www.samajalive.in
Monday, December 15, 2025
26.1 C
Bhubaneswar

ଏଲନ ମସ୍କଙ୍କ ଚମତ୍କାର: ଲଞ୍ଚ୍‌ ହେଲା ଟେସ୍‌ଲାର ନୂଆ ରୋବୋଟ୍

ସମାଜ ଡିଜିଟାଲ ଡେସ୍କ: ସର୍ବଦା ନୂଆ ନୂଆ ଟେକ୍ନୋଲୋଜି ଉପରେ ଗବେଷଣା ତଥା କାମ କରୁଥିବା ଟେସ୍‌ଲା ଏବେ ପୁଣି ଏକ ନୂଆ ଆବିଷ୍କାର କରିଛି। ଟେସ୍‌ଲା ସିଇଓ ଏଲନ ମସ୍କ କମ୍ପାନୀର ନୂଆ ଆବିଷ୍କାର ସହ ବିଶ୍ଵକୁ ପରିଚିତ କରିଛନ୍ତି। କମ୍ପାନୀ ପକ୍ଷରୁ Robovan ଗାଡ଼ି ବ୍ୟତୀତ Optimus ମାନବ ରୋବଟ୍ ମଧ୍ୟ ଲଞ୍ଚ୍‌ କରାଯାଇଛି। ଟେସ୍‌ଲାର ରୋବଟ୍‌ ଦୈନନ୍ଦିନ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ରୋବଟ୍ ଲଞ୍ଚ୍‌ ଅବସରରେ ମସ୍କ କହିଛନ୍ତି ଯେ, ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଏହି ରୋବଟ୍‌କୁ ଡିଜାଇନ୍ କରାଯାଇଛି।


ମସ୍କ କହିଛନ୍ତି, ଟେସ୍‌ଲା ଫକ୍ଷରୁ ରୋବଟ୍‌ର ମୂଲ୍ୟ ୨୦ ହଜାର ଡଲାରରୁ ୩୦ ହଜାର ଡଲାର ମଧ୍ୟରେ ରଖାଯାଇଛି। ରୋବଟ୍‌ର ବିଶେଷତ୍ବ ବର୍ଣ୍ଣନା କରି ମସ୍କ କହିଛନ୍ତି ଯେ, ଏହା ଆପଣଙ୍କ ସହ ଚାଲିପାରିବ ଏବଂ ଏହା ଦ୍ଵାରା ଆପଣ  ଯେକୌଣସି କାର୍ଯ୍ୟ କରାଇ ପାରିବେ। ଭିଡିଓରେ କୁହାଯାଇଛି ଯେ, ଏହା ଦ୍ଵାରା ସମସ୍ତ ଘରୋଇ କାମ କରାଯାଇପାରିବ। ଛୋଟ ଛୋଟ କାମ ବ୍ୟତୀତ ଏହି ରୋବଟ୍ ସମସ୍ତ ପ୍ରକାରର କାର୍ଯ୍ୟ କରୁଛି। ଏହା କପ୍ ଉଠାଇବାଠାରୁ ଆରମ୍ଭ କରି ଛୋଟ ଉପହାର ବ୍ୟାଗ ମଧ୍ୟ ସମ୍ଭାଳି ପାରୁଛି। ଏକ Optimus ରୋବୋଟ୍‌ ଲୋକଙ୍କ ସହ ଗେମ୍‌ ଖେଳୁଥିବା ଦେଖିବାକୁ ମିିଳିଛି। ଅନ୍ୟ ରୋବଟ୍‌ଗୁଡ଼ିକ ବିଷୟରେ କହିବାକୁ ଗଲେ, ଏହା ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏଲନ୍ ମସ୍କ ରୋବଟ୍‌କୁ ପ୍ରଶଂସା କରି କହିଛନ୍ତି, ଏହା ଏପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ଉତ୍ପାଦ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories