www.samajalive.in
Tuesday, December 9, 2025
15.1 C
Bhubaneswar

ବଜାରରେ ମିଳୁଛି ନକଲି ଚିନି, ଏମିତି ପରଖନ୍ତୁ..

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ ବଜାରରେ ଅସଲି ଜିନିଷ ପାଇବା କଷ୍ଟକର। କାରଣ ଏବେ ପ୍ରାୟତଃ ସବୁ ଅପମିଶ୍ରିତ ତଥା ନକଲି ଜିନିଷ ମିଳୁଛି। ଆପଣ ନକଲି ଆଳୁ-ଅଦା ଏବଂ କ୍ଷୀର-ପନିର ବିକ୍ରି ଖବର ଶୁଣିଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି ଯେ, ବର୍ତ୍ତମାନ ପ୍ଲାଷ୍ଟିକରେ ତିଆରି ନକଲି ଚିନି ମଧ୍ୟ ବଜାରରେ ମିଳୁଛି। ବଜାରରେ ଖୁଲମଖୁଲା ନକଲି ଚିନି ବିକ୍ରି ହେଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନକଲି ଚିନି ସେବନ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଚିନି ଏପରି ଏକ ସାମଗ୍ରୀ, ଯାହା ପ୍ରାୟ ପ୍ରତ୍ୟେକ ଘରେ ପ୍ରତିଦିନ ବ୍ୟବହୃତ ହୁଏ। ଚିନିରେ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ମିଠା ଖାଇବାକୁ ପସନ୍ଦ କରୁଥିବା ଲୋକ ସକାଳେ ଚା’ ପିଇବାଠାରୁ ରାତିରେ ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଚିନିରେ ତିଆରି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଆପଣ ମଧ୍ୟ ଚିନ୍ତିତ ଥିବେ ଯେ ଅସଲି ଏବଂ ନକଲି ଚିନିକୁ ଚିହ୍ନିବେ କିପରି। ତେବେ ଆସନ୍ତୁ ଜାଣିବା ଚିନି ଅସଲି ନା ନକଲି, ତାହା ପରଖିବେ କିପରି..

କେମିତି ଚିହ୍ନିବେ ନକଲି ଚିନି:

- Advertisement -

ଘରେ ଚିନି ଚିହ୍ନଟ କରିବାର ସରଳ ଉପାୟ ହେଉଛି, ଏକ ଗ୍ଲାସ ପାଣି ନେଇ ଏଥିରେ କିଛି ଚିନି ପକାଇ ଭଲ ଭାବରେ ମିଶାନ୍ତୁ। ଯଦି ଏହା ନକଲି ଚିନି ହୋଇଥିବ ତେବେ ପାଣିରେ ସଂପୂର୍ଣ୍ଣ ମିଳାଇବ ନାହିଁ। ଆଉ ଏକ ଉପାୟ ହେଉଛି, ଏକ କାଚ ଗ୍ଲାସ୍‌ରେ କିଛି ଚିନି ନିଅନ୍ତୁ। ଏହାପରେ ଏଥିରେ ହାଇଡ୍ରୋକ୍ଲୋରିକ୍ ଏସିଡ଼୍‌ ମିଶାନ୍ତୁ। ଯିଦ ଚିନି ନକଲି ହୋଇଥିବ ତେବେ ସେହି ଗ୍ଲାସ୍‌ରେ ଫେଣ ସୃଷ୍ଟି ହେବ।

ନକଲି ଚିନି ଖାଇବା ଦ୍ବାରା ହୋଇଥାଏ ଏସବୁ କ୍ଷତି:

୧. ହଜମ- ନକଲି ଚିନି ସେବନ ଦ୍ବାରା ହଜମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ।
୨. ମୋଟାପଣ- ନକଲି ଚିନି ସେବନ ଦ୍ବାରା ଓଜନ ବୃଦ୍ଧି ହୋଇଥାଏ।
୩. ହୃଦ୍‌ରୋଗ- ନକଲି ଚିନି ଦ୍ବାରା ଦୃଦୟଜନିତ ସମସ୍ୟା ସୃଷ୍ଟି ହୋଇପାରେ।
୪. ଅନ୍ତନଳୀ ସମସ୍ୟା- ନକଲି ଚିନି ଖାଇବା ଦ୍ୱାରା ଅନ୍ତନଳୀ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ବଜାରରେ ମିଳୁଥିବା ଚିନିକୁ ଭଲଭାବେ ପରଖି କିଣନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories