ଆରମ୍ଭ କରୁଥିଲେ। ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଖାଦ୍ୟ ଶେଷ କରୁଥିଲେ। ପୂର୍ବାହ୍ନ ୧୦ ପୂର୍ବରୁ ପ୍ରଥମ ମିଲ୍‌ ଗ୍ରହଣ କରୁଥିଲେ। ଶରୀରରେ ଜ୍ବଳନ ସୃଷ୍ଟି କରୁ ନ ଥିବା(ଆଣ୍ଟି ଇନଫ୍ଲାମେଟୋରି) ଏବଂ କର୍କଟ ସୃଷ୍ଟି କରୁ ନ ଥିବା ଖାଦ୍ୟ ସେ ଗ୍ରହଣ କରୁଥିଲେ। ନଡ଼ିଆ ତେଲ କିମ୍ବା ବାଦାମ ତେଲରେ ତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିଲା। ଶୃଙ୍ଖଳିତ ଖାଦ୍ୟ ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହିତ କର୍କଟ ବିରୋଧରେ ଲଢ଼ିବାରେ ସହଯୋଗ କରିଥାଏ। ଫଳ, ପନିପରିବା ଏବଂ କମ୍‌ ଚର୍ବିଯୁକ୍ତ ପ୍ରୋଟିନ ଭଳି ପୋଷକତତ୍ତ୍ଵରେ ଭରପୂର ଖାଦ୍ୟ ଶରୀରକୁ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଏବଂ ଖଣିଜ ପ୍ରଦାନ କରିଥାଏ। ଏସବୁ ଶରୀରରେ ଫ୍ରି ରାଡିକାଲ୍ସ ସହିତ ଲଢ଼ିଥାଆନ୍ତି। ଅକ୍ସିଡେଟିଭ ଷ୍ଟ୍ରେସକୁ ହ୍ରାସ କରିଥାଆନ୍ତି। ଉଚ୍ଚ ଫାଇବର ଯୁକ୍ତ ଖାଦ୍ୟ ସାମଗ୍ରୀ ଅନ୍ତ୍ରନଳୀକୁ ସୁସ୍ଥ ରଖିଥାଏ। ହଳଦୀ ଏବଂ ମାଛ ଭଳି ଆଣ୍ଟି ଇନଫ୍ଲାମେଟୋରି ଖାଦ୍ୟ ଶରୀରରେ ଟ୍ୟୁମର ବୃଦ୍ଧି ସହିତ ଜଡ଼ିତ କ୍ଷତକୁ ହ୍ରାସ କରିବାରେ ସହାୟକ ହୋଇଥାଏ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories