www.samajalive.in
Sunday, December 7, 2025
23.1 C
Bhubaneswar

ପାକ୍‌ ସେନା ଉପରେ ଆତ୍ମଘାତୀ ଆକ୍ରମଣ: ୪୭ ସୈନ୍ୟ ମୃତ, ୩୦ ଆହତ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ବାଲୋଚ ଲିବରେସନ ଆର୍ମି(ବିଏଲଏ)ର ଫିଦାୟୀ ୟୁନିଟ ଦ୍ବାରା କରାଯାଇଥିବା ଏହି ଆକ୍ରମଣରେ ୪୭ ଜଣ ପାକ୍ ସୈନ୍ୟ ନିହତ ହୋଇଛନ୍ତି। ବାଲୋଚିସ୍ତାନର ଟର୍ବାଟ ନିକଟରେ ଗତ ଶନିବାର ଏହି ଆକ୍ରମଣ କରାଯାଇଛି।

ସୂଚନା ଅନୁସାରେ, ପାକ୍ ସେନାର ଏକ କାରକେଡ କରାଚିରୁ ଟର୍ବାଟ ଯାଉଥିଲା। ଏଥିରେ ସେନାର ୭ଟି ଗାଡ଼ି ଏବଂ ୫ଟି ବସ ରହିଥିଲା। ଶନିବାର ଅପରାହ୍ନ ପ୍ରାୟ ୫ଟା ୪୫ରେ ବିଏଲଏର ଫିଦାୟୀ ୟୁନିଟ ସଦସ୍ୟ କାରକେଡ ସାମ୍ନାକୁ ଆସି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଆକ୍ରମଣକାରୀ ଫିଦାୟୀ ସଙ୍ଗତ ବିାହାର ଅଲି ବୋଲି ଚିହ୍ନଟ ହୋଇଛି। ଏହି ବିସ୍ଫୋରଣରେ ୪୭ ସୈନ୍ୟ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

- Advertisement -

ଘଟଣା ପାଇଁ ବିଏଲଏ ନିଜକୁ ଦାୟୀ କରିଛି। ବିଏଲଏ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଆମ ମିଶନ ସଫଳ ହୋଇଛି। ବାଲୋଚିସ୍ତାନ ଉପରେ କବଜା କରିବାକୁ ଚାହୁଁଥିବା କୌଣସି ରାଷ୍ଟ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ। ଯେଉଁମାନେ ଏହାକୁ ନିଜ ଅଧୀନକୁ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବାଲୋଚିସ୍ତାନ ସୁରକ୍ଷିତ ସ୍ଥାନ ନୁହେଁ ବୋଲି ବିଏଲଏ ଚେତାବନୀ ଦେଇ କହିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories