www.samajalive.in
Monday, December 8, 2025
13.1 C
Bhubaneswar

ଏଲନ ମସ୍କଙ୍କ ଚମତ୍କାର: ଲଞ୍ଚ୍‌ ହେଲା ଟେସ୍‌ଲାର ନୂଆ ରୋବୋଟ୍

ସମାଜ ଡିଜିଟାଲ ଡେସ୍କ: ସର୍ବଦା ନୂଆ ନୂଆ ଟେକ୍ନୋଲୋଜି ଉପରେ ଗବେଷଣା ତଥା କାମ କରୁଥିବା ଟେସ୍‌ଲା ଏବେ ପୁଣି ଏକ ନୂଆ ଆବିଷ୍କାର କରିଛି। ଟେସ୍‌ଲା ସିଇଓ ଏଲନ ମସ୍କ କମ୍ପାନୀର ନୂଆ ଆବିଷ୍କାର ସହ ବିଶ୍ଵକୁ ପରିଚିତ କରିଛନ୍ତି। କମ୍ପାନୀ ପକ୍ଷରୁ Robovan ଗାଡ଼ି ବ୍ୟତୀତ Optimus ମାନବ ରୋବଟ୍ ମଧ୍ୟ ଲଞ୍ଚ୍‌ କରାଯାଇଛି। ଟେସ୍‌ଲାର ରୋବଟ୍‌ ଦୈନନ୍ଦିନ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ରୋବଟ୍ ଲଞ୍ଚ୍‌ ଅବସରରେ ମସ୍କ କହିଛନ୍ତି ଯେ, ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଏହି ରୋବଟ୍‌କୁ ଡିଜାଇନ୍ କରାଯାଇଛି।


ମସ୍କ କହିଛନ୍ତି, ଟେସ୍‌ଲା ଫକ୍ଷରୁ ରୋବଟ୍‌ର ମୂଲ୍ୟ ୨୦ ହଜାର ଡଲାରରୁ ୩୦ ହଜାର ଡଲାର ମଧ୍ୟରେ ରଖାଯାଇଛି। ରୋବଟ୍‌ର ବିଶେଷତ୍ବ ବର୍ଣ୍ଣନା କରି ମସ୍କ କହିଛନ୍ତି ଯେ, ଏହା ଆପଣଙ୍କ ସହ ଚାଲିପାରିବ ଏବଂ ଏହା ଦ୍ଵାରା ଆପଣ  ଯେକୌଣସି କାର୍ଯ୍ୟ କରାଇ ପାରିବେ। ଭିଡିଓରେ କୁହାଯାଇଛି ଯେ, ଏହା ଦ୍ଵାରା ସମସ୍ତ ଘରୋଇ କାମ କରାଯାଇପାରିବ। ଛୋଟ ଛୋଟ କାମ ବ୍ୟତୀତ ଏହି ରୋବଟ୍ ସମସ୍ତ ପ୍ରକାରର କାର୍ଯ୍ୟ କରୁଛି। ଏହା କପ୍ ଉଠାଇବାଠାରୁ ଆରମ୍ଭ କରି ଛୋଟ ଉପହାର ବ୍ୟାଗ ମଧ୍ୟ ସମ୍ଭାଳି ପାରୁଛି। ଏକ Optimus ରୋବୋଟ୍‌ ଲୋକଙ୍କ ସହ ଗେମ୍‌ ଖେଳୁଥିବା ଦେଖିବାକୁ ମିିଳିଛି। ଅନ୍ୟ ରୋବଟ୍‌ଗୁଡ଼ିକ ବିଷୟରେ କହିବାକୁ ଗଲେ, ଏହା ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏଲନ୍ ମସ୍କ ରୋବଟ୍‌କୁ ପ୍ରଶଂସା କରି କହିଛନ୍ତି, ଏହା ଏପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ଉତ୍ପାଦ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories