www.samajalive.in
Tuesday, November 18, 2025
27.1 C
Bhubaneswar

‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି’…ଆଇସିୟୁରେ ଭର୍ତ୍ତି ହେବା ଖବରକୁ ଖଣ୍ଡ କଲେ ରତନ ଟାଟା

ସମାଜ ଡିଜିଟାଲ ଡେସ୍କ: ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌‌ ରତନ ଟାଟା ଅସୁସ୍ଥ ହୋଇପଡ଼ିଥିବା ଖବର ଜଣାପଡ଼ିଥିଲା। ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା। ତେବେ ହସ୍ପିଟାଲରୁ ମିଳିଥିବା ସୂଚନା ଆଧାରରେ ୮୬ବର୍ଷୀୟ ରତନ ଟାଟାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସେପଟେ ସ୍ୱାସ୍ଥ୍ୟବସ୍ଥା ନେଇ ରତନ ଟାଟା ଏକ ବିବୃତି ଜାରି କରି କହିଛନ୍ତି ଯେ ‘ବୟସ ଜନିତ ସମସ୍ୟା କାରଣରୁ ସେ ଚେକ୍‌‌ ଅପ୍‌‌ ପାଇଁ ମେଡିକାଲ ଯାଇଥିଲେ। ଏଥିରେ ଚିନ୍ତା କରିବାର କିଛି ନାହିଁ। ବୟସ ଜନିତ ଜଟିଳତା ପାଇଁ ଡାକ୍ତରୀ ପରୀକ୍ଷା କରିବାକୁ ଯାଇଥିଲେ। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଇସିୟୁରେ ଭର୍ତ୍ତି ହେବା ଖବର ମିଛ, ଗୁଜବରେ ଜନସାଧାରଣ ବିଶ୍ୱାସ କରନ୍ତୁ ନାହିଁ ବୋଲି ନିଜେ ରତନ ଟାଟା କହିଛନ୍ତି।

 

Hot this week

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

Related Articles

Popular Categories