www.samajalive.in
Saturday, December 13, 2025
26.1 C
Bhubaneswar

ଗୁଗଲ୍‌ର ଚମତ୍କାରୀ ଫିଚର, ଏଣିକି ଫୋନ୍ ଚୋରି କରି କାନ୍ଦିବ ଚୋର

ସମାଜ ଡିଜିଟାଲ ଡେସ୍କ: ଭାରତରେ ଚୋରି କିମ୍ବା ହଜି ଯାଇଥିବା ସ୍ମାର୍ଟଫୋନ୍‌ ମିଳିବା କୌଣସି ରାଜଯୋଗରୁ କମ୍ ନୁହେଁ। ଅନେକ ସୁବିଧା, ଅନେକ ଟେକ୍ନୋଲୋଜି ସତ୍ବେ ଆଜି ବି ଚୋରି ହୋଇଥିବା ଫୋନ୍ ଖୋଜିବା ବହୁତ କଷ୍ଟକର। ତେବେ ଚୋରି ହୋଇଥିବା ଫୋନ୍‌ର ସୁରକ୍ଷା ପାଇଁ ଏବେ ଏକ ନୂଆ ଫିଚର ଘୋଷଣା କରିଛି ଗୁଗଲ।

ଗୁଗୁଲ ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିଛି। ଯଦି ଆପଣଙ୍କର ଫୋନ୍ ଚୋରି ହୋଇଯାଉଛି, ତେବେ ନୂଆ ‘ଥେଫ୍ଟ ଡିଟେକ୍ସନ ଲକ୍’ ଏହା ସୁନିଶ୍ଚିତ କରିବ ଯେ, ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବ ଏବଂ ଫୋନ୍ ଚୋର ପାଇଁ ଅଦରକାରୀ ହୋଇଯିବ। ଗୁଗଲର ଏହି ଫିଚର ବର୍ତ୍ତମାନ ଆମେରିକାରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯାଇଛି।

ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଲାଲୁ ପରିବାରକୁ ବଡ଼ ଆଶ୍ଵସ୍ତି

- Advertisement -

ସୂଚନା ଅନୁଯାୟୀ, ଫୋନ୍ ଚୋରି ସମ୍ବନ୍ଧୀୟ ତିନୋଟି ପ୍ରମୁଖ ଫିଚର ଆଣୁଛି ଗୁଗଲ୍‌, ଯେଉଁଥିରେ ଥେଫ୍ଟ ଡିଟେକ୍ସନ ଲକ୍, ଅଫଲାଇନ୍ ଡିଭାଇସ୍ ଲକ୍ ଏବଂ ରିମୋଟ ଲକ୍ ସାମିଲ। ନୂଆ ଥେଫ୍ଟ ଡିଟେକ୍ସନ ଲକ୍ ଫିଚର ଏକ ମେସିନ୍ ଲର୍ନିଂ ମଡେଲ୍ ବ୍ୟବହାର କରେ, ଯାହା ବ୍ୟବହାରକାରୀଙ୍କ ଫୋନ୍ କେବେ ସେମାନଙ୍କ ହାତରୁ ଛଡ଼ାଇ ନିଆଯାଇଛି ଏବଂ ଚୋର କିପରି ପାଦରେ କିମ୍ବା ଗାଡ଼ିରେ ଖସିଯିବାକୁ ଚେଷ୍ଟା କରୁଛି ତାହା ଚିହ୍ନଟ କରିପାରିବ। ଏହା ଜଣାପଡ଼ିବା ମାତ୍ରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଆପେଆପେ ଥେଫ୍ଟ ଡିଟେକ୍ସନ ଲକ୍ ମୋଡ୍‌କୁ ଚାଲିଯିବ ଏବଂ ଫୋନ୍ ତୁରନ୍ତ ଲକ୍ ହୋଇଯିବ। ଫଳରେ ଚୋର ଫୋନରେ ଥିବା ତଥ୍ୟ ଯାଏ ପହଞ୍ଚି ପାରିବନାହିଁ। ସେହିଭଳି, ଅଫଲାଇନ୍ ଡିଭାଇସ୍ ଲକ୍ ନାମକ ଅନ୍ୟ ଏକ ଫିଚର ସେତେବେଳେ ସକ୍ରିୟ ହୁଏ ଯେତେବେଳେ ଚୋର ଦୀର୍ଘ ସମୟ ଧରି ଫୋନ୍‌ରୁ ଇଣ୍ଟରନେଟ ସଂଯୋଗ ବିଚ୍ଛିନ୍ନ କରିବାକୁ ଚେଷ୍ଟା କରେ। ରିମୋଟ ଲକ୍ ଫିଚର ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ Find My Device ମ୍ୟାନେଜର ଆପ୍‌ କିମ୍ବା ଓ୍ବେବ୍‌ ମାଧ୍ୟମରେ ସେମାନଙ୍କର ଚୋରି ହୋଇଥିବା ଉପକରଣକୁ ଦୂରରୁ ଲକ୍ କରିବାର ସୁବିଧା ଦେଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories