www.samajalive.in
Sunday, December 14, 2025
26.1 C
Bhubaneswar

AIର କମାଲ୍‌: ମୃତ୍ୟୁ ଦିନ କହିବ ‘ମୃତ୍ୟୁ ଘଣ୍ଟା’

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଏହା ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ ଯେ, ସେ କେତେଦିନ ବଞ୍ଚିବେ ବା ତାଙ୍କ ଆୟୁଷ କେତେ। ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ଏଆଇ)ର ଯୁଗ। ଆଉ ଏହି ଟେକ୍ନୋଲୋଜି ସାହାଯ୍ୟରେ ଆପଣ ଏବେ ନିଜ ମୃତ୍ୟୁ ଦିନ ମଧ୍ୟ ଜାଣିପାରିବେ। ନିକଟରେ ଏଆଇ ସାହାଯ୍ୟରେ ଏକ ମୃତ୍ୟୁ ଘଣ୍ଟା ତିଆରି କରାଯାଇଛି, ଯାହା ହେଉଛି ଏକ ଆପ୍। ଏହା ସାହାଯ୍ୟରେ ଜଣେ ବ୍ୟକ୍ତିର ମୃତ୍ୟୁ ଦିନ ପ୍ରାୟତଃ ସଠିକ୍ ଭାବରେ ନିର୍ଣ୍ଣୟ କରାଯାଇପାରେ।
ଏକ ମାର୍କେଟ ଇଣ୍ଟେଲିଜେନ୍ସ ଫାର୍ମ ଅନୁଯାୟୀ, ଏହି ମୃତ୍ୟୁ ଘଣ୍ଟା ଆପ୍‌ର ଫଳାଫଳ ଏତେ ସଠିକ ଯେ ଜୁଲାଇରେ ଏହା ଲଞ୍ଚ୍‌ ହେବା ପରଠାରୁ ଏପର୍ଯ୍ୟନ୍ତ ଏହାକୁ ୧,୨୫,୦୦୦ ଲୋକ ଡାଉନଲୋଡ୍ କରି ସାରିଲେଣି। ପାଞ୍ଚ କୋଟି ଅଂଶଗ୍ରହଣକାରୀ ଏବଂ ୧୨୦୦ରୁ ଅଧିକ ଜୀବନ ପ୍ରତ୍ୟାଶା ଅଧ୍ୟୟନ(ଲାଇଫ୍‌ ଏକ୍ସପେକ୍ଟାନ୍‌ସି ଷ୍ଟଡିଜ୍‌) ଆଧାରରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍‌ ଜଣେ ବ୍ୟକ୍ତିଙ୍କ ଖାଦ୍ୟ, ବ୍ୟାୟାମ, ଚାପ ସ୍ତର ଏବଂ ନିଦ୍ରା ବିଷୟରେ ସୂଚନା ବ୍ୟବହାର କରି ସେହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବ୍ୟ ଦିନର ଅନୁମାନ ଲଗାଇଥାଏ। ଏହି ଆପ୍‌ର ଡେଭ୍‌ଲପର ବ୍ରେଣ୍ଟ ଫ୍ରାନ୍ସନ୍‌ଙ୍କ କହିବାକଥା, ଏହାର ଫଳାଫଳ ଭରସାଯୋଗ୍ୟ। ସୁସ୍ଥ ଜୀବନଶୈଳୀ ଥିବା ଲୋକଙ୍କ ମଧ୍ୟରେ ଏହି ଡେଥ୍ କ୍ଲକ୍ ବହୁତ ଲୋକପ୍ରିୟ ହେଉଛି ଏବଂ ଫିଟନେସ୍ ଓ ସ୍ୱାସ୍ଥ୍ୟ ବର୍ଗରେ ଏହି ଆପ୍ ଶୀର୍ଷରେ ଅଛି। ସୂଚନାଯୋଗ୍ୟ ଯେ, ସରକାର ଏବଂ ବୀମା କମ୍ପାନୀଗୁଡ଼ିକ ପାଇଁ ଅର୍ଥନୈତିକ ଏବଂ ଆର୍ଥିକ ହିସାବ ଦୃଷ୍ଟିରୁ ଲୋକଙ୍କ ଆୟୁଷ ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ଏହାରି ଆଧାରରେ ସରକାର ଏବଂ ବୀମା କମ୍ପାନୀଗୁଡ଼ିକ ଜୀବନ ବୀମା ଓ ପେନ୍‌ସନ୍ ପାଣ୍ଠିରେ ପଲିସି କଭରେଜ୍ ଗଣନା କରିଥା’ନ୍ତି।
ଏହି ଡେଥ୍ କ୍ଲକ୍‌ ଆପ୍ ୟୁଜରମାନଙ୍କୁ ଏପରି କିଛି ପରାମର୍ଶ ମଧ୍ୟ ଦେଇଥାଏ, ଯାହା ଦ୍ବାରା ସେମାନେ ସେମାନଙ୍କର ଜୀବନଶୈଳୀ ଉନ୍ନତ କରି ମୃତ୍ୟୁ ହାରକୁ ହ୍ରାସ କରିପାରିବେ। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଆୟୁଷ ଏବଂ ତାଙ୍କ ଆର୍ଥିକ ଅବସ୍ଥା ମଧ୍ୟରେ ସିଧାସଳଖ ପାର୍ଥକ୍ୟ ଦେଖିବାକୁ ମିଳିଛି। ଆମେରିକୀୟ ମେଡିକାଲ୍ ଆସୋସିଏସନ୍ ଦ୍ଵାରା ପ୍ରକାଶିତ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଧନୀ ଏବଂ ଗରିବ ଲୋକଙ୍କ ମଧ୍ୟରେ ଜୀବନ କାଳର ପାର୍ଥକ୍ୟ ପୁରୁଷଙ୍କ ମଧ୍ୟରେ ୧୫ ବର୍ଷ ଏବଂ ମହିଳାଙ୍କ ମଧ୍ୟରେ ୧୦ ବର୍ଷ ରହିଛି। ଅର୍ଥାତ୍ ଧନୀ ପୁରୁଷମାନେ ଗରିବ ପୁରୁଷଙ୍କ ତୁଳନାରେ ହାରାହାରି ୧୫ ବର୍ଷ ଅଧିକ ବଞ୍ଚନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories