www.samajalive.in
Thursday, December 11, 2025
27.1 C
Bhubaneswar

ବିବାହ ଅଧାରୁ ଗହଣା, ଟଙ୍କା ଧରି କନ୍ୟା ଚମ୍ପଟ

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ବିବାହ କାର୍ଯ୍ୟ ଚାଲିଥିବାବେଳେ ସଂପୃକ୍ତ କନ୍ୟା ଜଣକ ପରିସ୍ରା ଯିବା ବାହାନାରେ ଟଙ୍କା ଓ ଗହଣାଗାଣ୍ଠି ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ସୂଚନା ମୁତାବକ ପ୍ରଥମ ପତ୍ନୀଙ୍କ ପରଲୋକ ପରେ କମଳେଶ ନାମକ ବ୍ୟକ୍ତି ଏକ ଶିବ ମନ୍ଦିରରେ ଦ୍ବିତୀୟ ବିବାହ ପାଇଁ ମନସ୍ଥ କରିଥିଲେ। ମଧ୍ୟସ୍ଥିଙ୍କୁ ୩୦ ହଜାର ଟଙ୍କା ପାରିଶ୍ରମିକ ଦେବାପରେ କନ୍ୟା ଯୋଗାଡ ହୋଇଥିଲା। ଗତ ଶୁକ୍ରବାର ବିବାହ କାର୍ଯ୍ୟ ଚାଲିଥିବାବେଳେ କନ୍ୟା ଜଣକ ପରିସ୍ରା ଯିବା ଆଳରେ ସେଠାରୁ ଖସି ପଳାଇଥିଲେ। କମଳେଶ ତାଙ୍କର ଦ୍ବିତୀୟ ପତ୍ନୀଙ୍କ ପାଇଁ ମୂଲ୍ୟବାନ ଶାଢି, ସୁନା ଗହଣା ଓ ସୌନ୍ଦର୍ଯ୍ୟ ସାମଗ୍ରୀ କିଣିଦେଇଥିବାବେଳେ ବିବାହ ଖର୍ଚ୍ଚ ପାଇଁ ପ୍ରାୟ କୋଡିଏ ହଜାର ଟଙ୍କା ଦେଇଥିଲେ। କନ୍ୟା ଫେରାର ହେବାପରେ କମଳେଶଙ୍କୁ ଶିଶୁପାଳ ହୋଇ ​ଫେରିବାକୁ ପଡିଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories